ପାଲଲହଡ଼ାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର, ନିଜ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍

The Sakala Picture
Published On

ଭୁବନେଶ୍ବର: ପାଲଲହଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର । ନିଜ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ କାର୍ତ୍ତିକ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ ।  କେନ୍ଦ୍ରୀୟ […]

ଭୁବନେଶ୍ବର: ପାଲଲହଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର । ନିଜ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ କାର୍ତ୍ତିକ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ ।  କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍‌ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ । କିନ୍ତୁ କଲେ ନାହିଁ ।  ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଗାଁ ସ୍କୁଲକୁ ଯାଇ 5T ରୂପାନ୍ତରଣ ଦେଖି ଆସନ୍ତୁ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ମାଗଣାରେ ଉଜ୍ଜଳା ଗ୍ଯାସ ମିଳିବ କହିଥିଲେ ହେଲେ ମିଳିଲା ନାହିଁ, ତେଲ ଦର କମିବ କହିଥିଲେ କିନ୍ତୁ କମିଲା ନାହିଁ। ଏ ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନ ଙ୍କୁ ଭୁଲି ଗଲେ କେନ୍ଦ୍ରମନ୍ତ୍ରୀ। ନବୀନ ସରକାର ପବିତ୍ର ମୋହନ ଙ୍କୁ ସମ୍ମାନ ଦେଇ ତାଙ୍କର ସ୍ମୃତି ପିଠ ନିର୍ମାଣ କରିବା ସହିତ ତାଳଚେର ମେଡିକାଲ କଲେଜ ଏବଂ ତାଳପଦା ସେତୁ କୁ ପବିତ୍ର ବାବୁ ଙ୍କ ନାମ ରେ ନାମିତ କରିଛନ୍ତି। ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍‌ ଛାଡ ହେବ କିନ୍ତୁ ଏହି କଥା ଶୁଣି ବିରୋଧୀ ଦଳକୁ କରେଣ୍ଟ ଲାଗୁଛି। ପାଲଲହଡାରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା ପାଲଲହଡା ବାସୀଙ୍କୁ ବିକାଶ କାମର ହିସାବ ଦେଲେ ଆଗାମୀ ୨୫ ତାରିଖ ରେ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ପଚାଶ ହଜାର ଭୋଟ ରେ ବିଜୟି କରିବେ।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର