ଜଗତସିଂହପୁରରେ ଚାଞ୍ଚଲ୍ୟ : ବିଲ ମଝିରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

The Sakala Picture
Published On

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଗତକାଲି ଅର୍ଥାତ ସୋମବାର ଜଣେ ଯୁବତୀଙ୍କୁ ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଯୁବତୀଜଣଙ୍କ ଗତକାଲି ସାଙ୍ଗ ଜନ୍ମଦିନରେ ଯୋଗଦେଇ ଫେରୁଥିବା ବେଳେ ତାଙ୍କ ସହ ଏହି ବର୍ବର କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ସୂଚନାନୁଯାୟୀ, ଯୁବତୀଜଣଙ୍କ ସୋମବାର ତାଙ୍କର ଜଣେ […]

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଗତକାଲି ଅର୍ଥାତ ସୋମବାର ଜଣେ ଯୁବତୀଙ୍କୁ ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଯୁବତୀଜଣଙ୍କ ଗତକାଲି ସାଙ୍ଗ ଜନ୍ମଦିନରେ ଯୋଗଦେଇ ଫେରୁଥିବା ବେଳେ ତାଙ୍କ ସହ ଏହି ବର୍ବର କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ସୂଚନାନୁଯାୟୀ, ଯୁବତୀଜଣଙ୍କ ସୋମବାର ତାଙ୍କର ଜଣେ ବାନ୍ଧବୀଙ୍କ ଜନ୍ମଦିନରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ବିଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କ ମୁହଁରେ ଗାମୁଛା ପକାଇ ଟେକିନେଇଥିଲେ। ପରେ ଏକ ନିଛାଟିଆ ଜାଗାରେ ଗଣଦୁଷ୍କର୍ମ କରିଥିଲେ। ତେବେ କୌଶଳକ୍ରମେ ଯୁବତୀଜଣଙ୍କ ସେଠାରୁ ଖସିି ଘରକୁ ପଳାଇ ଆସିଥିଲେ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ। ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସ ଡକାଇ ପୀଡ଼ିତାଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ପୀଡିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି। ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୁଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ପୁଲିସ କହିବା ଅନୁଯାୟୀ ଦୁର୍ବୃତ୍ତଙ୍କ ସଂପର୍କରେ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

22 Jul 2025 By The Sakala

ଜଗତସିଂହପୁରରେ ଚାଞ୍ଚଲ୍ୟ : ବିଲ ମଝିରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଗତକାଲି ଅର୍ଥାତ ସୋମବାର ଜଣେ ଯୁବତୀଙ୍କୁ ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଯୁବତୀଜଣଙ୍କ ଗତକାଲି ସାଙ୍ଗ ଜନ୍ମଦିନରେ ଯୋଗଦେଇ ଫେରୁଥିବା ବେଳେ ତାଙ୍କ ସହ ଏହି ବର୍ବର କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ, ଯୁବତୀଜଣଙ୍କ ସୋମବାର ତାଙ୍କର ଜଣେ ବାନ୍ଧବୀଙ୍କ ଜନ୍ମଦିନରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ବିଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କ ମୁହଁରେ ଗାମୁଛା ପକାଇ ଟେକିନେଇଥିଲେ। ପରେ ଏକ ନିଛାଟିଆ ଜାଗାରେ ଗଣଦୁଷ୍କର୍ମ କରିଥିଲେ। ତେବେ କୌଶଳକ୍ରମେ ଯୁବତୀଜଣଙ୍କ ସେଠାରୁ ଖସିି ଘରକୁ ପଳାଇ ଆସିଥିଲେ।

ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ। ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସ ଡକାଇ ପୀଡ଼ିତାଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ପୀଡିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି। ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୁଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ପୁଲିସ କହିବା ଅନୁଯାୟୀ ଦୁର୍ବୃତ୍ତଙ୍କ ସଂପର୍କରେ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର