ଏସିଏଫ ସୌମ୍ଯରଞ୍ଜନଙ୍କ ମୃତ୍ଯୁ ଘଟଣା: ତଦନ୍ତରେ ସହଯୋଗ କରିବା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

The Sakala Picture
Published On

ପାରଳାଖେମୁଣ୍ଡି: ପାରଳା ଏସିଏଫ ସୌମ୍ଯରଞ୍ଜନ ମହାପାତ୍ରଙ୍କ ମୃତ୍ଯୁ ଘଟଣା ଦିନକୁ ଦିନ ରହସ୍ଯମୟ ହୋଇଉଠୁଛି। ବୁଢିଆଣୀ ସୂତା ଭଳି ସୌମ୍ଯଙ୍କ ମୃତ୍ଯୁ ଘଟଣା ଏବେ ଏମିତି ଅଡୁଆ ଭିତରେ ଛନ୍ଦି ହୋଇଯାଇଛି ଯେ, ପାରଳାଖେମୁଣ୍ଡି ଥାନା ପୁଲିସ ପ୍ରକୃତ ସତ୍ଯ ଜଣିବା ପାଇଁ ୪ଟି ଜିଲ୍ଲାକୁ ଯାଇ ତଥ୍ଯ ସଂଗ୍ରହ କରିବ।  ପ୍ରତିଦିନ ନୂଆ ନୂଆ ତଥ୍ୟ ଯୋଡ଼ି ହେବାରେ ଲାଗିଛି ଯାହାକି ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ଦେଇଛି । ଏନେଇ […]

ପାରଳାଖେମୁଣ୍ଡି: ପାରଳା ଏସିଏଫ ସୌମ୍ଯରଞ୍ଜନ ମହାପାତ୍ରଙ୍କ ମୃତ୍ଯୁ ଘଟଣା ଦିନକୁ ଦିନ ରହସ୍ଯମୟ ହୋଇଉଠୁଛି। ବୁଢିଆଣୀ ସୂତା ଭଳି ସୌମ୍ଯଙ୍କ ମୃତ୍ଯୁ ଘଟଣା ଏବେ ଏମିତି ଅଡୁଆ ଭିତରେ ଛନ୍ଦି ହୋଇଯାଇଛି ଯେ, ପାରଳାଖେମୁଣ୍ଡି ଥାନା ପୁଲିସ ପ୍ରକୃତ ସତ୍ଯ ଜଣିବା ପାଇଁ ୪ଟି ଜିଲ୍ଲାକୁ ଯାଇ ତଥ୍ଯ ସଂଗ୍ରହ କରିବ।  ପ୍ରତିଦିନ ନୂଆ ନୂଆ ତଥ୍ୟ ଯୋଡ଼ି ହେବାରେ ଲାଗିଛି ଯାହାକି ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ଦେଇଛି ।

ଏନେଇ ଆଜି ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଆସିଛନ୍ତି ୪ଜଣିଆ ଟିମ୍‌। ତଦନ୍ତରେ ପୋଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ ଟିମ୍‌। ଅପରପକ୍ଷରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଭୁବନେଶ୍ୱର, କଟକ ଆସି ଡିଜି ଓ ଅନ୍ୟ ପଦାଧିକାରୀଙ୍କୁ ଭେଟି କେତେକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସଆଇ ବିନାୟକ ମନ୍ତ୍ରୀ, ହାବିଲଦାର ତ୍ରିନାଥ ପଟ୍ଟନାୟକ, କନଷ୍ଟେବଳ ହରେକୃଷ୍ଣ ସାମଲ, ଚୂଡ଼ାମଣି କାନ୍ତି, ବବିତା ରାଣୀ ମହାନ୍ତି ପ୍ରମୁଖ ସକାଳେ ଖଇରା ଥାନାରେ ପହଞ୍ଚି ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହିତ ଆଲୋଚନା କରିଥିଲେ । ଖଇରା ଥାନା ଅଧିକାରୀଙ୍କ ଦ୍ୱାରା ଗଠିତ ଏକ ଟିମ୍‌ ଓ ପାରଳାଖେମୁଣ୍ଡିର ୬ ଜଣିଆ ତଦନ୍ତକାରୀ ଟିମ୍‌ ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମର ସୌମ୍ୟରଞ୍ଜନଙ୍କ ବାସଭବନକୁ ଯାଇଥିଲେ । ପରିବାର ଓ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ପଚରାଉଚରା କରିଥିଲେ ।

ତଦନ୍ତକାରୀ ଟିମ୍‌ ସୌମ୍ୟରଞ୍ଜନଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର, ମାଆ ତୁଳସୀ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା, ମାଇ ଉର୍ମିଳା ପଣ୍ଡା, ମାମୁ ଝିଅ ଭଉଣୀ ତୃଷ୍ଣାରାଣୀ ପଣ୍ଡା, ମାମୁ ପୁଅ ଭାଇ ସତ୍ୟବ୍ରତ ପଣ୍ଡାଙ୍କ ବୟାନ ରେକର୍ଡ କରିଛନ୍ତି । ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୌଡ଼ଗାଁର ବିଦ୍ୟାଭାରତୀଙ୍କ ଘରକୁ ଯାଇ ସେଠାରେ ବିଦ୍ୟାଭାରତୀ ଏବଂ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର