ଅମାନିଆ ହେଉଛନ୍ତି ପର୍ଯ୍ଯଟକ, ପୁଣି ବଢ଼଼ିବ ସଂକ୍ରମଣ !

The Sakala Picture
Published On

ଗୋପାଳପୁର: କରୋନା ସଂକ୍ରମଣ ତଳମୁହାଁ ହେବାପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ୍‍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅଗଷ୍ଟ ୧ରୁ ଗଞ୍ଜାମ ଜିଲ୍ଲାରେ ମନ୍ଦିର, ପାର୍କ, ବେଳାଭୁମି ପ୍ରଭୃତି ସାର୍ବଜନୀନ ସ୍ଥାନକୁ କୋଭିଡ଼ ନିୟମ ମଧ୍ୟରେ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି। କିନ୍ତୁ ଆଜି ରବିବାର ହେତୁ ଗୋପାଳପୁର ବେଳାଭୂମିରେ ଦିନ ତମାମ ପର୍ଯ୍ୟଟକ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଗହଳି ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରାୟ ୮ହଜାରରୁ ଉର୍ଦ୍ଧ ଲୋକଙ୍କ ଭିଡ଼ ଜମିଥିବାବେଳେ […]

ଗୋପାଳପୁର: କରୋନା ସଂକ୍ରମଣ ତଳମୁହାଁ ହେବାପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ୍‍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅଗଷ୍ଟ ୧ରୁ ଗଞ୍ଜାମ ଜିଲ୍ଲାରେ ମନ୍ଦିର, ପାର୍କ, ବେଳାଭୁମି ପ୍ରଭୃତି ସାର୍ବଜନୀନ ସ୍ଥାନକୁ କୋଭିଡ଼ ନିୟମ ମଧ୍ୟରେ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି। କିନ୍ତୁ ଆଜି ରବିବାର ହେତୁ ଗୋପାଳପୁର ବେଳାଭୂମିରେ ଦିନ ତମାମ ପର୍ଯ୍ୟଟକ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଗହଳି ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରାୟ ୮ହଜାରରୁ ଉର୍ଦ୍ଧ ଲୋକଙ୍କ ଭିଡ଼ ଜମିଥିବାବେଳେ ନିଜ ପରିବାର ସହ ବେଳାଭୂମିରେ ଲୋକେ ମଜା ନେଉଥିଲେ। ଭିଡ଼ ସହିତ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। କରୋନା ସଂକ୍ରମଣର ଭୟ ବର୍ତ୍ତମାନ ସୁଧା ଟଳିନି। ତୃତୀୟ ଲହର ଆସିବା ସମ୍ଭବନା ମଧ୍ୟ ଦେଖାଦେଇଛି। ତେବେ ଗୋପାଳପୁର ବେଳାଭୂମିରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ଦେଖି ପୁଣି କରୋନାକୁ ଆମନ୍ତ୍ରଣ କଲାଭଳି ମନେ ହେଉଛି। ପର୍ଯ୍ୟଟକ ଏଠାରେ ଖୋଲାଖୋଲି ଭାବେ କୋଭିଡ୍‍଼ ନିୟମ ଉଲ୍ଲଙ୍ଘନ କରୁଥିବା ଦେଖାଯାଇଛି। ବିନା ମାସ୍କରେ ସାମାଜିକ ଦୂରତାକୁ ଭୃକ୍ଷେପ କରି ମନଇଚ୍ଛା ବେଳାଭୂମିରେ ବୁଲିବା ସହ ସମୁଦ୍ରରେ ଗାଧୋଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ଦେଶ୍ୟ ଏବଂ ପରାମର୍ଶ ମଧ୍ୟରେ ସାର୍ବଜନୀନ ସ୍ଥାନରେ ଲୋକଙ୍କ ପ୍ରବେଶକୁ ଅନୁମତି ଗୋପାଳପୁରରେ ତାର ବ୍ୟତିକ୍ରମ ଦେଖାଦେଇଛି। ସେହିଭଳି ନିକଟସ୍ଥ ହରିପୁରଠାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏଭଳି ଭିଡ଼ ଲାଗି ରହିଲେ ପୁଣିଥରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କୋଭିଡ଼୍‍ ନିୟମ ପାଳନ ଦିଗରେ ପ୍ରଶାସନ କଡା ନଜର ରଖିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

08 Aug 2021 By The Sakala

https://www.thesakala.in/latest-odisha-news/ganjam/crowds-on-the-beach-on-sunday-virus-will-rise-again-if-the-crowd-is-not-controlled/article-4470
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର