ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଗତମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଦଳରୁ ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ସବୁ ଆଇନଗତ ଦିଗକୁ ତର୍ଜମାପରେ ତଥ୍ୟପ୍ରମାଣ ସହ ଏହି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଆଜି ଦଳର ସମସ୍ତ ବିଧାୟକ ବାଚସ୍ପତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିବେ। ଶଙ୍ଖ ଭବନରେ ବିଜେଡିର ସମସ୍ତ ବିଧାୟକ ଏକତ୍ରିତ ହେବା ପରେ ସେଠାରୁ ବିଧାନସଭା ଯିବେ ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ । 

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ରାଜ୍ୟସଭା ନିର୍ବାଚନରେ ଦଳ ପକ୍ଷରୁ ଜାରି ୩ ଧାଡ଼ିଆ ହ୍ୱିପ୍‌କୁ ଅବମାନନା କରି ବିଧାୟକ ଚକ୍ରମଣି  କହଁର, ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀ କ୍ରସ ଭୋଟିଂ କରିଥିଲେ।  ପୂର୍ବରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ମଧ୍ୟ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ। ଏହାକୁ ଆଧାର କରି କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ବିଜେଡି ବିଧାୟକ ଦଳ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିବା ଯୋଗୁଁ ସେମାନଙ୍କୁ କାହିଁକି ଦଳରୁ ନିଲମ୍ବନ କରାଯିବ ନାହିଁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁଁ ସେ ସଂକ୍ରାନ୍ତରେ କୈଫିୟତ ତଲବ କରିଥିଲେ।  ନିଲମ୍ବିତ ବିଧାୟକମାନେ ଦଳର ମୁଖ୍ୟ ସଚେତକଙ୍କୁ ଫେରନ୍ତା ଉତ୍ତର ଦେଇଥିଲେ ହେଁ ଓଲଟି ଆଇନର ଧମକ ଦେଖାଇଥିଲେ। ଏହାପରେ ବିଜେଡି ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲା ଓ ଏବେ ସେମାନଙ୍କର ସଭ୍ୟପଦ ରଦ୍ଦ ପାଇଁ ଉଦ୍ୟମ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ଅପରପକ୍ଷରେ କଂଗ୍ରେସ  ମଧ୍ୟ  ନିଜର ୩ ବିଧାୟକଙ୍କୁ କ୍ରସ ଭୋଟିଂ ପାଇଁ ଦଳରୁ ନିଲମ୍ବିତ କରିବା ସହିତ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କୁ ଦାବି ପତ୍ର ପ୍ରଦାନ କରି ସାରିଛି। ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଆଧାର କରି ଦଳ ବିରୋଧୀ କାର୍ଯ୍ୟ ଓ ଅନ୍ୟାନ୍ୟ ବିଭିନ୍ନ ଦିଗକୁ ପ୍ରମାଣ ସ୍ୱରୂପ ପ୍ରଦାନ କରି ସମ୍ପୃକ୍ତ ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପକ୍ଷରୁ ବାଚସ୍ପତିକୁଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

27 Apr 2026 By Madhusudan Das

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ଭୁବନେଶ୍ୱର: ଗତମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଦଳରୁ ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ସବୁ ଆଇନଗତ ଦିଗକୁ ତର୍ଜମାପରେ ତଥ୍ୟପ୍ରମାଣ ସହ ଏହି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଆଜି ଦଳର ସମସ୍ତ ବିଧାୟକ ବାଚସ୍ପତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିବେ। ଶଙ୍ଖ ଭବନରେ ବିଜେଡିର ସମସ୍ତ ବିଧାୟକ ଏକତ୍ରିତ ହେବା ପରେ ସେଠାରୁ ବିଧାନସଭା ଯିବେ ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ । 

ରାଜ୍ୟସଭା ନିର୍ବାଚନରେ ଦଳ ପକ୍ଷରୁ ଜାରି ୩ ଧାଡ଼ିଆ ହ୍ୱିପ୍‌କୁ ଅବମାନନା କରି ବିଧାୟକ ଚକ୍ରମଣି  କହଁର, ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀ କ୍ରସ ଭୋଟିଂ କରିଥିଲେ।  ପୂର୍ବରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ମଧ୍ୟ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ। ଏହାକୁ ଆଧାର କରି କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ବିଜେଡି ବିଧାୟକ ଦଳ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିବା ଯୋଗୁଁ ସେମାନଙ୍କୁ କାହିଁକି ଦଳରୁ ନିଲମ୍ବନ କରାଯିବ ନାହିଁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁଁ ସେ ସଂକ୍ରାନ୍ତରେ କୈଫିୟତ ତଲବ କରିଥିଲେ।  ନିଲମ୍ବିତ ବିଧାୟକମାନେ ଦଳର ମୁଖ୍ୟ ସଚେତକଙ୍କୁ ଫେରନ୍ତା ଉତ୍ତର ଦେଇଥିଲେ ହେଁ ଓଲଟି ଆଇନର ଧମକ ଦେଖାଇଥିଲେ। ଏହାପରେ ବିଜେଡି ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲା ଓ ଏବେ ସେମାନଙ୍କର ସଭ୍ୟପଦ ରଦ୍ଦ ପାଇଁ ଉଦ୍ୟମ ଆରମ୍ଭ କରିଛି। 

ଅପରପକ୍ଷରେ କଂଗ୍ରେସ  ମଧ୍ୟ  ନିଜର ୩ ବିଧାୟକଙ୍କୁ କ୍ରସ ଭୋଟିଂ ପାଇଁ ଦଳରୁ ନିଲମ୍ବିତ କରିବା ସହିତ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କୁ ଦାବି ପତ୍ର ପ୍ରଦାନ କରି ସାରିଛି। ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଆଧାର କରି ଦଳ ବିରୋଧୀ କାର୍ଯ୍ୟ ଓ ଅନ୍ୟାନ୍ୟ ବିଭିନ୍ନ ଦିଗକୁ ପ୍ରମାଣ ସ୍ୱରୂପ ପ୍ରଦାନ କରି ସମ୍ପୃକ୍ତ ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପକ୍ଷରୁ ବାଚସ୍ପତିକୁଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର