ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ରାମକୃଷ୍ଣ ୨୦୦୦ରୁ ୨୦୦୨ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ । ସେ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଛଅ ଥର ବିଧାୟକ ହୋଇଥିଲେ ରାମକୃଷ୍ଣ […]

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ରାମକୃଷ୍ଣ ୨୦୦୦ରୁ ୨୦୦୨ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ । ସେ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଛଅ ଥର ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ୧୯୭୧ ମସିହାରେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ୧୯୭୭-୧୯୮୦ ଯାଏ ଜନତାରୁ ବିଧାୟକ ହୋଇଥିଲେ । ୧୯୮୫ରୁ କ୍ରମାଗତ ତିନି ଥର ୨୦୦୦ ମସିହା ଯାଏ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ବି ମନ୍ତ୍ରୀ ଥିଲେ ରାମକୃଷ୍ଣ ପଟ୍ଟନାୟକ । ବିଭିନ୍ନ ସରକାରରେ ସେ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ଅର୍ଥ, ଗ୍ରାମାଞ୍ଚଳ ବିକାଶ, କୃଷି, ଯୋଜନା ଓ ସମନ୍ୱୟ ମନ୍ତ୍ରୀ । ୧୯୯୮ ଫେବ୍ରୁଆରୀରୁ ନଭେମ୍ବର ଯାଏ ସେ  ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

24 Dec 2021 By The Sakala

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ରାମକୃଷ୍ଣ ୨୦୦୦ରୁ ୨୦୦୨ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ । ସେ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଛଅ ଥର ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ୧୯୭୧ ମସିହାରେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ୧୯୭୭-୧୯୮୦ ଯାଏ ଜନତାରୁ ବିଧାୟକ ହୋଇଥିଲେ । ୧୯୮୫ରୁ କ୍ରମାଗତ ତିନି ଥର ୨୦୦୦ ମସିହା ଯାଏ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ ।

ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ବି ମନ୍ତ୍ରୀ ଥିଲେ ରାମକୃଷ୍ଣ ପଟ୍ଟନାୟକ । ବିଭିନ୍ନ ସରକାରରେ ସେ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ଅର୍ଥ, ଗ୍ରାମାଞ୍ଚଳ ବିକାଶ, କୃଷି, ଯୋଜନା ଓ ସମନ୍ୱୟ ମନ୍ତ୍ରୀ । ୧୯୯୮ ଫେବ୍ରୁଆରୀରୁ ନଭେମ୍ବର ଯାଏ ସେ  ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର