ଆସୁଛି ବଡ଼ ବର୍ଷା : ଆଜି ୨୪ ଜିଲ୍ଲାରେ ଝଡ଼ ତୋଫାନ, କାଲିଠୁ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଜାରି ରହିଥିବା ଗୁଳୁଗୁଳି ସ୍ଥିତି ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ତେଣୁ ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ଜିନିତ ବର୍ଷା ଆଶଙ୍କା ରହିଛି। ଏହାବ୍ୟତୀତ ୨୪ ତାରିଖ ଅର୍ଥାତ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଓ ପରିସ୍ଥିତି ଅନୁକୂଳ ରହିଲେ ପରବର୍ତ୍ତୀ ସମୟରେ ଏକ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି। ଏହା ପ୍ରଭାବରେ ୨୪ରୁ ବର୍ଷାର […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଜାରି ରହିଥିବା ଗୁଳୁଗୁଳି ସ୍ଥିତି ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ତେଣୁ ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ଜିନିତ ବର୍ଷା ଆଶଙ୍କା ରହିଛି।

ଏହାବ୍ୟତୀତ ୨୪ ତାରିଖ ଅର୍ଥାତ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଓ ପରିସ୍ଥିତି ଅନୁକୂଳ ରହିଲେ ପରବର୍ତ୍ତୀ ସମୟରେ ଏକ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି। ଏହା ପ୍ରଭାବରେ ୨୪ରୁ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଏହାପରେ ଅର୍ଥାତ୍ ୨୮ କିମ୍ବା ୨୯ ତାରିଖରେ ମଧ୍ୟ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଆଶଙ୍କା ରହିଥିବାରୁ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ଆକଳନ କରାଯାଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ସେପଟେ ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଠାରୁ ବଢିବ ବର୍ଷାର ପରିମାଣ । ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।