ହାଇୱା ଧକ୍କାରେ ୪ବର୍ଷର ଶିଶୁ ମୃତ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର- ବିରିଡି ରାସ୍ତାର ମଧ୍ୟଶାସନ ରାସ୍ତାରେ ଆଜିି ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘର୍ଟଣାରେ ଜଣେ ୪ବର୍ଷର ଶିଶୁର ମୃତ୍ଯୁ ଘଟିଛି। ହାଇୱା  ଧକ୍କାରେ ଶିଶୁଟିର ମୃତ୍ୟୁ ଘଟିବାପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୁରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିବାପରେ ଘଟଣା ସ୍ଥଳରେ ବିରିଡି ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସୂଚନା ଅନୁଯାୟୀ,  ବିରିଡିଥାନା ଅନ୍ତର୍ଗତ ଅଲାଣ୍ଡୋ ଗ୍ରାମର ପ୍ରଦୀପ ଦାସଙ୍କ […]

ଜଗତସିଂହପୁର: ଜଗତସିଂହପୁର- ବିରିଡି ରାସ୍ତାର ମଧ୍ୟଶାସନ ରାସ୍ତାରେ ଆଜିି ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘର୍ଟଣାରେ ଜଣେ ୪ବର୍ଷର ଶିଶୁର ମୃତ୍ଯୁ ଘଟିଛି। ହାଇୱା  ଧକ୍କାରେ ଶିଶୁଟିର ମୃତ୍ୟୁ ଘଟିବାପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୁରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିବାପରେ ଘଟଣା ସ୍ଥଳରେ ବିରିଡି ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ,  ବିରିଡିଥାନା ଅନ୍ତର୍ଗତ ଅଲାଣ୍ଡୋ ଗ୍ରାମର ପ୍ରଦୀପ ଦାସଙ୍କ ପୁଅ ଶୁଭ୍ରାଂସୁ ଦାସ (୪) ନିଜ ଘର ନିକଟ ରାସ୍ତାରେ ଛିଡା ହୋଇଥିବାବେଳେ ତାଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିିଲା। ଲୋକମାନେ କ୍ଷତିପୂରଣ ଦାବିରେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ଦୁର୍ଘଟଣା ସ୍ଥଳର ରାସ୍ତାକଡରେ ଏକ ଡ୍ରେନ ଖୋଳାହେବା ପରେ ଏହି ମାଟିକୁ ରାସ୍ତା ଉପରେ ଗଦା କରାଯାଇଥିଲା। ଏଥିପାଇଁ ରାସ୍ତାରେ ମାତ୍ର ଗୋଟିଏ ଗାଡି ଗଲେ ଲୋକମାନେ ଚଳ ପ୍ରଚଳ ହେବାକୁ ଜାଗା ନଥିଲା। ମାତ୍ର ଠିକାଦାର ଏହି ଡ୍ରେନରେ ପାଇପ ବିଛାଇବା କାମ ମାସ ମାସ ଧରି ଅତି କଛପ ଗତିରେ ଚଳାଇଥିବାରୁ ରାସ୍ତା ଉପରେ ଥିବା ମାଟି ରାସ୍ତାର ବହୁ ଅଂଶକୁ ଅବରୋଧ କରି ରଖିିଥିଲା। ତେବେ ହଠାତ୍‍ ରାସ୍ତାରେ ହାଇୱା ଟ୍ରକଟି ଆସିଯିବାରୁ ଶିଶୁଟି ରାସ୍ତାକଡର ନିରାପଦ ସ୍ଥାନକୁ ଯାଇ ନପାରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଦୁର୍ଘଟଣା ପାଇଁ ଠିକାଦାରଙ୍କୁ ସେମାନେ ଦାୟୀ କରିବା ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ମୃତ ଶିଶୁର ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଏ ନେଇ ବିରିଡି ଥାନାରେ ଏକ ମମଲା ରୁଜୁ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

08 Aug 2021 By The Sakala

ହାଇୱା ଧକ୍କାରେ ୪ବର୍ଷର ଶିଶୁ ମୃତ

ଜଗତସିଂହପୁର: ଜଗତସିଂହପୁର- ବିରିଡି ରାସ୍ତାର ମଧ୍ୟଶାସନ ରାସ୍ତାରେ ଆଜିି ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘର୍ଟଣାରେ ଜଣେ ୪ବର୍ଷର ଶିଶୁର ମୃତ୍ଯୁ ଘଟିଛି। ହାଇୱା  ଧକ୍କାରେ ଶିଶୁଟିର ମୃତ୍ୟୁ ଘଟିବାପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୁରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିବାପରେ ଘଟଣା ସ୍ଥଳରେ ବିରିଡି ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସୂଚନା ଅନୁଯାୟୀ,  ବିରିଡିଥାନା ଅନ୍ତର୍ଗତ ଅଲାଣ୍ଡୋ ଗ୍ରାମର ପ୍ରଦୀପ ଦାସଙ୍କ ପୁଅ ଶୁଭ୍ରାଂସୁ ଦାସ (୪) ନିଜ ଘର ନିକଟ ରାସ୍ତାରେ ଛିଡା ହୋଇଥିବାବେଳେ ତାଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିିଲା। ଲୋକମାନେ କ୍ଷତିପୂରଣ ଦାବିରେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ତେବେ ଦୁର୍ଘଟଣା ସ୍ଥଳର ରାସ୍ତାକଡରେ ଏକ ଡ୍ରେନ ଖୋଳାହେବା ପରେ ଏହି ମାଟିକୁ ରାସ୍ତା ଉପରେ ଗଦା କରାଯାଇଥିଲା। ଏଥିପାଇଁ ରାସ୍ତାରେ ମାତ୍ର ଗୋଟିଏ ଗାଡି ଗଲେ ଲୋକମାନେ ଚଳ ପ୍ରଚଳ ହେବାକୁ ଜାଗା ନଥିଲା। ମାତ୍ର ଠିକାଦାର ଏହି ଡ୍ରେନରେ ପାଇପ ବିଛାଇବା କାମ ମାସ ମାସ ଧରି ଅତି କଛପ ଗତିରେ ଚଳାଇଥିବାରୁ ରାସ୍ତା ଉପରେ ଥିବା ମାଟି ରାସ୍ତାର ବହୁ ଅଂଶକୁ ଅବରୋଧ କରି ରଖିିଥିଲା। ତେବେ ହଠାତ୍‍ ରାସ୍ତାରେ ହାଇୱା ଟ୍ରକଟି ଆସିଯିବାରୁ ଶିଶୁଟି ରାସ୍ତାକଡର ନିରାପଦ ସ୍ଥାନକୁ ଯାଇ ନପାରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଦୁର୍ଘଟଣା ପାଇଁ ଠିକାଦାରଙ୍କୁ ସେମାନେ ଦାୟୀ କରିବା ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ମୃତ ଶିଶୁର ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଏ ନେଇ ବିରିଡି ଥାନାରେ ଏକ ମମଲା ରୁଜୁ କରିଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/jagatsinghpur/a-4-year-old-boy-was-killed-in-a-road-accident/article-4469
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର