ପ୍ରେମରେ ପ୍ରତାରଣା: ପ୍ରେମିକାକୁ ପୋଡ଼ି ମାରିବା ଉଦ୍ୟମ, ପ୍ରେମିକ ଅଟକ

The Sakala Picture
Published On

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି। ପ୍ରେମରେ ପ୍ରତାରଣା କରିଛି ପ୍ରେମିକ। ପ୍ରତାରଣା ପରେ ପ୍ରେମିକାକୁ ଜୀବନରୁ ମାରିଦେବାକୁ ଉଦ୍ଯମ କରିଛି। ପ୍ରେମିକାକୁ ଡାକି ନିଆଁରେ ପୋଡି ମାରିବା ପାଇଁ ପଛାଇ ନାହିଁ ପ୍ରେମିକ। ସୂଚନା ଅନୁଯାୟୀ, ପ୍ରେମିକ ଜଣଙ୍କ ପ୍ରତାପୁରର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ । ସେ ଗଞ୍ଜାମ ଜିଲ୍ଲା ବୁଗୁଡା ବାଲିପଦର ଫାଣ୍ଡି ନିକଟ କଳମ୍ୱ ଗ୍ରାମର ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ କନ୍ୟା ୨୫ ବର୍ଷୀୟା […]

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି। ପ୍ରେମରେ ପ୍ରତାରଣା କରିଛି ପ୍ରେମିକ। ପ୍ରତାରଣା ପରେ ପ୍ରେମିକାକୁ ଜୀବନରୁ ମାରିଦେବାକୁ ଉଦ୍ଯମ କରିଛି। ପ୍ରେମିକାକୁ ଡାକି ନିଆଁରେ ପୋଡି ମାରିବା ପାଇଁ ପଛାଇ ନାହିଁ ପ୍ରେମିକ।

ସୂଚନା ଅନୁଯାୟୀ, ପ୍ରେମିକ ଜଣଙ୍କ ପ୍ରତାପୁରର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ । ସେ ଗଞ୍ଜାମ ଜିଲ୍ଲା ବୁଗୁଡା ବାଲିପଦର ଫାଣ୍ଡି ନିକଟ କଳମ୍ୱ ଗ୍ରାମର ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ କନ୍ୟା ୨୫ ବର୍ଷୀୟା ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ। ହେଲେ ପ୍ରମିକ କୃଷ୍ଣ ପ୍ରତାପୁର ଗ୍ରାମକୁ ଡକାଇ ଏକ ପରିତ୍ୟକ୍ତ ଘର ଭିତରେ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ନିଆଁ ଦେଖି ଓ ଚିତ୍କାର ଶବ୍ଦ ଶୁଣ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସ୍ଥାନୀୟ ପୋଲିସ, ଦମକଳ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଶୁଭସ୍ମିତାଙ୍କୁ ଦରପୋଡା ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ପୁରୁଷୋତ୍ତମପୁର ମେଡିକାଲ ଭର୍ତ୍ତି କରାଯାଇଥିଲା । ଏକଜ୍ୟୁକୁଟିଭ ମାଜିଷ୍ଟେଡଟ ତଥା ତହସିଲଦାର ନୀତିଶ କୁମାର ତ୍ରିପାଠୀ ମେଡିକାଲରେ ପହଞ୍ଚି ଶୁଭସ୍ମିତାଙ୍କ ବୟାନ ରେକର୍ଡ କରିଛନ୍ତି। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ଅଧିକ ଚିକିତ୍ସା ପାଇଁ ତାଙ୍କୁୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି। ଏହାପରେ ଅଭିଯୁକ୍ତ କୃଷ୍ଣର ମୋବାଇଲ ନମ୍ବରକୁ ଟ୍ରାକ୍ କରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ କନେଷ୍ଟେବଲ ହେମନ୍ତ ସାହୁ, ମନରଞ୍ଜନ ଦାସ, ସୁଧାଂଶୁ ବେହେରା ପ୍ରମୁଖ ପୁରୁଷୋତ୍ତମପୁର ସ୍ଥିତ କେଶପୁର ଛକଠାରେ ତାକୁ କାବୁ କରିଛନ୍ତି। କୃଷ୍ଣକୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା ଚାଲିଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

27 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର