ଆଇଆଇଟି ଭୁବନେଶ୍ବରରେ ଚାକିରି ସୁଯୋଗ : ଶିଘ୍ର କରନ୍ତୁ ଆବେଦନ, ମିଳିବ ଲକ୍ଷାଧିକ ଦରମା

The Sakala Picture
Published On

ଭୁବନେଶ୍ବର : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର (ଆଇଆଇଟି ଭୁବନେଶ୍ୱର) ରେ ବମ୍ଫର ନିଯୁକ୍ତି ସୁଯୋଗ। ଆଇଆଇଟି ଭୁବନେଶ୍ବର ପକ୍ଷରୁ ମୋଟ୍‌ ୮୩ଟି ପଦ ପାଇଁ ନିଯୁକ୍ତି ବାହାରିଛି। ଆଇଆଇଟି ଭୁବନେଶ୍ୱରରେ ଖାଲିପଡିଥିବା ଅଣ-ଶିକ୍ଷାଦାନ ପଦବୀ ଯଥା- ମଲ୍ଟି ଟାସ୍କିଂ କର୍ମଚାରୀ, ବୈଷୟିକ ଅଧିକାରୀ, ଜୁନିଅର ଅଧୀକ୍ଷକ, ଜୁନିଅର ଲାଇବ୍ରେରୀ ସୂଚନା ଅଧୀକ୍ଷକ, ଫିଜିଓଥେରାପିଷ୍ଟ, ଜୁନିଅର ବୈଷୟିକ ଅଧୀକ୍ଷକ, ଜୁନିଅର ଆସିଷ୍ଟାଣ୍ଟ, ଜୁନିଅର ଆକାଉଣ୍ଟାଣ୍ଟ,  ଜୁନିଅର ପାଥୋଲୋଜିଷ୍ଟ, ଜୁନିଅର ଟେକ୍ନିସିଆନ ଏବଂ ଜୁନିଅର ଲ୍ୟାବ ସହାୟକ ନିଯୁକ୍ତ […]

ଭୁବନେଶ୍ବର : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର (ଆଇଆଇଟି ଭୁବନେଶ୍ୱର) ରେ ବମ୍ଫର ନିଯୁକ୍ତି ସୁଯୋଗ। ଆଇଆଇଟି ଭୁବନେଶ୍ବର ପକ୍ଷରୁ ମୋଟ୍‌ ୮୩ଟି ପଦ ପାଇଁ ନିଯୁକ୍ତି ବାହାରିଛି। ଆଇଆଇଟି ଭୁବନେଶ୍ୱରରେ ଖାଲିପଡିଥିବା ଅଣ-ଶିକ୍ଷାଦାନ ପଦବୀ ଯଥା- ମଲ୍ଟି ଟାସ୍କିଂ କର୍ମଚାରୀ, ବୈଷୟିକ ଅଧିକାରୀ, ଜୁନିଅର ଅଧୀକ୍ଷକ, ଜୁନିଅର ଲାଇବ୍ରେରୀ ସୂଚନା ଅଧୀକ୍ଷକ, ଫିଜିଓଥେରାପିଷ୍ଟ, ଜୁନିଅର ବୈଷୟିକ ଅଧୀକ୍ଷକ, ଜୁନିଅର ଆସିଷ୍ଟାଣ୍ଟ, ଜୁନିଅର ଆକାଉଣ୍ଟାଣ୍ଟ,  ଜୁନିଅର ପାଥୋଲୋଜିଷ୍ଟ, ଜୁନିଅର ଟେକ୍ନିସିଆନ ଏବଂ ଜୁନିଅର ଲ୍ୟାବ ସହାୟକ ନିଯୁକ୍ତ କରାଯିବ। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ୩ ବର୍ଷ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ଲୋକପାଳ ପଦବୀ, ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଗ୍ରହୀ ପ୍ରାର୍ଥୀମାନେ ୨୪ ମେ ରୁ ୨୪ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ଦାଖଲ ପ୍ରକ୍ରିୟା ମେ’ ୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍‌ ୨୪। ଅଫଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୪ ରହିଛି।

ଆହୁରି ପଢ଼ନ୍ତୁ: ଧାନ ବିକ୍ରି କରିପାରିଲେନି, ଚାଷୀ ମାଗିଲେ ଇଚ୍ଛାମୃତ୍ୟୁ; ବରଗଡ଼ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ଶିକ୍ଷାଗତ ଯୋଗ୍ୟତା:

ଆଗ୍ରହୀ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ, ସ୍ନାତକ, ପୋଷ୍ଟ ଗ୍ରାଜୁଏଟ୍, ଡିପ୍ଲୋମା,  BMLT, ଡିଗ୍ରୀ, MCA କରିଥିବା ଆବଶ୍ୟକ। ଏହି ପୋଷ୍ଟ ପାଇଁ କମ୍ପ୍ୟୁଟର ପ୍ରୟୋଗ ଏବଂ ୱାର୍ଡ, ଏକ୍ସେଲ୍, ପାୱାର୍ ପଏଣ୍ଟ ଏବଂ ଟାଲି / ଆକାଉଣ୍ଟିଂ ସଫ୍ଟୱେର୍ରେ ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା ଓ ଆବେଦନ ଫି

ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ବୟସ ସୀମା ସର୍ବାଧିକ ୪୫ ରଖାଯାଇଛି। SC / ST / OBC / PWD / PH ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଫି’ ବାବଦକୁ ୫୦୦ ଟଙ୍କା ଦେବାକୁ ପଡିବ। ମହିଳା ଆବେଦନକାରୀ, ଆଇଆଇଟି ଭୁବନେଶ୍ୱର ଭିତରର ପ୍ରାର୍ଥୀ ଏବଂ ଏସସି /ଏସଟି /ଏକ୍ସ-ସର୍ଭିସେମେନ/ ଟ୍ରାନ୍ସଜେଣ୍ଡର ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ଛାଡ କରାଯାଇଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ 

iitbbs.ac.in

11 Jun 2022 By The Sakala

ଆଇଆଇଟି ଭୁବନେଶ୍ବରରେ ଚାକିରି ସୁଯୋଗ : ଶିଘ୍ର କରନ୍ତୁ ଆବେଦନ, ମିଳିବ ଲକ୍ଷାଧିକ ଦରମା

ଭୁବନେଶ୍ବର : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର (ଆଇଆଇଟି ଭୁବନେଶ୍ୱର) ରେ ବମ୍ଫର ନିଯୁକ୍ତି ସୁଯୋଗ। ଆଇଆଇଟି ଭୁବନେଶ୍ବର ପକ୍ଷରୁ ମୋଟ୍‌ ୮୩ଟି ପଦ ପାଇଁ ନିଯୁକ୍ତି ବାହାରିଛି। ଆଇଆଇଟି ଭୁବନେଶ୍ୱରରେ ଖାଲିପଡିଥିବା ଅଣ-ଶିକ୍ଷାଦାନ ପଦବୀ ଯଥା- ମଲ୍ଟି ଟାସ୍କିଂ କର୍ମଚାରୀ, ବୈଷୟିକ ଅଧିକାରୀ, ଜୁନିଅର ଅଧୀକ୍ଷକ, ଜୁନିଅର ଲାଇବ୍ରେରୀ ସୂଚନା ଅଧୀକ୍ଷକ, ଫିଜିଓଥେରାପିଷ୍ଟ, ଜୁନିଅର ବୈଷୟିକ ଅଧୀକ୍ଷକ, ଜୁନିଅର ଆସିଷ୍ଟାଣ୍ଟ, ଜୁନିଅର ଆକାଉଣ୍ଟାଣ୍ଟ,  ଜୁନିଅର ପାଥୋଲୋଜିଷ୍ଟ, ଜୁନିଅର ଟେକ୍ନିସିଆନ ଏବଂ ଜୁନିଅର ଲ୍ୟାବ ସହାୟକ ନିଯୁକ୍ତ କରାଯିବ। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ।

ଆଗ୍ରହୀ ପ୍ରାର୍ଥୀମାନେ ୨୪ ମେ ରୁ ୨୪ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ଦାଖଲ ପ୍ରକ୍ରିୟା ମେ’ ୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍‌ ୨୪। ଅଫଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୪ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ଆଗ୍ରହୀ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ, ସ୍ନାତକ, ପୋଷ୍ଟ ଗ୍ରାଜୁଏଟ୍, ଡିପ୍ଲୋମା,  BMLT, ଡିଗ୍ରୀ, MCA କରିଥିବା ଆବଶ୍ୟକ। ଏହି ପୋଷ୍ଟ ପାଇଁ କମ୍ପ୍ୟୁଟର ପ୍ରୟୋଗ ଏବଂ ୱାର୍ଡ, ଏକ୍ସେଲ୍, ପାୱାର୍ ପଏଣ୍ଟ ଏବଂ ଟାଲି / ଆକାଉଣ୍ଟିଂ ସଫ୍ଟୱେର୍ରେ ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା ଓ ଆବେଦନ ଫି

ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ବୟସ ସୀମା ସର୍ବାଧିକ ୪୫ ରଖାଯାଇଛି। SC / ST / OBC / PWD / PH ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଫି’ ବାବଦକୁ ୫୦୦ ଟଙ୍କା ଦେବାକୁ ପଡିବ। ମହିଳା ଆବେଦନକାରୀ, ଆଇଆଇଟି ଭୁବନେଶ୍ୱର ଭିତରର ପ୍ରାର୍ଥୀ ଏବଂ ଏସସି /ଏସଟି /ଏକ୍ସ-ସର୍ଭିସେମେନ/ ଟ୍ରାନ୍ସଜେଣ୍ଡର ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ଛାଡ କରାଯାଇଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ 

iitbbs.ac.in

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର