ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

Tapas Ranjan Nanda Picture
Published On

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ଦ୍ୱାରା ପରିଚାଳିତ ଦଶମ ବା ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଭାବେ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

ମିଳିଥିବା ସୂଚନା ଅନୁଯାୟୀ, ମେ ୨ ତାରିଖ ଅପରାହ୍ନ ୪ଟା ସମୟରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ। ତେବେ ସେହିଦିନ ସନ୍ଧ୍ୟା ୬ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଅନଲାଇନରେ ଦେଖିବାକୁ ପାଇବେ।

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

odisha-matric-10th-board-results-may-2-bse-odisha

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

କେମିତି ଚେକ୍ କରିବେ ରେଜଲ୍ଟ?

ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in ରେ ଲଗଇନ୍ କରି ନିଜର ରେଜଲ୍ଟ ଦେଖିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ରୋଲ୍ ନମ୍ବର ଏଣ୍ଟର କରିବାକୁ ପଡ଼ିବ।

ଇଣ୍ଟରନେଟ୍ ସମସ୍ୟା କିମ୍ବା ୱେବସାଇଟ୍ ଡାଉନ୍ ଥିଲେ, ଛାତ୍ରଛାତ୍ରୀମାନେ ମୋବାଇଲ୍ ଏସଏମଏସ (SMS) ମାଧ୍ୟମରେ ମଧ୍ୟ ସହଜରେ ରେଜଲ୍ଟ ପାଇପାରିବେ। ଏଥିପାଇଁ ମୋବାଇଲର ମେସେଜ୍ ବକ୍ସକୁ ଯାଇ OR10 ସହିତ ନିଜର ରୋଲ ନମ୍ବର ଟାଇପ୍ କରି (ଉଦାହରଣ- OR10 Roll Number) 5676750 ନମ୍ବରକୁ ଏସଏମଏସ (SMS) କରିବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର