ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ

Madhusudan Das Picture
Published On

କଣ୍ଟାବାଞ୍ଜି: ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ । ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଜାମପଡ଼ା ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଉଛନ୍ତି ପୁଷ୍ପାଞ୍ଜଳି ରଣା । ଅଭିଯୁକ୍ତ ସ୍ୱାମୀ ବୈଶାଖୁ ରଣାକୁ ଅଟକ ରଖିଛି ସିନ୍ଧେକେଲା ଥାନା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିବା ବେଳେ ବିଭିନ୍ନ ସମୟରେ ମଦ ପିଇ ସ୍ତ୍ରୀ କୁ ମାରପିଟ୍ କରୁଥିଲା । ଗତକାଲି ରାତିରେ ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହତ୍ୟା ପରେ ସ୍ୱାମୀ ବୈଶାଖୁ ରଣା ଘରେ ଲୁଚି ରହିଥିବା ବେଳେ ତାକୁ ପୋଲିସ କାବୁ କରିଥିଲା ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

18 Feb 2026 By Madhusudan Das

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ

କଣ୍ଟାବାଞ୍ଜି: ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ । ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଜାମପଡ଼ା ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଉଛନ୍ତି ପୁଷ୍ପାଞ୍ଜଳି ରଣା । ଅଭିଯୁକ୍ତ ସ୍ୱାମୀ ବୈଶାଖୁ ରଣାକୁ ଅଟକ ରଖିଛି ସିନ୍ଧେକେଲା ଥାନା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିବା ବେଳେ ବିଭିନ୍ନ ସମୟରେ ମଦ ପିଇ ସ୍ତ୍ରୀ କୁ ମାରପିଟ୍ କରୁଥିଲା । ଗତକାଲି ରାତିରେ ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହତ୍ୟା ପରେ ସ୍ୱାମୀ ବୈଶାଖୁ ରଣା ଘରେ ଲୁଚି ରହିଥିବା ବେଳେ ତାକୁ ପୋଲିସ କାବୁ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର