ମନୋରଞ୍ଜନ
ଓଡ଼ିଶା
ସ୍ବାଧୀନତା ସଂଗ୍ରାମ ଇତିହାସରେ କନିକା ପ୍ରଜା ଆନ୍ଦୋଳନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି : ରାଜ୍ୟପାଳ
କେନ୍ଦ୍ରାପଡା : କନିକା ପ୍ରଜାଆନ୍ଦୋଳନକୁ ଶହେ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ଆଜି ରାଜକନିକା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ପ୍ରଜାଆନ୍ଦୋଳନର ଶତବାର୍ଷିକ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଶୁକ୍ରବାର ପୂର୍ବାହ୍ଣ ୧୧ ଘଟିକା ସମୟରେ ଆଳି ଡାକବଙ୍ଗଳା ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ସ୍ବାଗତ […]
କେନ୍ଦ୍ରାପଡା : କନିକା ପ୍ରଜାଆନ୍ଦୋଳନକୁ ଶହେ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ଆଜି ରାଜକନିକା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ପ୍ରଜାଆନ୍ଦୋଳନର ଶତବାର୍ଷିକ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଶୁକ୍ରବାର ପୂର୍ବାହ୍ଣ ୧୧ ଘଟିକା ସମୟରେ ଆଳି ଡାକବଙ୍ଗଳା ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ସ୍ବାଗତ ସମୟରେ କେନ୍ଦ୍ରାପଡା ଆରକ୍ଷୀ ଅଧ୍ୟକ୍ଷକ ସନ୍ଦିପ ସମ୍ପଦ ମଡକର ଉପସ୍ଥିତ ଥିଲେ । ଏହାପରେ ରାଜ୍ୟପାଳ ରାଜକନିକା ବ୍ଲକ ଅନ୍ତର୍ଗତ ମେଘପୁରଠାରେ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିବା ପରେ ରାଜକନିକା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ପ୍ରଜାଆନ୍ଦୋଳନର ଶତବାର୍ଷିକ ସ୍ମୃତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ଇଂରେଜ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ଜୀବନ ଦେଇଥିବା ଶହୀଦମାନଙ୍କ ସ୍ମୃତି ଚାରଣ କରିବା ସଙ୍ଗେସଙ୍ଗେ କାର୍ଯ୍ୟକ୍ରମ ଆୟୋଜକଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ସ୍ବାଧୀନତା ସଂଗ୍ରାମ ଇତିହାସରେ କନିକା ପ୍ରଜା ଆନ୍ଦୋଳନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍ମୃତି ସଭାରେ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ସାହିତ୍ୟିକ ହୁସେନ ରବି ଗାନ୍ଧୀ, ପ୍ରଜା ଆନ୍ଦୋଳନ ସ୍ମୃତିସଂସଦର ସଭାପତି ଦାମୋଦର ଧଳ ଓ ସମ୍ପାଦକ ସୁକାନ୍ତ ଦାଶ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାସ ଯୋଗଦେଇ ପ୍ରଜା ଆନ୍ଦୋଳନର ଇତିହାସ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ, କେଉଁଝରର ଅଧ୍ୟାପିକା ଡଃ. ସୁଧା ଦାସ ମଞ୍ଚ ସଂଚାଳନ କରିଥିବା ବେଳେ କାଳି ପ୍ରସାଦ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ସ୍ଥାନୀୟ ଜନ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ୧୯୨୧-୧୯୨୨ ମସିହାରେ କନିକା ଗଡ଼ଜାତରେ ଅଞ୍ଚଳରେ କନିକା ପ୍ରଜାମେଳି ସଙ୍ଗଠିତ ହୋଇଥିଲା । ଏହା ଥିଲା ରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ବିରୋଧରେ, ଯିଏ କି କୃଷକ ମାନଙ୍କ ଉପରେ ଆଖିବୁଜା କର ବସାଇଥିଲେ। କନିକା ଜମିଦାର ପ୍ରଜାଙ୍କ ଉପରେ ୬୪ ପ୍ରକାର କର ଟିକସ ଧାର୍ଯ୍ୟ କରିଥିବାରୁ ଓ ରାଜସ୍ୱ ବୃଦ୍ଧି କରି ଚାଲିଥିବାରୁ ପ୍ରଜାମାନେ ତା’ର ତୀବ୍ର ପ୍ରତିବାଦ କରିଥିଲେ ଓ ସରକାରଙ୍କ ଦ୍ୱାରା ବନ୍ଦୋବସ୍ତ କରାଯାଉ ବୋଲି ଦାବୀ କରିଥିଲେ । କନିକା ଜମିଦାର ସେଥିପାଇଁ ରାଜି ହୋଇନଥିଲେ ଆଉ ଏପଟେ ଲୋକେକି ବର୍ଦ୍ଧିତ ହାରରେ ଖଜଣା ଦେବାକୁ ରାଜି ନଥିଲେ । ଯାହକୁ ନେଇ ପ୍ରଜାଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଇଥିଲା। ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହୋଇ ଅଭୂତପୂର୍ବ ଆନ୍ଦୋଳନ ଆରମ୍ଭ ହୋଇଥିଲା।
୧୯୨୧-୨୨ ପୂର୍ବରୁ କନିକାରେ ରାଜା ଏବଂ ଇଂରେଜଙ୍କ ସେନା ଜନତାଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ। ଯେଉଁଥିରେ କନିକାର ପ୍ରଜା ଅତିଷ୍ଠ ହେଉଥିଲେ ବସୁ ସହି ଯାଉଥିଲେ । କିନ୍ତୁ ଏହି ଅତ୍ୟାଚାର ଧୀରେଧିରେ ଅତିଷ୍ଠ ହେବାକୁ ଲାଗିଲା। ଇଂରେଜ ସେନା ଓ ରାଜାଙ୍କ ସେନା ପ୍ରଜାଙ୍କ ଘର ମଧ୍ୟରେ ପ୍ରବେଶ କରି ଗହଣା ଓ ଟଙ୍କା ଲୁଟ କରିନେଇଥିଲେ । ଘରେ ଘରେ ପଶି ସ୍ତ୍ରୀଲୋକଙ୍କୁ ଅପମାନ ଦେଇଥିଲେ । ଏପରିକି ଗୋଟିଏ ଘରେ ସ୍ୱାମୀଙ୍କୁ ବାନ୍ଧି ପକାଇ ତାଙ୍କ ସମ୍ମୁଖରେ ସ୍ତ୍ରୀଙ୍କର ଇଜତ ନେବା ନାରକୀୟ ଘଟଣା ସଂଘଟିତ ହୋଇଥିବାର ମଧ୍ୟ ଜଣାଯାଏ । ଏହିପ୍ରକାର ଅତ୍ୟାଚାର ବିରୋଧରେ ପ୍ରତିବାଦ ଜଣାଇବାପାଇଁ ଦଳବଦ୍ଧ ହୋଇ ପ୍ରଜାମାନେ ପୁଲିସ ସାହେବଙ୍କ ନିକଟକୁ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିଲା। ଯାହାପରେ ପ୍ରଜାମେଳି ଆରମ୍ଭ ହୋଇଥିଲା। ଆଉ ଏହା ଧିରେ ଧିରେ ତିବ୍ରରୂପ ନେବା ଆରମ୍ଭ କରିଥିଲା।
ଏହାରି ମଧ୍ୟରେ ୧୯୨୨ ମସିହା ଏପ୍ରିଲ ୨୨ରେ କନିକାର ପ୍ରକୃତ ଅବସ୍ଥା ଦେଖିବା ପାଇଁ ସେତେବେଳେ ଓଡ଼ିଶାର ଡିଭିଜନାଲ୍ କମିଶନର୍ କନିକା ଆସିଥିବା ସମୟରେ କନିକାର ଲୋକେ ତାଙ୍କୁ ନିଜର ଅଭାବ ଅସୁବିଧା ଜଣାଇବାକୁ ଆସୁବା ପାଇଁ ତୟାର ହେଉଥିଲେ। ମାତ୍ର କମିଶନର୍ଙ୍କୁ ଆକ୍ରମଣ କରିବା ପାଇଁ ଲୋକେ ଆସୁଛନ୍ତି ବୋଲି ଜାଣିଶୁଣି କନିକା ରଜା ପୁଲିସକୁ ଭ୍ରାନ୍ତ ଧାରଣ ଦେଲେ । କନିକାରାଜାଙ୍କ ନିର୍ଦେଶ କ୍ରମେ ବହୁତ ବନ୍ଧୁକଧାରୀ ପୁଲିସ ଫଉଜ ଧରି କଟକ ଜିଲ୍ଲା ଏସପି ଶ୍ରୀକୃଷ୍ଣ ମହାପାତ୍ର ରାଜକନିକାରେ ପହଞ୍ଚିଲେ। ଆଉ ଏପ୍ରିଲ ୨୨ରେ ସେଦିନ ଠେଙ୍ଗା ଖଣ୍ଡେ ଖଣ୍ଡେ ଧରି ମେଳିଆମାନେ ମେଘପୁର ବଜ୍ର ମହାକାଳୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଉଭୟ ପକ୍ଷର ଆଶା-ଆଶଙ୍କା ଓ ଉତ୍ତେଜନା ଭିତରେ ୨୨ ତାରିଖର କାଳରାତ୍ରି ଶେଷ ହୋଇ ୨୩ ତାରିଖ ସକାଳ ହେଲା । ତିନିଗୋଟି ସୁସଜିତ ପାଲିଙ୍କିରେ ଏସ.ପି. ଶ୍ରୀକୃଷ୍ଣ ମହାପାତ୍ର, ଇନ୍ସପେକ୍ଟର ଓ କନିକା ରାଜାଙ୍କର ନୃଶଂସତମ ଅଫିସର ରାଧାଶ୍ୟାମ ଦାସ ପୁଲିସ ଫୋଉଜ ଧରି ଶୋଭାଯାତ୍ରା ଆରମ୍ଭ କଲେ । ଚାଲିଲେ ସହସ୍ରାଧକ ନଅର ତଳିଆ ଦେଶଦ୍ରୋହୀ ଗୁଣ୍ଡାବାହିନୀ । ଲକ୍ଷ୍ୟସ୍ଥଳ ଥୁଲା ପତରପୁର । କିନ୍ତୁ ମେଘପୁର ବଜ୍ର ମହାକାଳୀଙ୍କ ମନ୍ଦିର ସମ୍ମୁଖରେ ପ୍ରଜାମାନେ ବହୁମାତ୍ରରେ ଏକତ୍ରୀତ ହୋଇ କିଛି ବିଦ୍ରୋହ ପାଇଁ ଏକତ୍ରିତ ହେଉଥିବା କନିକା ରଜା ପୁଲିସକୁ ଆଉ ଏକ ଭ୍ରାନ୍ତ ସୂଚନା ଦେଇଥିଲେ। ଯାହାପରେ କଟକ ଜିଲ୍ଲା ଏସପି ଶ୍ରୀକୃଷ୍ଣ ମହାପାତ୍ରଙ୍କ ନେତୃତ୍ବାଧିନ ପୁଲିସ ପତରପୁର ପରିବର୍ତ୍ତେ ମେଘପୁର ବଜ୍ର ମହାକାଳୀ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ।
ଆଉ ଏହାପରେ ପୁଲିସକୁ ଦେଖି ପ୍ରଜାମେଳିରେ ସାମିଲ ଥିବା ଲୋକ ରାଜା ସେମାନଙ୍କୁ ଦମନ କରିବାକୁ ପୁଲିସ ପଠାଇଥିବା ଭାବି ପ୍ରଥମେ ଉଦୟ ନାୟକ ନାମରେ ଜଣେ ବ୍ୟକ୍ତି ପୁଲିସ ସାହେବଙ୍କ ମୁଣ୍ଡ ଲକ୍ଷ୍ୟକରି ଟେକା ମାରିଲା । କିନ୍ତୁ ତାହା ସାହେବଙ୍କ ମୁଣ୍ଡ ଟୋପିରେ ବାଜିବାରୁ ସେ ବଞ୍ଚିଗଲେ ସତ, ହେଲେ ଖୁବ୍ ରାଗିଗଲେ । ପୁଲିସର ଫାଙ୍କା ଗୁଳି ଚାଲିଲା । ଦୁଇଜଣ ଲୋକ ପୁଲିସ୍ ଗୁଳିରେ ପ୍ରାଣ ହରେଇଥିଲେ। ସେମାନେ ଥିଲେ ତେନ୍ତୁଳିକୋଟି ଗାଁରେ ବାସୁ ସେଠୀ ଏବଂ ବର୍ତ୍ତନୀ ଗାଁରେ ବିଶୁନି ମଢ଼ୁଆଳ।