୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା: ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ

The Sakala Picture
Published On

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି। ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ […]

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଏବଂ ପଞ୍ଚାମ ରାଜ୍ୟ ଅର୍ଥ କମିଶନ ଅନୁଦାନ ପ୍ରାୟ ୫୩ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରୁ ସିଧା ବ୍ୟାଙ୍କ ଚେକ ମାଧ୍ୟମରେ ଉଠାଣ କରି ଆତ୍ମସାତ କରିଥିବା ସ୍ଥାନୀୟ ପ୍ରଶାସନ ଗତ ନଭେମ୍ବରରେ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲା। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଭିଜିଲାନ୍ସର ସହଯୋଗ ଲୋଡ଼ିଥିଲା। ଭିଜିଲାନ୍ସ ସେହିଦିନଠାରୁ ତଦନ୍ତ କରିବା ସହ ଘଟଣାର ସତ୍ୟାସତ୍ୟ ପାଇ ଅକ୍ରୁରଙ୍କୁ ଗିରଫ କରାଯାଇଛି। ବ୍ଲକ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଅନୁଦାନକୁ ଯେଉଁ ସବୁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ, ସେଠି ଅନଲାଇନ ମାଧ୍ୟମରେ ପୈଠ କରାଯିବା ନିୟମ ରହିଛି। କିନ୍ତୁ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମକୁ ପାଳନ ନ କରି ଚେକରେ ଟଙ୍କା ଉଠାଣ କରୁଥିବା ପ୍ରଶାସନ ଜାଣି ତାଙ୍କୁ ନଭେମ୍ବରରୁ ପ୍ରଥମେ ପଞ୍ଚାୟତ ଦାୟିତ୍ୱରୁ ଅପସାରଣ କରି ବ୍ଲକ ହେଡକ୍ୱାଟରରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅର୍ଥ ଆତ୍ମସାତ ଘଟଣାରେ ପଞ୍ଚାୟତର ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେ ନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

19 Jun 2025 By The Sakala

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା: ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଏବଂ ପଞ୍ଚାମ ରାଜ୍ୟ ଅର୍ଥ କମିଶନ ଅନୁଦାନ ପ୍ରାୟ ୫୩ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରୁ ସିଧା ବ୍ୟାଙ୍କ ଚେକ ମାଧ୍ୟମରେ ଉଠାଣ କରି ଆତ୍ମସାତ କରିଥିବା ସ୍ଥାନୀୟ ପ୍ରଶାସନ ଗତ ନଭେମ୍ବରରେ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲା। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଭିଜିଲାନ୍ସର ସହଯୋଗ ଲୋଡ଼ିଥିଲା। ଭିଜିଲାନ୍ସ ସେହିଦିନଠାରୁ ତଦନ୍ତ କରିବା ସହ ଘଟଣାର ସତ୍ୟାସତ୍ୟ ପାଇ ଅକ୍ରୁରଙ୍କୁ ଗିରଫ କରାଯାଇଛି। ବ୍ଲକ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଅନୁଦାନକୁ ଯେଉଁ ସବୁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ, ସେଠି ଅନଲାଇନ ମାଧ୍ୟମରେ ପୈଠ କରାଯିବା ନିୟମ ରହିଛି। କିନ୍ତୁ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମକୁ ପାଳନ ନ କରି ଚେକରେ ଟଙ୍କା ଉଠାଣ କରୁଥିବା ପ୍ରଶାସନ ଜାଣି ତାଙ୍କୁ ନଭେମ୍ବରରୁ ପ୍ରଥମେ ପଞ୍ଚାୟତ ଦାୟିତ୍ୱରୁ ଅପସାରଣ କରି ବ୍ଲକ ହେଡକ୍ୱାଟରରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅର୍ଥ ଆତ୍ମସାତ ଘଟଣାରେ ପଞ୍ଚାୟତର ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେ ନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

https://www.thesakala.in/latest-odisha-news/kandhamal/misappropriation-of-rs-53-lakh-government-funds-former-pio-akrura-majhi-arrested/article-41247
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର