ବଦଳୁଛି ଶିକ୍ଷା ବ୍ୟବସ୍ଥା, ରାଜ୍ୟରେ ରୋଲ୍ ମଡ଼େଲ ହେବ ହିଞ୍ଜିଳି
ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ତା । ବଦଳିବାରେ ଲାଗିଛି ହାଇସ୍କୁଲର ଚେହେରା, ପରିବର୍ତ୍ତିତ ହୋଇଚାଲିଛି କ୍ୟାମ୍ପସର ନକ୍ସା। ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳି । ରାଜ୍ୟରେ ରୋଲ୍ ମଡ଼େଲ ହେବ ହିଞ୍ଜିଳି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ […]
ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ତା । ବଦଳିବାରେ ଲାଗିଛି ହାଇସ୍କୁଲର ଚେହେରା, ପରିବର୍ତ୍ତିତ ହୋଇଚାଲିଛି କ୍ୟାମ୍ପସର ନକ୍ସା। ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳି । ରାଜ୍ୟରେ ରୋଲ୍ ମଡ଼େଲ ହେବ ହିଞ୍ଜିଳି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଦଘାଟନ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରେ ରହିଛି ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସମେତ , ଦୟାପଲ୍ଲୀ, ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ରଘୁନାଥ ବିଦ୍ୟାପୀଠ । ଶନିବାର ୨୦ ଜଣ ବିଧାୟକ ହିଞ୍ଜିଳି ଗସ୍ତରେ ଆସି ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାକୁ ନେଇ ପାଇଁ ହିଞ୍ଜିଳି ସହରରେ ପ୍ରସ୍ତୁତି ଜାରି ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ଓ ଚେତନା କେତେ ସୁଦୂରପ୍ରସାରୀ ତାହାର ଆଉ ଏକ ନଜିର ଏହି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମର ବିଧିବଦ୍ଧ ଉଦ୍ଘାଟନ ପର୍ବ ଅବସରରେ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏକ ଆଭିମୁଖ୍ୟ ଯେ- ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏମିତି ଶିକ୍ଷା ମିଳୁ ଯାହାଦ୍ବାରା କି ସେମାନେ ନିଜକୁ ଏଭଳି ଦକ୍ଷ ଭାବେ ଗଢ଼ି ତୋଳିବେ ଯେପରି ଭବିଷ୍ୟତର ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ସେମାନେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ଓଡ଼ିଶାର ଛାତ୍ରଛାତ୍ରୀଗଣ ନିଜକୁ ଆଗାମୀ ଦିନର ସୁନାଗରିକ ରୂପେ ଗଢ଼ି ତୋଳିବେ ଏବଂ ଏ ଜାତିର, ଏ ରାଜ୍ୟର ପ୍ରଗତିରେ ସେମାନଙ୍କ ଯଥାଯୋଗ୍ୟ ଭୂମିକା ନିର୍ବାହ କରିପାରିବେ। ହେଲେ ସେଥିପାଇଁ ଏବେଠାରୁ ସେମାନଙ୍କୁ ଉପଯୁକ୍ତ ପରିବେଶରେ ଉଚିତ ଶିକ୍ଷା ପ୍ରଦାନ କରିବାକୁ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ 5-T ଅଭିଯାନ ଅନ୍ତର୍ଗତ ଉଚ୍ଚବିଦ୍ୟାଳୟର ରୂପାନ୍ତରୀକରଣକୁ ତ୍ବରାନ୍ବିତ କରିବାରେ ଲାଗିଛନ୍ତି।