ସୌମ୍ୟାଶ୍ରୀ ପରିବାରକୁ ବିଜେପି ଧୋକା ଦେଇଛି: ବିଜେଡି

ଉଭେଇ ଗଲା ଭାଇକୁ ଚାକିରି ଓ ସ୍ମୃତିସ୍ତମ୍ଭ ପ୍ରତିଶ୍ରୁତି

Madhusudan Das Picture
Published On

ଭୁବନେଶ୍ୱର: ଫକୀରମୋହନ କଲେଜର ବହୁ ଚର୍ଚ୍ଚିତ ସୌମ୍ୟାଶ୍ରୀ ବିଶି ଘଟଣାର ତଦନ୍ତକୁ ବାଟବଣା କରିବାରେ ବିଜେପି ସରକାର ସଫଳ ହୋଇଛି। ଏବିଭିପି ଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ସୁଚିନ୍ତିତ ଭାବେ ମାମଲାକୁ ରଫାଦଫା କରିଛି। ବୁଧବାର ପୀଡିତାଙ୍କ ପରିବାରକୁ ତାଙ୍କ ବାସଭବନରେ ଭେଟିବା ପରେ ସରକାରଙ୍କ ଉପରେ ବର୍ଷିବା ସହ ଉପରୋକ୍ତ ଅଭିଯୋଗ ଆଣିଛି ବିଜୁ ଛାତ୍ର ଜନତା ଦଳ।

ଆହୁରି ପଢ଼ନ୍ତୁ: ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ ସୌମ୍ୟାଶ୍ରୀ ଅପମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଦାୟୀ । ସଂପୃକ୍ତ ଥିବା କିଛି ଏବିଭିପିର ସଦସ୍ୟକୁ ବଞ୍ଚାଇବା ପାଇଁ ଏହି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା କ୍ରାଇମବ୍ରାଞ୍ଚ ଆଇଜି ଏସ୍‌ ସାଇନିଙ୍କୁ ବଦଳି କରାଯାଇଥିଲା। ଆଇସିସି କମିଟିର ତଦନ୍ତ ରିପୋର୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ । ସୌମ୍ୟାଶ୍ରୀ ଅପମୃତ୍ୟୁ ମାମଲାର ତଦନ୍ତକୁ ନେଇ ତାଙ୍କ ବାପା ଓ ମାଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେପି ସରକାର ସୌମ୍ୟାଶ୍ରୀର ଅପମୃତ୍ୟୁ ପରେ ତାଙ୍କ ଭାଇଙ୍କୁ ଗୋଟିଏ ସରକାରୀ ଚାକିରି ପ୍ରଦାନ କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଅନ୍ୟପଟେ ସୌମ୍ୟାଶ୍ରୀଙ୍କ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ଅପମୃତ୍ୟୁର ଏତେ ଦିନ ହୋଇଗଲା ପରେ ମଧ୍ୟ ତାହା ପୂରଣ ହୋଇନାହିଁ । 

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର: ସ୍ୱଚ୍ଛ, ତ୍ରୁଟିଶୂନ୍ୟ ହେଉ ଏସ୍‌ଆଇଆର୍‌ ପ୍ରକ୍ରିୟା

ଆଗାମୀ ଦିନରେ ଯଦି ସୌମ୍ୟାଶ୍ରୀ ଅପମୃତ୍ୟୁର ସଠିକ୍‌ ତଦନ୍ତ ନ ହୁଏ,  ତାଙ୍କ ଭାଇଙ୍କୁ ସରକାରୀ ଚାକିରି ନ ଦିିଆଯାଏ ଏବଂ ସ୍ମୃତି ସ୍ତମ୍ଭ ନିର୍ମାଣ କରାନଯାଏ, ତାହେଲେ ବିଜୁ ଛାତ୍ର ଜନତା ଦଳ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କ ଶ୍ରାଦ୍ଧ ଦିବସଠାରୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ, ଏଥିରେ ରହିଛି ୯୩୩ଟି SI ପଦବୀ

27 May 2026 By Madhusudan Das

ସୌମ୍ୟାଶ୍ରୀ ପରିବାରକୁ ବିଜେପି ଧୋକା ଦେଇଛି: ବିଜେଡି

ଉଭେଇ ଗଲା ଭାଇକୁ ଚାକିରି ଓ ସ୍ମୃତିସ୍ତମ୍ଭ ପ୍ରତିଶ୍ରୁତି

ଭୁବନେଶ୍ୱର: ଫକୀରମୋହନ କଲେଜର ବହୁ ଚର୍ଚ୍ଚିତ ସୌମ୍ୟାଶ୍ରୀ ବିଶି ଘଟଣାର ତଦନ୍ତକୁ ବାଟବଣା କରିବାରେ ବିଜେପି ସରକାର ସଫଳ ହୋଇଛି। ଏବିଭିପି ଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ସୁଚିନ୍ତିତ ଭାବେ ମାମଲାକୁ ରଫାଦଫା କରିଛି। ବୁଧବାର ପୀଡିତାଙ୍କ ପରିବାରକୁ ତାଙ୍କ ବାସଭବନରେ ଭେଟିବା ପରେ ସରକାରଙ୍କ ଉପରେ ବର୍ଷିବା ସହ ଉପରୋକ୍ତ ଅଭିଯୋଗ ଆଣିଛି ବିଜୁ ଛାତ୍ର ଜନତା ଦଳ।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ ସୌମ୍ୟାଶ୍ରୀ ଅପମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଦାୟୀ । ସଂପୃକ୍ତ ଥିବା କିଛି ଏବିଭିପିର ସଦସ୍ୟକୁ ବଞ୍ଚାଇବା ପାଇଁ ଏହି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା କ୍ରାଇମବ୍ରାଞ୍ଚ ଆଇଜି ଏସ୍‌ ସାଇନିଙ୍କୁ ବଦଳି କରାଯାଇଥିଲା। ଆଇସିସି କମିଟିର ତଦନ୍ତ ରିପୋର୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ । ସୌମ୍ୟାଶ୍ରୀ ଅପମୃତ୍ୟୁ ମାମଲାର ତଦନ୍ତକୁ ନେଇ ତାଙ୍କ ବାପା ଓ ମାଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେପି ସରକାର ସୌମ୍ୟାଶ୍ରୀର ଅପମୃତ୍ୟୁ ପରେ ତାଙ୍କ ଭାଇଙ୍କୁ ଗୋଟିଏ ସରକାରୀ ଚାକିରି ପ୍ରଦାନ କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଅନ୍ୟପଟେ ସୌମ୍ୟାଶ୍ରୀଙ୍କ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ଅପମୃତ୍ୟୁର ଏତେ ଦିନ ହୋଇଗଲା ପରେ ମଧ୍ୟ ତାହା ପୂରଣ ହୋଇନାହିଁ । 

ଆଗାମୀ ଦିନରେ ଯଦି ସୌମ୍ୟାଶ୍ରୀ ଅପମୃତ୍ୟୁର ସଠିକ୍‌ ତଦନ୍ତ ନ ହୁଏ,  ତାଙ୍କ ଭାଇଙ୍କୁ ସରକାରୀ ଚାକିରି ନ ଦିିଆଯାଏ ଏବଂ ସ୍ମୃତି ସ୍ତମ୍ଭ ନିର୍ମାଣ କରାନଯାଏ, ତାହେଲେ ବିଜୁ ଛାତ୍ର ଜନତା ଦଳ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କ ଶ୍ରାଦ୍ଧ ଦିବସଠାରୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର