ପ୍ରତିଶୃତିରେ ଅଟକିଛି ଆରଡ଼ି ବିଭାଗର ପାଣି ନିଷ୍କାସନ ବ୍ୟବସ୍ଥା, ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର-ଛାତ୍ରୀ

The Sakala Picture
Published On

ରାଜକନିକା : ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧୀନ ନହୁଲିଆ  ଆୟତନ ରାସ୍ତାର ଆୟତନ ସ୍କୁଲ ସଂଲଗ୍ନ ରାସ୍ତାରେ ଦୀର୍ଘଦିନ ଧରି ବର୍ଷାପାଣି ଜମିବା ଘଟଣାରେ ଆନ୍ଦୋଳନକୁ ଛାତ୍ରଛାତ୍ରୀ ଓହ୍ଲାଇବା ପରେ ପ୍ରଶାସନ ପ୍ରତିଶୃତି ଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ କହିଥିଲେ ବି ଅବସ୍ଥାରେ କିଛି ବି ପରିବର୍ତନ ହୋଇନାହିଁ । ସୂଚନା ମୁତାବକ ଆଣ୍ଠୁଏ ପାଣିରେ ଯାତାୟତ କରୁଥିବା ଅବସ୍ଥାକୁ ଦୂର କରି ଆରଡ଼ି ବିଭାଗ ରାସ୍ତାର ମର୍ଯ୍ୟାଦା ରକ୍ଷା କରିବାକୁ ଗତ ମାସ […]

ରାଜକନିକା : ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧୀନ ନହୁଲିଆ  ଆୟତନ ରାସ୍ତାର ଆୟତନ ସ୍କୁଲ ସଂଲଗ୍ନ ରାସ୍ତାରେ ଦୀର୍ଘଦିନ ଧରି ବର୍ଷାପାଣି ଜମିବା ଘଟଣାରେ ଆନ୍ଦୋଳନକୁ ଛାତ୍ରଛାତ୍ରୀ ଓହ୍ଲାଇବା ପରେ ପ୍ରଶାସନ ପ୍ରତିଶୃତି ଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ କହିଥିଲେ ବି ଅବସ୍ଥାରେ କିଛି ବି ପରିବର୍ତନ ହୋଇନାହିଁ । ସୂଚନା ମୁତାବକ ଆଣ୍ଠୁଏ ପାଣିରେ ଯାତାୟତ କରୁଥିବା ଅବସ୍ଥାକୁ ଦୂର କରି ଆରଡ଼ି ବିଭାଗ ରାସ୍ତାର ମର୍ଯ୍ୟାଦା ରକ୍ଷା କରିବାକୁ ଗତ ମାସ ୨୯ ତାରିଖରେ ଆୟତନ ଗ୍ରାମବାସୀ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ। ୬ ଘଣ୍ଟା ଧରି ରାସ୍ତାରୋକ କରିବା ସହ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିବା ଏହି ଆନ୍ଦୋଳନକୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ଦିଆଯାଇଥିବା ବେଳେ ଆଜି ବି ସେହି ସ୍ଥାନରେ ବର୍ଷାପାଣି ଲହଡି ଭାଙ୍ଗୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପୂର୍ବ କନିକାର ଲାଇଫଲାଇନ କୁହାଯାଉଥିବା ଆରଡ଼ି ବିଭାଗର ଏହି ରାସ୍ତାରୁ ପାଣି ହଟାଇବାକୁ ଆନ୍ଦୋଳନ ପରେ ଏହି ସ୍ଥାନରେ ଏକ କଂକ୍ରିଟ ରାସ୍ତାକୁ ଭାଙ୍ଗି ପାଇପ ପୋତି ଦେଇ ଛାଡି ଦେଇଥିବାରୁ ଗତ ୪ଦିନ ମଧ୍ୟରେ ଏହି ସ୍ଥାନରେ ଛୋଟ ବଡ଼ ବହୁ ଦୁର୍ଘଟଣା ଘଟିବାରେ ଲାଗିଛି । ଆନ୍ତରିକତା ନ ଥିବା ଭଳି ଆଚରଣ କରି ଆସିଥିବା ଆରଡ଼ି ବିଭାଗ ନିଦାବିଷ୍ଣୁ ଭାବରେ ଏଭଳି ଏକ ସମ୍ବେଦନଶିଳ ପ୍ରସଙ୍ଗକୁ ଏଡାଇ ଚୁପ ରହିବା ପୁଣି ଥରେ ପାଣି ନିଷ୍କାସନ ପାଇଁ ଆଉ ଏକ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ହୁଅନ୍ତୁ କି ଦୈନଦିନ ଯାତାୟତ କରୁଥିବା ସମସ୍ତ ବ୍ୟକ୍ତି ହଇରାଣ ହେଉଥିବା ବେଳେ ଗ୍ରାମ୍ୟ ନିର୍ମାଣ ବିଭାଗ ତତ୍ପର ନ ହେବା ଆଶ୍ଚର୍ଯ୍ୟ ଚକିତ କରିଛି । ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡର ସାମଗ୍ରୀକ ଦାୟିତ୍ୱହୀନତାକୁ ଦାୟୀ କରି ଆୟତନର ସ୍କୁଲ ନିକଟରେ ଜମି ରହିଥିବା ବର୍ଷାପାଣିକୁ ତୁରନ୍ତ ନିଷ୍କାସନ କରିବାକୁ ଦାବୀ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସେହିଭଳି ଓଳାଭର ଅଞ୍ଚଳ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବର୍ଷା ଜଳମଗ୍ନର ଦୃଶ୍ୟ । ବର୍ଷା ଯୋଗୁଁ ଇଚ୍ଛାପୁର, ଗୋବିନ୍ଦପୁର, ସାତଘରିଆ ଗ୍ରାମର ଶତାଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କ୍ଷ ତେବେ ଗତ ଗୁରୁବାର ଗ୍ରାମବାସୀ ମନ୍ତ୍ରୀଙ୍କୁ ଭେଟିବାରୁ ସେ ଖୁବ ଶୀଘ୍ର ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

07 Oct 2022 By The Sakala

ପ୍ରତିଶୃତିରେ ଅଟକିଛି ଆରଡ଼ି ବିଭାଗର ପାଣି ନିଷ୍କାସନ ବ୍ୟବସ୍ଥା, ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର-ଛାତ୍ରୀ

ରାଜକନିକା : ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧୀନ ନହୁଲିଆ  ଆୟତନ ରାସ୍ତାର ଆୟତନ ସ୍କୁଲ ସଂଲଗ୍ନ ରାସ୍ତାରେ ଦୀର୍ଘଦିନ ଧରି ବର୍ଷାପାଣି ଜମିବା ଘଟଣାରେ ଆନ୍ଦୋଳନକୁ ଛାତ୍ରଛାତ୍ରୀ ଓହ୍ଲାଇବା ପରେ ପ୍ରଶାସନ ପ୍ରତିଶୃତି ଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ କହିଥିଲେ ବି ଅବସ୍ଥାରେ କିଛି ବି ପରିବର୍ତନ ହୋଇନାହିଁ । ସୂଚନା ମୁତାବକ ଆଣ୍ଠୁଏ ପାଣିରେ ଯାତାୟତ କରୁଥିବା ଅବସ୍ଥାକୁ ଦୂର କରି ଆରଡ଼ି ବିଭାଗ ରାସ୍ତାର ମର୍ଯ୍ୟାଦା ରକ୍ଷା କରିବାକୁ ଗତ ମାସ ୨୯ ତାରିଖରେ ଆୟତନ ଗ୍ରାମବାସୀ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ। ୬ ଘଣ୍ଟା ଧରି ରାସ୍ତାରୋକ କରିବା ସହ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିବା ଏହି ଆନ୍ଦୋଳନକୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ଦିଆଯାଇଥିବା ବେଳେ ଆଜି ବି ସେହି ସ୍ଥାନରେ ବର୍ଷାପାଣି ଲହଡି ଭାଙ୍ଗୁଛି।

ପୂର୍ବ କନିକାର ଲାଇଫଲାଇନ କୁହାଯାଉଥିବା ଆରଡ଼ି ବିଭାଗର ଏହି ରାସ୍ତାରୁ ପାଣି ହଟାଇବାକୁ ଆନ୍ଦୋଳନ ପରେ ଏହି ସ୍ଥାନରେ ଏକ କଂକ୍ରିଟ ରାସ୍ତାକୁ ଭାଙ୍ଗି ପାଇପ ପୋତି ଦେଇ ଛାଡି ଦେଇଥିବାରୁ ଗତ ୪ଦିନ ମଧ୍ୟରେ ଏହି ସ୍ଥାନରେ ଛୋଟ ବଡ଼ ବହୁ ଦୁର୍ଘଟଣା ଘଟିବାରେ ଲାଗିଛି । ଆନ୍ତରିକତା ନ ଥିବା ଭଳି ଆଚରଣ କରି ଆସିଥିବା ଆରଡ଼ି ବିଭାଗ ନିଦାବିଷ୍ଣୁ ଭାବରେ ଏଭଳି ଏକ ସମ୍ବେଦନଶିଳ ପ୍ରସଙ୍ଗକୁ ଏଡାଇ ଚୁପ ରହିବା ପୁଣି ଥରେ ପାଣି ନିଷ୍କାସନ ପାଇଁ ଆଉ ଏକ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ହୁଅନ୍ତୁ କି ଦୈନଦିନ ଯାତାୟତ କରୁଥିବା ସମସ୍ତ ବ୍ୟକ୍ତି ହଇରାଣ ହେଉଥିବା ବେଳେ ଗ୍ରାମ୍ୟ ନିର୍ମାଣ ବିଭାଗ ତତ୍ପର ନ ହେବା ଆଶ୍ଚର୍ଯ୍ୟ ଚକିତ କରିଛି । ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡର ସାମଗ୍ରୀକ ଦାୟିତ୍ୱହୀନତାକୁ ଦାୟୀ କରି ଆୟତନର ସ୍କୁଲ ନିକଟରେ ଜମି ରହିଥିବା ବର୍ଷାପାଣିକୁ ତୁରନ୍ତ ନିଷ୍କାସନ କରିବାକୁ ଦାବୀ ହୋଇଛି ।

ସେହିଭଳି ଓଳାଭର ଅଞ୍ଚଳ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବର୍ଷା ଜଳମଗ୍ନର ଦୃଶ୍ୟ । ବର୍ଷା ଯୋଗୁଁ ଇଚ୍ଛାପୁର, ଗୋବିନ୍ଦପୁର, ସାତଘରିଆ ଗ୍ରାମର ଶତାଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କ୍ଷ ତେବେ ଗତ ଗୁରୁବାର ଗ୍ରାମବାସୀ ମନ୍ତ୍ରୀଙ୍କୁ ଭେଟିବାରୁ ସେ ଖୁବ ଶୀଘ୍ର ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

https://www.thesakala.in/latest-odisha-news/kendrapara/ayatan-road-water-drainage-system-fail/article-15533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର