ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

Madhusudan Das Picture
Published On

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ଟାରୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ସଦର ବ୍ଲକ ଗୋଷାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ୍ ପଦର୍ ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରିଛି । 

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ

ଭବାନୀପାଟଣା ଗୋଶାଣିମୁଣ୍ଡାରେ ଦୁଇ ମହଲା ଘର । କଳାହାଣ୍ଡି କୋକସରା ପୈତୃକ ଗାଁରେ ଦୁଇ ମହଲା ଘର । ଭବାନୀପାଟଣା କିଟପଦରରେ ଅଛି ଫାର୍ମ ହାଉସ । ଭବାନୀପାଟଣାରେ ରହିଛି ଏକ ଅର୍ଦ୍ଧନିର୍ମିତ ଘର ।

ଆହୁରି ପଢ଼ନ୍ତୁ: ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

ସରକାରୀ ଅଫିସ ଓ ସରକାରୀ କ୍ୱାଟରରେ ମଧ୍ୟ ଚଢ଼ାଉ ଚାଲିଛି । ଭିଜିଲାନ୍ସର ୬ ଡିଏସପି, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ରକୁ ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲିଠାରୁ ସ୍ଥଗିତ ରହିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ

19 May 2026 By Madhusudan Das

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ଟାରୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ସଦର ବ୍ଲକ ଗୋଷାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ୍ ପଦର୍ ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରିଛି । 

ଭବାନୀପାଟଣା ଗୋଶାଣିମୁଣ୍ଡାରେ ଦୁଇ ମହଲା ଘର । କଳାହାଣ୍ଡି କୋକସରା ପୈତୃକ ଗାଁରେ ଦୁଇ ମହଲା ଘର । ଭବାନୀପାଟଣା କିଟପଦରରେ ଅଛି ଫାର୍ମ ହାଉସ । ଭବାନୀପାଟଣାରେ ରହିଛି ଏକ ଅର୍ଦ୍ଧନିର୍ମିତ ଘର ।

ସରକାରୀ ଅଫିସ ଓ ସରକାରୀ କ୍ୱାଟରରେ ମଧ୍ୟ ଚଢ଼ାଉ ଚାଲିଛି । ଭିଜିଲାନ୍ସର ୬ ଡିଏସପି, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ରକୁ ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର