ଗୋଳନ୍ଥରା‌ରେ ଲଜ୍ଜା: ବରଯାତ୍ରୀ ଶୋଭାଯାତ୍ରାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ରାତିରେ ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଆଜି ବିଳମ୍ବିତ ରାତିରେ ଅଭିଯୋଗ ହେବା ପରେ ପଦାକୁ ଆସିଛି। ସୂଚନାନୁଯାୟୀ, ନାବାଳିକାଦ୍ୱୟ ଏକ ବ୍ୟାଣ୍ଡ ପାର୍ଟିରେ ଡ୍ୟାନ୍ସର୍‌ ଭାବେ କାମ କରନ୍ତି। ବୁଧବାର ରାତିରେ ଏକ ବରାଯାତ୍ରୀ […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ରାତିରେ ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଆଜି ବିଳମ୍ବିତ ରାତିରେ ଅଭିଯୋଗ ହେବା ପରେ ପଦାକୁ ଆସିଛି। ସୂଚନାନୁଯାୟୀ, ନାବାଳିକାଦ୍ୱୟ ଏକ ବ୍ୟାଣ୍ଡ ପାର୍ଟିରେ ଡ୍ୟାନ୍ସର୍‌ ଭାବେ କାମ କରନ୍ତି। ବୁଧବାର ରାତିରେ ଏକ ବରାଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ବୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ନାବାଳିକାଦ୍ୱୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି। ଆଜି ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନା‌ରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର