ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷ‌ରେ ଟଙ୍କାଟିଏ ବି କର ପୈଠ କରିନି

The Sakala Picture
Published On

ପାରଳାଖେମୁଣ୍ଡି : ଗଜପତିର ଜମି, ଜଳ, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି। ଜିଲ୍ଲା ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜଳକୁ ନେଇ ଅନେକ ବିବାଦ ରହିଛି। ଏପରିକି, ବଂଶଧାରା ଓ ମହେନ୍ଦ୍ରତନୟା ଜଳକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। କିନ୍ତୁ, ଆନ୍ଧ୍ର ନିଜେ ଓଡ଼ିଶା ଚୁକ୍ତି କରି ତାହାକୁ ଖିଲାପ କରି ଚାଲିଥିବା ଦେଖିବାକୁ ମିଳୁଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ଜଳରେ […]

ପାରଳାଖେମୁଣ୍ଡି : ଗଜପତିର ଜମି, ଜଳ, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି। ଜିଲ୍ଲା ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜଳକୁ ନେଇ ଅନେକ ବିବାଦ ରହିଛି। ଏପରିକି, ବଂଶଧାରା ଓ ମହେନ୍ଦ୍ରତନୟା ଜଳକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। କିନ୍ତୁ, ଆନ୍ଧ୍ର ନିଜେ ଓଡ଼ିଶା ଚୁକ୍ତି କରି ତାହାକୁ ଖିଲାପ କରି ଚାଲିଥିବା ଦେଖିବାକୁ ମିଳୁଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷ ଜମି ଶସ୍ୟଶ୍ୟାମଳା ହେଉଛି। ବର୍ଷକୁ ତିନିଥର ପନିପରିବା, ଧାନ, ମାଛ ଚାଷ ହେଉଥିବା ବେଳେ ଚୁକ୍ତି ଭିତ୍ତିରେ ଦେବାକୁ ଥିବା ଜଳକର ବାବଦକୁ କିନ୍ତୁ ଟଙ୍କାଟିଏ ବି ଦେଇନାହିଁ।

ଜିଲ୍ଲାର ୧୭ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ବର୍ଷତମାମ ଆନ୍ଧ୍ର ପାଣି ନେଉଛି। ଏଥିପାଇଁ ଆର୍ଥିକ ବର୍ଷ ୧୯୮୮-୮୯ରେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଯେଉଁ ପାଣି ଆନ୍ଧ୍ରକୁ ଯାଉଛି, ତା’ର କର ବା ଟିକସ ଦେବା ପାଇଁ ଚୁକ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ଚୁକ୍ତି ମୁତାବକ ଆନ୍ଧ୍ର ଜଳକର ପୈଠ କରୁନାହିଁ। ଆର୍ଥିକ ବର୍ଷ ୨୦୨୧-୨୨ ସୁଦ୍ଧା ମୋଟ ୪ କୋଟି ୩୨ଲକ୍ଷ ୮୧ହଜାର ୨ଶହ ୧୧ଟଙ୍କାର ଜଳକର ଆନ୍ଧ୍ର ଉପରେ ଗଡ଼ୁଛି। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକର ତଥ୍ୟ ନବୀକରଣ ହୋଇନାହିଁ। ବର୍ତ୍ତମାନ ୨୦୨୫ ଚାଲିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନଃ ଆକଳନ ହୋଇନାହିଁ।

ଉଦ୍‌‌‌ବେଗଜନକ କଥା ହେଲା, ୧୭ ପ୍ରକଳ୍ପ ମଧ୍ୟରେ ବୁରୁଗାମଟେଙ୍କ୍‌, ବୁରୁଗାମନାଳ, ଲକ୍ଷ୍ମୀସାଗର ଓ ରାଧାସାଗର, ଲକ୍ଷ୍ମୀସାଗର ଓ ବୁରୁଗାମଗଡ଼ା ସ୍ଥାନିତ ହୋଇଥିଲେ ମଧ୍ୟ କେତେ ଏକର ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ, ଆନ୍ଧ୍ରକୁ କେତେ ଏବଂ ଓଡ଼ିଶାକୁ କେତେ ଜଳସେଚିତ ହେଉଛି, ତାହାର ତଥ୍ୟ ବିଭାଗ ନିକଟରେ ନାହିଁ।

ଏଠାରେ ସୂଚନାଯୋଗ୍ୟ, ଆନ୍ଧ୍ର ବକେୟା ଥିବା ଜଳକରର ତଥ୍ୟ ଓଡ଼ିଶା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ବାରମ୍ୱାର ପଠାଇ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଜଳକର ପୈଠ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ତଥ୍ୟ ଦେଉନଥିବା ଜଣାପଡିଛି।

26 Sep 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର