ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

Madhusudan Das Picture
Published On

ଜଗତସିଂହପୁର: ବାଣ ବିସ୍ପୋରଣରେ ବାପା ମୃତ, ପୁଅ ସମେତ ୬ଜଣ ଗୁରୁତର ଆହତ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ଥାନା ଅଧୀନରେ ଥିବା ଚାନ୍ଦପୁର ଗାଁରେ ଘଟିଛି ଏପରି ଅଭାବନୀୟ ଅଘଟଣ । ଘର ଭିତରେ ଭୟାବହ ବାଣ ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି ସ୍ପଷ୍ଟ ହୋଇପାରିନି, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ପୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ମନୋରଞ୍ଜନ ସ୍ୱାଇଁ। ସେହିପରି ଗୁରୁତର ଆହତଙ୍କ ମଧ୍ୟରେ ମୃତକଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ଶିକ୍ଷକ ରାହୁଲରାଜ ମହନ୍ତ ସାମିଲ ଅଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରର ବ୍ୟାପକ କ୍ଷତି ଘଟିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି। ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସୌମ୍ୟ ଏବଂ ରାହୁଲରାଜଙ୍କ ସମେତ ମୋଟ ୩ ଜଣ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବାକି ୩ ଜଣ ଆହତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର