ଆଜିଠୁ ହେବ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, କେବଳ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ

Madhusudan Das Picture
Published On

ପୁରୀ: ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ଆଜିଠାରୁ ଆରମ୍ଭ ହେବ। ପୂର୍ବରୁ ଅର୍ଥାତ୍‌ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାର ଗଣତିମଣତି ସରିଥିବା ବେଳେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତିମଣତି କରାଯିବ। ଏହା ଏପ୍ରିଲ ୮, ୯, ୧୦ ଓ ୧୧ ତାରିଖ ଲଗାତାର ୪ଦିନ ଧରି ଚାଲିବା ପରେ ପରବର୍ତ୍ତୀ ଗୋଟିଏ ଦିନ  ଅର୍ଥାତ୍‌ ରବିବାର ବନ୍ଦ ରହିବ। ପୁନଶ୍ଚ ୧୩, ୧୬, ୧୭ ଓ ୧୮ତାରିଖରେ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ମତଦାନ ଜାରି, କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ଗଣତିମଣତି ହେବ। ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ। ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରଖାଯିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ। କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତିମଣତି ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତରକାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ଏଣୁ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟରେ ପୂର୍ବପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ୧୮ତାରିଖ ପରେ ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଆଗୁଆ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ସୂଚନାଥାଉ କି, ଶେଷଥର ପାଇଁ ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତିମଣତି ହୋଇଥିଲା। ମେ’ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭୦ଦିନ ଧରି ଏହା ଚାଲିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନଭଣ୍ଡାର ପୁସ୍ତକ ଅନୁଯାୟୀ, ବାହାର ରତ୍ନଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କେଜିର ସ୍ୱର୍ଣ୍ଣ, ୩୯ ପ୍ରକାରର ୪୬.୦୭ କେଜିର ରୁପା ଅଳଙ୍କାର ରହିଛି। ରତ୍ନଅଳଙ୍କାର ଗଣତିମଣତି ବେଳେ ତାହାକୁ ମେଳକ କରାଯିବ।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀରେ 'ହିଟ୍ ଆଣ୍ଡ ରନ୍': ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର ହେଲା SUV

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର