ବିଦ୍ୟାଳୟକୁ ପଶି ଗାଳିଗୁଲଜ ସହ ଶିକ୍ଷୟତ୍ରୀଙ୍କୁ ଆଇ ଲଭ୍ ୟୁ କହିଲା ନିଶାଶକ୍ତ ଯୁବକ…

The Sakala Picture
Published On

ଯାଜପୁର: ବିଦ୍ୟାଳୟରେ ଚାଲିଥିଲା ଶିକ୍ଷାଦନ। ହଠାତ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ବଦ୍ୟାଳୟରେ ପଶି ଉନ୍ମତ୍ତକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ସମସ୍ତ ଭିଡିଓ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ଯୁବକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟକୁ […]

ଯାଜପୁର: ବିଦ୍ୟାଳୟରେ ଚାଲିଥିଲା ଶିକ୍ଷାଦନ। ହଠାତ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ବଦ୍ୟାଳୟରେ ପଶି ଉନ୍ମତ୍ତକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ସମସ୍ତ ଭିଡିଓ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ଯୁବକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟକୁ ପଶୁଛି। ପରେ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରୁଛି। ଏହାକୁ ବିରୋଧ କରୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ବିରୋଧ କରିବାରୁ ଉତକ୍ଷୀପ୍ତ ହୋଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାର ସହ ଆଇ-ଲଭ-ୟୁ ମଧ୍ଯ କହୁଛି ନିଶାଶକ୍ତ ଯୁବକ। ଏହାସହ ପୁଲିସକୁ ମଧ୍ୟ ଡର ନ ଥିବା ଭଳି ଆଚରଣ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଖବର ଅନୁଯାୟୀ, ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର