ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ସ୍ବଚ୍ଛତାର ସହ ହେବ ଖରିଫ୍‌ ଧାନ ସଂଗ୍ରହ

The Sakala Picture
Published On

ଭୁବନେଶ୍ବର: ସ୍ବଚ୍ଛତାର ସହ ହେବ ଖରିଫ୍‌ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍‌ ଚାଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ଚାଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା’ ଉପରେ ନଜର ରଖିବାକୁ ସବୁ ମଣ୍ଡିରେ କ୍ୟାମେରା ବ୍ୟବସ୍ଥା ହୋଇଛି । ସମବାୟ ବିଭାଗରେ ଫାଇଭ-ଟିକୁ ଦିଆଯାଇଛି ଗୁରୁତ୍ୱ । ଚାଷୀ ସୁଫଳ ପାଇବେ । ସଚିବମାନେ […]

ଭୁବନେଶ୍ବର: ସ୍ବଚ୍ଛତାର ସହ ହେବ ଖରିଫ୍‌ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍‌ ଚାଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ଚାଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା’ ଉପରେ ନଜର ରଖିବାକୁ ସବୁ ମଣ୍ଡିରେ କ୍ୟାମେରା ବ୍ୟବସ୍ଥା ହୋଇଛି । ସମବାୟ ବିଭାଗରେ ଫାଇଭ-ଟିକୁ ଦିଆଯାଇଛି ଗୁରୁତ୍ୱ । ଚାଷୀ ସୁଫଳ ପାଇବେ । ସଚିବମାନେ ମଣ୍ଡି ବୁଲି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଓ ଚାଷୀନେତା ସ୍ବାଗତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ

ଖରିଫ୍‌ ଧାନ ସଂଗ୍ରହ ପାଇଁ ବଡ଼ ପଦକ୍ଷେପ । ସ୍ୱଚ୍ଛତାର ସହ ସୁରୁଖୁରୁରେ ହେବ ଧାନ ସଂଗ୍ରହ । ମଣ୍ଡି ବୁଲିବେ ସବୁ ସଚିବ । ଅସାଧୁଙ୍କ ଉପରେ ରହିବ କଡ଼ା ନଜର । ଧାନ ସଂଗ୍ରହ କେମିତି ହେଉଛି, ମଣ୍ଡିର ସ୍ଥିତି କ’ଣ ଅଛି ? ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି, ସଚିବମାନେ ଗସ୍ତ କରି ଏସବୁ ଅନୁଧ୍ୟାନ କରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବାକୁ ସଚିବମାନେ ମଣ୍ଡି ବୁଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିରେ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ପାଇଁ ହୋଇଛି ପିଇବା ପାଣି ଓ ଆଲୋକ ବ୍ୟବସ୍ଥା । ସଚିବମାନେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବେ ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୩ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ସମବାୟ ବିଭାଗରେ ଫାଇଭ-ଟିକୁ ଗୁରୁତ୍ୱ ଦିଆଯାଇଛି । ପ୍ରକୃତ ଚାଷୀ ପଞ୍ଜୀକରଣ କରିଛନ୍ତି କି ନାହିଁ, ତାହା ଜାଣିବାକୁ ପୂର୍ବରୁ ଅସୁବିଧା ହେଉଥିଲା । ବର୍ତ୍ତମାନ ସାଟେଲାଇଟ ସର୍ଭେ ଦ୍ବାରା ବାସ୍ତବ ସ୍ଥିତି ଜଣା ପଡୁଛି । ଧାନ ସଂଗ୍ରହ ନେଇ ଭୁଲ ତଥ୍ୟ ଦେଇଥିବା ଲୋକଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଖରିଫ ଧାନ ସଂଗ୍ରହ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷପକୁ ସ୍ବାଗତ କରାଯାଇଛି । ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ  ସୁରୁଖୁରୁରେ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦିନ ଜିଲ୍ଲାସ୍ତରରେ ସମୀକ୍ଷା ବୈଠକ ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ବିଶ୍ବ ହସ୍ତୀ ଦିବସ: ଅନାଥ ବବ୍‌ଲୁ ଏବେ ଶିମିଳିପାଳର ଜାଗ୍ରତ ପ୍ରହରୀ

04 Nov 2023 By The Sakala

ସ୍ବଚ୍ଛତାର ସହ ହେବ ଖରିଫ୍‌ ଧାନ ସଂଗ୍ରହ

ଭୁବନେଶ୍ବର: ସ୍ବଚ୍ଛତାର ସହ ହେବ ଖରିଫ୍‌ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍‌ ଚାଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ଚାଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା’ ଉପରେ ନଜର ରଖିବାକୁ ସବୁ ମଣ୍ଡିରେ କ୍ୟାମେରା ବ୍ୟବସ୍ଥା ହୋଇଛି । ସମବାୟ ବିଭାଗରେ ଫାଇଭ-ଟିକୁ ଦିଆଯାଇଛି ଗୁରୁତ୍ୱ । ଚାଷୀ ସୁଫଳ ପାଇବେ । ସଚିବମାନେ ମଣ୍ଡି ବୁଲି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଓ ଚାଷୀନେତା ସ୍ବାଗତ କରିଛନ୍ତି ।

ଖରିଫ୍‌ ଧାନ ସଂଗ୍ରହ ପାଇଁ ବଡ଼ ପଦକ୍ଷେପ । ସ୍ୱଚ୍ଛତାର ସହ ସୁରୁଖୁରୁରେ ହେବ ଧାନ ସଂଗ୍ରହ । ମଣ୍ଡି ବୁଲିବେ ସବୁ ସଚିବ । ଅସାଧୁଙ୍କ ଉପରେ ରହିବ କଡ଼ା ନଜର । ଧାନ ସଂଗ୍ରହ କେମିତି ହେଉଛି, ମଣ୍ଡିର ସ୍ଥିତି କ’ଣ ଅଛି ? ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି, ସଚିବମାନେ ଗସ୍ତ କରି ଏସବୁ ଅନୁଧ୍ୟାନ କରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବାକୁ ସଚିବମାନେ ମଣ୍ଡି ବୁଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିରେ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ପାଇଁ ହୋଇଛି ପିଇବା ପାଣି ଓ ଆଲୋକ ବ୍ୟବସ୍ଥା । ସଚିବମାନେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବେ ।

ସମବାୟ ବିଭାଗରେ ଫାଇଭ-ଟିକୁ ଗୁରୁତ୍ୱ ଦିଆଯାଇଛି । ପ୍ରକୃତ ଚାଷୀ ପଞ୍ଜୀକରଣ କରିଛନ୍ତି କି ନାହିଁ, ତାହା ଜାଣିବାକୁ ପୂର୍ବରୁ ଅସୁବିଧା ହେଉଥିଲା । ବର୍ତ୍ତମାନ ସାଟେଲାଇଟ ସର୍ଭେ ଦ୍ବାରା ବାସ୍ତବ ସ୍ଥିତି ଜଣା ପଡୁଛି । ଧାନ ସଂଗ୍ରହ ନେଇ ଭୁଲ ତଥ୍ୟ ଦେଇଥିବା ଲୋକଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଖରିଫ ଧାନ ସଂଗ୍ରହ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷପକୁ ସ୍ବାଗତ କରାଯାଇଛି । ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ  ସୁରୁଖୁରୁରେ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦିନ ଜିଲ୍ଲାସ୍ତରରେ ସମୀକ୍ଷା ବୈଠକ ବ୍ୟବସ୍ଥା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର