କେମିତି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କଲା ପୁଲିସ, କମିଶନର କହିଲେ ସମ୍ପୁର୍ଣ୍ଣ ତଥ୍ୟ ….

The Sakala Picture
Published On

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କିପରି ପୁଲିସ ଗିରଫ କଲା ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ପୁର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ ୧୦ରେ  ସୁରକ୍ଷାକର୍ମୀଙ୍କୁ ନିଶା ଦେଇ […]

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା: 'ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ'

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କିପରି ପୁଲିସ ଗିରଫ କଲା ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ପୁର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ ୧୦ରେ  ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା। ଏହାପରେ ପୁଲିଲ ପକ୍ଷରୁ ତାକୁ ଗିରଫ କରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ହାଇଦରର ସହଯୋଗୀ ୟାକୁବ୍‌ ଗିରଫ ହେବା ପରେ ତାକୁ ଜେରା କରି ପୁଲିସ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ପାଇଥିଲା। ଯାହାକୁ ପାଥେୟ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିଲା। ତେବେ ହାଇଦର ତେଲେଙ୍ଗାନାରେ ଥିବା ନେଇ ସୂରାକ ମିଳିଥିଲା।

ଆହୁରି ପଢ଼ନ୍ତୁ: ନିଜ ପୁଅକୁ ମାରି ପୋତିଦେଲା ନୃଶଂସ ବାପା, ୬ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର

ଏହାପରେ ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାରଙ୍କୁ  ଓଡ଼ିଶା ପୁଲିସ ହାଇଦରର ଫଟୋ ସହ ଫେରାର ହୋଇଥିବା ଗାଡ଼ିର ବି ଫଟୋ ଦେଇଥିଲା। CCTV ସହାୟତାରେ ଆଜି ସକାଳେ ଗାଡ଼ି ଠାବ କରିଥିଲା ହାଇଦ୍ରାବାଦ ପୁଲିସ । ଏହପରେ ଓଡିଶା ପୁଲିସକୁ ସୂଚନା ଦିଆଯାଇଥିଲା।  ତେବେ ହାଇଦର ତେଲେଙ୍ଗାନାରେ ଥିବା ନେଇ ସୂଚନା ମିଳିବା ପରେ କଟକ ପୁଲିସର ୨ଟି ଟିମ୍‌ ତେଲେଙ୍ଗାନା ଯାଇଥିଲା।

ଆହୁରି ପଢ଼ନ୍ତୁ: ମୋରମ ମାଫିଆଙ୍କ ଆତଙ୍କ: ଖଣି ଅଧିକାରୀଙ୍କୁ ଆକ୍ରମଣ ସହ ଦେଲେ ହତ୍ୟା ଧମକ

ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୁଲିସ ଓ ହାଇଦ୍ରାବାଦ୍‌ ପୁଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। କଟକରୁ ଯାଇଥିବା ୨ଟି ପୁଲିସ ଟିମ୍‌ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ ରଖିଥିଲା। ଆଜି ହାଇଦର ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ଏହାପରେ ହାଇଦର କେମିତି କଟକ ମେଡିକାଲରୁ ଫେରାର ହେଲା ଏବଂ ତାକୁ କିଏ ସହଯୋଗ କରିଥିଲେ ତାହା ଜଣାପଡିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ  କହିଛନ୍ତି।

15 Apr 2021 By The Sakala

କେମିତି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କଲା ପୁଲିସ, କମିଶନର କହିଲେ ସମ୍ପୁର୍ଣ୍ଣ ତଥ୍ୟ ….

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କିପରି ପୁଲିସ ଗିରଫ କଲା ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ପୁର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ ୧୦ରେ  ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା। ଏହାପରେ ପୁଲିଲ ପକ୍ଷରୁ ତାକୁ ଗିରଫ କରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ହାଇଦରର ସହଯୋଗୀ ୟାକୁବ୍‌ ଗିରଫ ହେବା ପରେ ତାକୁ ଜେରା କରି ପୁଲିସ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ପାଇଥିଲା। ଯାହାକୁ ପାଥେୟ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିଲା। ତେବେ ହାଇଦର ତେଲେଙ୍ଗାନାରେ ଥିବା ନେଇ ସୂରାକ ମିଳିଥିଲା।

ଏହାପରେ ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାରଙ୍କୁ  ଓଡ଼ିଶା ପୁଲିସ ହାଇଦରର ଫଟୋ ସହ ଫେରାର ହୋଇଥିବା ଗାଡ଼ିର ବି ଫଟୋ ଦେଇଥିଲା। CCTV ସହାୟତାରେ ଆଜି ସକାଳେ ଗାଡ଼ି ଠାବ କରିଥିଲା ହାଇଦ୍ରାବାଦ ପୁଲିସ । ଏହପରେ ଓଡିଶା ପୁଲିସକୁ ସୂଚନା ଦିଆଯାଇଥିଲା।  ତେବେ ହାଇଦର ତେଲେଙ୍ଗାନାରେ ଥିବା ନେଇ ସୂଚନା ମିଳିବା ପରେ କଟକ ପୁଲିସର ୨ଟି ଟିମ୍‌ ତେଲେଙ୍ଗାନା ଯାଇଥିଲା।

ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୁଲିସ ଓ ହାଇଦ୍ରାବାଦ୍‌ ପୁଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। କଟକରୁ ଯାଇଥିବା ୨ଟି ପୁଲିସ ଟିମ୍‌ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ ରଖିଥିଲା। ଆଜି ହାଇଦର ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ଏହାପରେ ହାଇଦର କେମିତି କଟକ ମେଡିକାଲରୁ ଫେରାର ହେଲା ଏବଂ ତାକୁ କିଏ ସହଯୋଗ କରିଥିଲେ ତାହା ଜଣାପଡିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ  କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର