ବଦଳିଲେ ମଦ୍ଯପ ଥାନା ବାବୁ; ନିଶାସକ୍ତ ଅବସ୍ଥାରେ ସାମ୍ବାଦିକ ଓ ସ୍ଥାନୀୟଲୋକଙ୍କୁ କରିଥିଲେ ଗାଳିଗୁଲଜ

The Sakala Picture
Published On

ଜଗତସିଂହପୁର: ମହଙ୍ଗାପଡିଳା ବର୍ଦିରେ ଥାଇ ମଦ ପିଇବା। ମଦ ପିଇ ନିଶାସକ୍ତ ଅବସ୍ଥାରେ ବୈଦ୍ଯୁତିକ ଗଣମାଧ୍ଯମ ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଗାଳିଗୁଲଜ କରିଥିଲେ ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନା ଆଇଆଇସି ଅଜୟ ମୁଦୁଲି। ଏହାର ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ଯାଳୟକୁ ବଦଳି କରିଦିଆଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ନେବାକୁ ଡିଜିପିଙ୍କ ନିକଟରେ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍‌ପି ଅଖିଲେଶ୍ବର ସିଂହ । ସୂଚନା ଅନୁଯାୟୀ, ବନ୍ଦର ଥାନା ଆଇଆଇସି ଅଜୟ […]

ଜଗତସିଂହପୁର: ମହଙ୍ଗାପଡିଳା ବର୍ଦିରେ ଥାଇ ମଦ ପିଇବା। ମଦ ପିଇ ନିଶାସକ୍ତ ଅବସ୍ଥାରେ ବୈଦ୍ଯୁତିକ ଗଣମାଧ୍ଯମ ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଗାଳିଗୁଲଜ କରିଥିଲେ ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନା ଆଇଆଇସି ଅଜୟ ମୁଦୁଲି। ଏହାର ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ଯାଳୟକୁ ବଦଳି କରିଦିଆଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ନେବାକୁ ଡିଜିପିଙ୍କ ନିକଟରେ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍‌ପି ଅଖିଲେଶ୍ବର ସିଂହ ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ସୂଚନା ଅନୁଯାୟୀ, ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗୁରୁବାର ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ । ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ନିଜ କ୍ୟାମେରାରେ ଭିଜୁଆଲ ରେକର୍ଡିଂ କଲାବେଳେ ନିଶାସକ୍ତ ଆଇଆଇସି ଅଜୟ ମୁଦୁଲି ଉକ୍ତ ସାମ୍ବାଦିକଙ୍କୁ ମାଡ ମାରିବାସହ ବୁମ ଓ କ୍ଯାମେରା ଛାଡାଇଥିଲେ। ସାମ୍ବାଦିକର ପରିଚୟ ଦେଇଥିଲେ ମଧ୍ଯ ସେ କହିଥିଲେ ମୋର କେହି କିଛି କରିପାରିବେନି । ହୁ- ଆର -ୟୁ ବୋଲି ଉକ୍ତ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ଯନୁଷ୍ଠାନ ନେଇଛନ୍ତି ଜଗତସିଂହପୁର ଏସପି। ମଦ୍ଯପ ଥାନା ଅଧିକାରୀଙ୍କୁ ବଦଳି କରିବାସହ ନାଉଗାଁ ଥାନା ଆଇଆଇସି ଭରତ ଚନ୍ଦ୍ର ବେହେରାଙ୍କୁ  ସାମୁଦ୍ରିକ ଥାନାର ଦାୟିତ୍ବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

06 Aug 2021 By The Sakala

ବଦଳିଲେ ମଦ୍ଯପ ଥାନା ବାବୁ; ନିଶାସକ୍ତ ଅବସ୍ଥାରେ ସାମ୍ବାଦିକ ଓ ସ୍ଥାନୀୟଲୋକଙ୍କୁ କରିଥିଲେ ଗାଳିଗୁଲଜ

ଜଗତସିଂହପୁର: ମହଙ୍ଗାପଡିଳା ବର୍ଦିରେ ଥାଇ ମଦ ପିଇବା। ମଦ ପିଇ ନିଶାସକ୍ତ ଅବସ୍ଥାରେ ବୈଦ୍ଯୁତିକ ଗଣମାଧ୍ଯମ ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଗାଳିଗୁଲଜ କରିଥିଲେ ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନା ଆଇଆଇସି ଅଜୟ ମୁଦୁଲି। ଏହାର ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ଯାଳୟକୁ ବଦଳି କରିଦିଆଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ନେବାକୁ ଡିଜିପିଙ୍କ ନିକଟରେ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍‌ପି ଅଖିଲେଶ୍ବର ସିଂହ ।

ସୂଚନା ଅନୁଯାୟୀ, ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗୁରୁବାର ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ । ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ନିଜ କ୍ୟାମେରାରେ ଭିଜୁଆଲ ରେକର୍ଡିଂ କଲାବେଳେ ନିଶାସକ୍ତ ଆଇଆଇସି ଅଜୟ ମୁଦୁଲି ଉକ୍ତ ସାମ୍ବାଦିକଙ୍କୁ ମାଡ ମାରିବାସହ ବୁମ ଓ କ୍ଯାମେରା ଛାଡାଇଥିଲେ। ସାମ୍ବାଦିକର ପରିଚୟ ଦେଇଥିଲେ ମଧ୍ଯ ସେ କହିଥିଲେ ମୋର କେହି କିଛି କରିପାରିବେନି । ହୁ- ଆର -ୟୁ ବୋଲି ଉକ୍ତ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ଯନୁଷ୍ଠାନ ନେଇଛନ୍ତି ଜଗତସିଂହପୁର ଏସପି। ମଦ୍ଯପ ଥାନା ଅଧିକାରୀଙ୍କୁ ବଦଳି କରିବାସହ ନାଉଗାଁ ଥାନା ଆଇଆଇସି ଭରତ ଚନ୍ଦ୍ର ବେହେରାଙ୍କୁ  ସାମୁଦ୍ରିକ ଥାନାର ଦାୟିତ୍ବ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର