ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍, ଚାଲିଗଲା ମାଆ-ଝିଅଙ୍କ ଜୀବନ

The Sakala Picture
Published On

ଜଗତସିଂହପୁର: ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ହେଲେ ବାଟରେ ଜଗିଥିଲା ଯମ । ଟ୍ରକ୍ ଚାପାରେ ଚାପିହୋଇ ଚାଲିଗଲା ମାଆ ଝିଅଙ୍କ ଜୀବନ। ଜଗତସିଂହପୁର ଚସାପଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇଥିଲା ଏକ ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମୁଳିସିଂହ ଗାଁର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, କନକପୁର ମୁଲିସିଂହ ଗାଁର […]

ଜଗତସିଂହପୁର: ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ହେଲେ ବାଟରେ ଜଗିଥିଲା ଯମ । ଟ୍ରକ୍ ଚାପାରେ ଚାପିହୋଇ ଚାଲିଗଲା ମାଆ ଝିଅଙ୍କ ଜୀବନ। ଜଗତସିଂହପୁର ଚସାପଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇଥିଲା ଏକ ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମୁଳିସିଂହ ଗାଁର ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ସୂଚନା ଅନୁସାରେ, କନକପୁର ମୁଲିସିଂହ ଗାଁର ମୁକ୍ତାର ଖାଁ ତାଙ୍କ ବୋହୂ କଲିମ ବିବି ଓ ଦୁଇ ନାତୁଣୀ ଆଲିଆ ଖାତୁନ, ଆଲିସା ଖାତୁନ ଏକ ସ୍କୁଟିରେ ବାଲିକୁଦା ମେଡିକାଲ ଯାଉଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ୧୬ ଚକିଆ ଟ୍ରକ୍ ମାଡି ଆସିଥିଲା । ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମାଆ କଲିମ ବିବି ଓ ୭ମାସର ଝିଅ ଆଲିଆ ଖାତୁନଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ବଶୁର ଓ ଅନ୍ୟଜଣେ ଛୁଆ। ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ ହୋଇଛି । ଘଟଣାସ୍ଥଳରେ ନିଆଁ ଜାଳି କଟରା ଓ ଢ଼ିଅସାହି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ମୃତଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଜାରି ରଖିଛି। ବାଲିକୁଦା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବିରେ କରିଛନ୍ତି ଗ୍ରାମବାସୀ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

30 May 2023 By The Sakala

ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍, ଚାଲିଗଲା ମାଆ-ଝିଅଙ୍କ ଜୀବନ

ଜଗତସିଂହପୁର: ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ହେଲେ ବାଟରେ ଜଗିଥିଲା ଯମ । ଟ୍ରକ୍ ଚାପାରେ ଚାପିହୋଇ ଚାଲିଗଲା ମାଆ ଝିଅଙ୍କ ଜୀବନ। ଜଗତସିଂହପୁର ଚସାପଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇଥିଲା ଏକ ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମୁଳିସିଂହ ଗାଁର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, କନକପୁର ମୁଲିସିଂହ ଗାଁର ମୁକ୍ତାର ଖାଁ ତାଙ୍କ ବୋହୂ କଲିମ ବିବି ଓ ଦୁଇ ନାତୁଣୀ ଆଲିଆ ଖାତୁନ, ଆଲିସା ଖାତୁନ ଏକ ସ୍କୁଟିରେ ବାଲିକୁଦା ମେଡିକାଲ ଯାଉଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ୧୬ ଚକିଆ ଟ୍ରକ୍ ମାଡି ଆସିଥିଲା । ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମାଆ କଲିମ ବିବି ଓ ୭ମାସର ଝିଅ ଆଲିଆ ଖାତୁନଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ବଶୁର ଓ ଅନ୍ୟଜଣେ ଛୁଆ। ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ ହୋଇଛି । ଘଟଣାସ୍ଥଳରେ ନିଆଁ ଜାଳି କଟରା ଓ ଢ଼ିଅସାହି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ମୃତଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଜାରି ରଖିଛି। ବାଲିକୁଦା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବିରେ କରିଛନ୍ତି ଗ୍ରାମବାସୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର