ସିଝୁଛି ଓଡ଼ିଶା : ୪୦ ଡିଗ୍ରି ଉପରେ ୧୬ ସହର, ଆହୁରି ତିନି ଦିନ ତାତି ଯନ୍ତ୍ରଣା

The Sakala Picture
Published On

ଭୁବନେଶ୍ବର : ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି  ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି ଟିଟିଲାଗଡ ଉତ୍ତପ୍ତ ସହର ଥିବା ବେଳେ ଆଜି ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ତାଳଚେରରେ ତାପମାତ୍ରା ୪୨.୭ […]

ଭୁବନେଶ୍ବର : ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି  ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି ଟିଟିଲାଗଡ ଉତ୍ତପ୍ତ ସହର ଥିବା ବେଳେ ଆଜି ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରି ଥିବା ବେଳେ, ବୌଦ୍ଧରେ ୪୨.୫, ଝାରସୁଗୁଡାରେ ୪୨.୨, ବଲାଙ୍ଗିରରେ ୪୨.୨ ଓ ଟିଟିଲାଗଡରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଛି । ଏହାସହ ଅନୁଗୁଳରେ ୪୧.୯ ଡିଗ୍ରି, ସୋନପୁରରେ ୪୧.୮, ନୟାଗଡରେ ୪୧.୭, ବାଲେଶ୍ବରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧, ସୁନ୍ଦରଗଡରେ ୪୧ ଡିଗ୍ରି ଓ କଟକରେ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ତିରିଂରେ ଡବଲ ମର୍ଡର: ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା

ଅନ୍ୟପଟେ  ପଶ୍ଚିମ ଦିଗରୁ ମୁଖ୍ୟତଃ ବାୟୁମଣ୍ଡଳର ତଳଭାଗରେ ପ୍ରବାହିତ ହେଉଥିବା ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ତଥା ସ୍ଥାନୀୟ ଗରମ ପ୍ରଭାବରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା, ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର କେତେକ ସ୍ଥାନରେ ଆଗାମୀ ୩ ଦିନ ପାଇଁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ଛାତି ବିନ୍ଧୁଥିଲା ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଗଲେ, ହେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ୪୮ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ ଅଧିକ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ତାରିଖ ଯାଏଁ ରାଜ୍ୟର ୨୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ହିଟ୍‌ ଓ୍ଵେଭ୍‌ ନେଇ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଆବଶ୍ୟକୀୟ ପଦକ୍ଷେପ ନେବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମୋରମ ମାଫିଆଙ୍କ ଆତଙ୍କ: ଖଣି ଅଧିକାରୀଙ୍କୁ ଆକ୍ରମଣ ସହ ଦେଲେ ହତ୍ୟା ଧମକ

30 Mar 2021 By The Sakala

ସିଝୁଛି ଓଡ଼ିଶା : ୪୦ ଡିଗ୍ରି ଉପରେ ୧୬ ସହର, ଆହୁରି ତିନି ଦିନ ତାତି ଯନ୍ତ୍ରଣା

ଭୁବନେଶ୍ବର : ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି  ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି ଟିଟିଲାଗଡ ଉତ୍ତପ୍ତ ସହର ଥିବା ବେଳେ ଆଜି ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରି ଥିବା ବେଳେ, ବୌଦ୍ଧରେ ୪୨.୫, ଝାରସୁଗୁଡାରେ ୪୨.୨, ବଲାଙ୍ଗିରରେ ୪୨.୨ ଓ ଟିଟିଲାଗଡରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଛି । ଏହାସହ ଅନୁଗୁଳରେ ୪୧.୯ ଡିଗ୍ରି, ସୋନପୁରରେ ୪୧.୮, ନୟାଗଡରେ ୪୧.୭, ବାଲେଶ୍ବରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧, ସୁନ୍ଦରଗଡରେ ୪୧ ଡିଗ୍ରି ଓ କଟକରେ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି ।

ଅନ୍ୟପଟେ  ପଶ୍ଚିମ ଦିଗରୁ ମୁଖ୍ୟତଃ ବାୟୁମଣ୍ଡଳର ତଳଭାଗରେ ପ୍ରବାହିତ ହେଉଥିବା ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ତଥା ସ୍ଥାନୀୟ ଗରମ ପ୍ରଭାବରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା, ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର କେତେକ ସ୍ଥାନରେ ଆଗାମୀ ୩ ଦିନ ପାଇଁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ୪୮ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ ଅଧିକ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ତାରିଖ ଯାଏଁ ରାଜ୍ୟର ୨୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ହିଟ୍‌ ଓ୍ଵେଭ୍‌ ନେଇ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଆବଶ୍ୟକୀୟ ପଦକ୍ଷେପ ନେବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର