ମନ୍ତ୍ରୀଙ୍କୁ ଭେଟିବାକୁ ଘରୁ ଲୁଚି ଗଜପତିରୁ ରାଜଧାନୀ ଛୁଟି ଆସିଲେ ନାବାଳକ
ଭୁବନେଶ୍ୱର : ‘ଅବ ଦିଲ୍ଲୀ ଦୂର ନେହିଁ’ହିନ୍ଦୀ ଫିଲ୍ମରେ ଜଣେ ନାବାଳକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଗାଁରୁ ଚାଲି ଚାଲି ଦିଲ୍ଲୀ ଆସିଥିଲେ। ଏପରିକି ଶେଷରେ ସେ ମଧ୍ୟ ନିଜର ଇଚ୍ଛାଶକ୍ତି ବଳରେ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ଭେଟିଥିଲେ। ସେହିପରି ଗଜପତିର ଜଣେ ୧୨ ବର୍ଷର ନାବାଳକ ରାଜଧାନୀର ମନ୍ତ୍ରୀଙ୍କୁ ଭେଟ କରିବା ପାଇଁ ଗଞ୍ଜାମରୁ ରାଜଧାନୀ ଭୁବନେଶ୍ୱରକୁ ଛୁଟି ଆସିଛନ୍ତି। ଏପରିକି ନାବାଳକ ଜଣଙ୍କ ପରିବାର ଲୋକଙ୍କୁ ନ ଜଣାଇ ଘରୁ ଚାଲି ପଳାଇ ଆସିଥିଲେ। […]
ଭୁବନେଶ୍ୱର : ‘ଅବ ଦିଲ୍ଲୀ ଦୂର ନେହିଁ’ହିନ୍ଦୀ ଫିଲ୍ମରେ ଜଣେ ନାବାଳକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଗାଁରୁ ଚାଲି ଚାଲି ଦିଲ୍ଲୀ ଆସିଥିଲେ। ଏପରିକି ଶେଷରେ ସେ ମଧ୍ୟ ନିଜର ଇଚ୍ଛାଶକ୍ତି ବଳରେ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ଭେଟିଥିଲେ। ସେହିପରି ଗଜପତିର ଜଣେ ୧୨ ବର୍ଷର ନାବାଳକ ରାଜଧାନୀର ମନ୍ତ୍ରୀଙ୍କୁ ଭେଟ କରିବା ପାଇଁ ଗଞ୍ଜାମରୁ ରାଜଧାନୀ ଭୁବନେଶ୍ୱରକୁ ଛୁଟି ଆସିଛନ୍ତି। ଏପରିକି ନାବାଳକ ଜଣଙ୍କ ପରିବାର ଲୋକଙ୍କୁ ନ ଜଣାଇ ଘରୁ ଚାଲି ପଳାଇ ଆସିଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଏନେଇ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ନାବାଳକ ଜଣଙ୍କ ଘରୁ ଚାଲି ଚାଲି ଷ୍ଟେସନ ପଳାଇ ଆସିଥିଲେ।
ଗଞ୍ଜାମରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଷ୍ଟେସନରେ ଆସି ଓହ୍ଲାଇଥିଲେ। ଭୁବନେଶ୍ୱେର ଷ୍ଟେସନରେ ଓହ୍ଲାଇବା ପରେ ନାବାଳକ ଜଣଙ୍କ ଯାତ୍ରୀମାନଙ୍କୁ ମନ୍ତ୍ରୀ କେଉଁଠି ରୁହନ୍ତି ବୋଲି ବୋଲି ପଚାରିଥିଲେ। ଛୋଟ ପିଲାଟିର ଏଭଳି ପ୍ରଶ୍ନ ଶୁଣି ଅନେକ ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଏପରିକି ଷ୍ଟେସନରେ ଥିବା ପୁଲିସକୁ ମଧ୍ୟ ମନ୍ତ୍ରୀଙ୍କ ସହ କିପରି ଭେଟ ହେବ ବୋଲି ପଚାରିଥିଲେ। ତାଙ୍କୁ କେଉଁ ମନ୍ତ୍ରୀଙ୍କୁ ଭେଟ କରିବାକୁ ଚାହୁଁଛ, ବୋଲି ପୁଲିସ ପଚାରିଥିଲେ ମଧ୍ୟ ନାବାଳକ ଜଣଙ୍କ କାହାରି ନାଁ କହିନଥିଲେ। ବରଂ ଖାଲି ମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଥିଲେ। ନାବାଳକର ଏଭଳି ଜିଦ୍ ଦେଖି ଷ୍ଟେସନରେ ଥିବା ପୁଲିସ ଘର ଠିକଣା,ନା କଣ ଏବଂ କେଉଁଠୁ ଆସିଥିବା ପଚାରିଥିଲେ। ଶେଷରେ ମନ୍ତ୍ରୀଙ୍କୁ ଭେଟ କରିବା ଜିଦ ନେଇ ନାବାଳକ ଜଣଙ୍କ ପଳାଇଆସିଥିବା ପୁଲିସ ଜାଣିବାକୁ ପାଇଥିଲେ।
ଜିଆରପି ପୁଲିସ ତୁରନ୍ତ ଏନେଇ ମଧ୍ୟ ଚାଇଲ୍ଡ ଲାଇନ୍କୁ ଜଣାଇଥିଲେ। ଚାଇଲ୍ଡ ଲାଇନ୍ ନାବାଳକଙ୍କୁ ଉଦ୍ଧାର କରି ତାର ସମସ୍ୟା ବୁଝିଥିଲେ। ନାବାଳକଙ୍କୁ ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ପଚରାଉଚରା ବେଳେ ଜାଣିବାକୁ ପାଇଥିଲେ ଯେ,ମନ୍ତ୍ରୀଙ୍କୁ ଭେଟିଲେ ତାଙ୍କର କୌଣସି ସମସ୍ୟା ରହିବ ନାହିଁ। ତାଙ୍କର ସମସ୍ତ ଦୁଃଖ ଲାଘବ ହୋଇଯିବ ବୋଲି ସେ ମନରେ ଭାବି ନେଇଥିଲା। ଯେଉଁଥି ପାଇଁ ସେ ମନ୍ତ୍ରୀଙ୍କୁ ଭେଟିବାକୁ ଗଜପତିରୁ ରାଜଧାନୀ ଦାଇଁ ଆସିଥିବା କହିଥିଲା। ନାବାଳଙ୍କ ଘରର ଠିକଣା ଏବଂ ତାର ବାପାଙ୍କ ନାମ ଜାଣିବା ପରେ ଚାଇଲ୍ଡ ଲାଇନ୍ ଗଜପତି ପୁଲିସ ସହ ଯୋଗାଯୋଗ କରିଥିଲା। ଗଜପତି ପୁଲିସ ନାବାଳକଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ରାଜଧାନୀକୁ ଆସି ନାବାଳକଙ୍କୁ ଘରକୁ ନେଇଥିବା ଜଣାପଡ଼ିଛି।
ସବୁଠୁ ବଡ଼ କଥା ହେଲା ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ ମଧ୍ୟ ମନ୍ତ୍ରୀଙ୍କୁ ଭେଟ ନକଲେ ଘରକୁ ଯିବେ ନାହିଁ ବୋଲି ଜିଦ୍ କରିଥିଲା ନାବାଳକ ଜଣଙ୍କ। ଏପରିକି ସେ ଏଣେ ତେଣେ ଦୌଡ଼ି ପଳାଇବାକୁ ଲାଗିଥିଲା। କିନ୍ତୁ ମନ୍ତ୍ରୀଙ୍କ ସହ ଭେଟ ହୋଇ ନ ପାରି ପରିବାର ସଦସ୍ୟଙ୍କ ସହ ନାବାଳକ ଘରକୁ ଫେରିଛି। ମନ୍ତ୍ରୀଙ୍କ ଭେଟି ନପାରି ନାବାଳକର ମନ ଦୁଃଖ ହୋଇଥିଲେ ମଧ୍ୟ ପୁଅକୁ ପାଇ ପରିବାର ଲୋକେ ଖୁସିରେ ବିଭୋର ହୋଇଯାଇଥିଲେ।