ପ୍ରତିକୂଳ ପରିସ୍ଥିତିରେ ସମ୍ପର୍କରେ ପଡ଼ିନି ଫାଟ: ଏମାନେ ବି ସାବିତ୍ରୀ ଓ ସତ୍ୟବାନ

The Sakala Picture
Published On

ଭୁବନେଶ୍ୱର: ସ୍ୱାମୀର ସୁରକ୍ଷା ପାଇଁ ସ୍ତ୍ରୀଟିଏ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଏ। ନିଜ ସିନ୍ଦୂରର ରକ୍ଷା ପାଇଁ ଯମଙ୍କ ସହ ଲଢ଼ିପାରେ। ନିୟତିର ନିୟମକୁ ବଦଳାଇଦେଇପାରେ। ଏହାର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦୁଇ ଦମ୍ପତି ନିର୍ମଳ-ମିନତୀ ଓ ସୁକଦେବ-ପ୍ରେମଲତା। ମୋହିନୀ ପ୍ରମିଳା ଜରା ନିବାସରେ ପରିଣତ ବୟସରେ ବି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରୁଛନ୍ତି ବୟସ୍କ ମହିଳା। ୧-ନିର୍ମଳ-ମିନତୀ: ନିର୍ମଳ ନାୟକ(୭୫) ଓ ପତ୍ନୀ ମିନତୀ ନାୟକ(୬୮)ଙ୍କ ଘର କେନ୍ଦ୍ରାପଡ଼ା […]

ଭୁବନେଶ୍ୱର: ସ୍ୱାମୀର ସୁରକ୍ଷା ପାଇଁ ସ୍ତ୍ରୀଟିଏ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଏ। ନିଜ ସିନ୍ଦୂରର ରକ୍ଷା ପାଇଁ ଯମଙ୍କ ସହ ଲଢ଼ିପାରେ। ନିୟତିର ନିୟମକୁ ବଦଳାଇଦେଇପାରେ। ଏହାର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦୁଇ ଦମ୍ପତି ନିର୍ମଳ-ମିନତୀ ଓ ସୁକଦେବ-ପ୍ରେମଲତା। ମୋହିନୀ ପ୍ରମିଳା ଜରା ନିବାସରେ ପରିଣତ ବୟସରେ ବି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରୁଛନ୍ତି ବୟସ୍କ ମହିଳା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

୧-ନିର୍ମଳ-ମିନତୀ:

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ନିର୍ମଳ ନାୟକ(୭୫) ଓ ପତ୍ନୀ ମିନତୀ ନାୟକ(୬୮)ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। କୋଳେରେ ସନ୍ତାନଟିଏ ନ ଥିଲେ, ହେଲେ ନିଜ ଭାଇଙ୍କ ପିଲାମାନଙ୍କୁ ପୁଅ ଝିଅଙ୍କ ଠାରୁ ବି ଅଧିକ କରିଥିଲେ। ସେମାନଙ୍କୁ ଆଦରି ବାକି ଜୀବନ କଟିଯିବ ବୋଲି ଭାବିଥିଲେ। ନିଜେ ପରିଶ୍ରମ କରି ପିଲାମାନଙ୍କ ପାଇଁ ଖର୍ଚ୍ଚ କରୁଥିଲେ। ହେଲେ ସେହିମାନେ ହିଁ ଶତ୍ରୁ ପାଲଟିଗଲେ। ବୟସ ବଢ଼଼ିଯିବା ସାଙ୍ଗକୁ ରୋଜଗାର ବି ବନ୍ଦ ହୋଇଗଲା। ତେଣୁ ଅସହାୟ ମନେକରି କେନ୍ଦ୍ରାପଡ଼ାରୁ ଆଣି ଭୁବନେଶ୍ୱର ରାଜ ରାସ୍ତାରେ ଛାଡ଼ିଦେଇଥିଲେ ପୁତୁରା। ସେହିଦିନଠାରୁ ଭିଟାମାଟି ବଦଳରେ ଜରାଶ୍ରମ ପାଲଟିଲା ଏହି ବୃଦ୍ଧ ଦମ୍ପତିଙ୍କ ଠିକଣା। ଯେଉଁଠି ଆଜକୁ ୫ବର୍ଷ ହେବ ସାଥୀ ହୋଇ ରହୁଛନ୍ତି। ଏହାରି ଭିତିରେ ପତ୍ନୀ ମାନସିକ ଭାରସାମ୍ୟ ହରାଇଥିଲେ ବି ନିଜ ପାଖରୁ କେବେ ତାଙ୍କୁ ଦୂର କରିନାହାନ୍ତି ନିର୍ମଳ। ଓଡ଼ିଆ ଘରର ପ୍ରତିଟି ବିବାହିତ ନାରୀ ପାଇଁ ସାବିତ୍ରୀ ବ୍ରତ ଏକ ପରମ୍ପରା। ଏହି ପରମ୍ପରାକୁ ବି ବାଦ୍‍ ଦେଇନାହାନ୍ତି ଉଭୟ। ପତ୍ନୀ ସାବିତ୍ରୀ ବ୍ରତ କରିବେ ବୋଲି ଶଙ୍ଖା, ସିନ୍ଦୂର, ଶାଢ଼ି ଦେଇଛନ୍ତି ର୍ନମଳ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

୨- ମୋହିନୀ ପ୍ରମିଳା ଜରା ନିବାସରେ ପରିଣତ ବୟସରେ ବି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରୁଛନ୍ତି ବୟସ୍କ ମହିଳା:

ସ୍ୱାମୀଙ୍କ ଠିକଣା ନାହିଁ। କେଉଁଠି ଅଛନ୍ତି, କେଉଁ ଅବସ୍ଥାରେ ଅଛନ୍ତି ତାହା ବି ଜଣାନାହିଁ। ହେଲେ ଅଗ୍ନୀକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲେ ତା’ପାଇଁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କ ନିକଟରେ ଶୁଭ ମନାସୁଛନ୍ତି। ସ୍ୱାମୀଙ୍କ ଠାରୁ ଦୂରେଇ ଯିବାର ଅନେକ ବର୍ଷ ବିତିଗଲାଣି। ହେଲେ ପ୍ରତିବର୍ଷ ଭଳି ସ୍ୱାମୀଙ୍କ ଦିର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ଢେଙ୍କାନାଳର ବିଷ୍ଣୁପ୍ରିୟା ଘଡ଼େଇ। ଭୁବନେଶ୍ୱର ଆଶ୍ରୟସ୍ଥଳୀରେ ରହି ସ୍ୱାମୀଙ୍କ ପାଇଁ ଶୁଭ ମନାସୁଛନ୍ତି। ବିଷ୍ଣୁପ୍ରିୟାଙ୍କ କହିବା ଅନୁସାରେ, ବାହାଘରରେ ଯୌତକୁ ନ ଆଣିବାରୁ ଶାଶୂଘର ଲୋକେ ଦାଉ ସାଜିଲେ। ଯାହାର ପରିଣତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଦାବି ଅନୁସାରେ ବାପଘର ଲୋକେ ଯୌତୁକ ବି ଦେଲେ। ସେଇ ଖୁସିରେ ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ କଟକ ରେଳ ଷ୍ଟେସନରେ ପତ୍ନୀଙ୍କୁ ଏକା ଛାଡ଼ି କେଉଁଆଡ଼େ ଚାଲିଗଲେ ସ୍ୱାମୀ। ସମସ୍ତେ ଦୂରେଇ ଯିବା ପରେ ଚନ୍ଦ୍ରଶେଖରପୁରସ୍ଥିତ ପତିତ ଉଦ୍ଧାର ସମିତିର ଆଶ୍ରୟସ୍ଥଳ ପାଲଟିଛି ତାଙ୍କ ଠିକଣା। ଆଜକୁ ପ୍ରାୟ ୪ବର୍ଷ ବିତିଗଲାଣି ସ୍ୱାମୀଙ୍କ ବାଟକୁ ଚାହିଁ ରହିଛନ୍ତି ବିଷ୍ଣୁପ୍ରିୟା। ସାବିତ୍ରୀ ତ କରିବେ, ହେଲେ ବ୍ରତ ଭାଙ୍ଗିବାକୁ କେହି ନ ଥିବା ସେ କହିଛନ୍ତି।

୩- ସୁକଦେବ-ପ୍ରେମଲତା:

ସୁକଦେବ ପାଢ଼ି(୭୭) ଓ ପ୍ରେମଲତା(୭୦) ପାଢ଼ିଙ୍କ କ୍ଷେତ୍ରରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଉଭୟଙ୍କ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ। ସୁକଦେବ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରି ପରିବାର ଚଳାଉଥିଲେ। ସ୍ୱଳ୍ପ ରୋଜଗାରରେ ଏକମାତ୍ର ପୁଅକୁ ମଣିଷ କରିବାକୁ ଦିନରାତି ଏକ କରିଦେଇଥିଲେ। ହେଲେ ପୁଅ ତ ମଣିଷ ହେଲା, କିନ୍ତୁ ବୃଦ୍ଧ ବୟସରେ ବାପା ମା’ଙ୍କୁ ପର କରିଦେଲା। ଫଳରେ ଉଭୟ ଜରାଶ୍ରମରେ ଦିନ କାଟୁଛନ୍ତି। ପତ୍ନୀଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ ବିଛଣାରେ ପଡ଼ି ରହୁଛନ୍ତି। ହେଲେ ଏହି ଅବସ୍ଥାରେ ସେ କିଭଳି ସାବିତ୍ରୀ ବ୍ରତ କରିବେ ବୋଲି ଭାବି ଭାବି କାନ୍ଦି ପକାଉଛନ୍ତି ସ୍ୱାମୀ ସୁକଦେବ। ପୂର୍ବଭଳି ମୋ ଆଖିଆଗରେ ଚଲାବୁଲା କରିବା, ଭଲରେ ଦି ପଦ କଥା ହେଲେ ମୁଁ ଟିକେ ଶାନ୍ତିରେ ଶୋଇ ପାରିବି ବୋଲି ପତ୍ନୀଙ୍କ କାନ ପାଖରେ କହୁଛନ୍ତି ସୁକଦେବ। ପ୍ରତିବର୍ଷ ସାବିତ୍ରୀ ପାଇଁ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କୁ କହି ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଆଣିଛନ୍ତି ସୁକଦେବ। ଏମିତିକି ଖୁସିରେ ନିଜ ପତ୍ନୀଙ୍କ ହାତରେ ଚୁଡ଼ି ମଧ୍ୟ ପିନ୍ଧାଇ ଦେଉଛନ୍ତି। ତାଙ୍କ ମୁଣ୍ଡ କୁଣ୍ଡାଇ ଦେଉଛନ୍ତି। କେବେ କେବେ ତାଙ୍କ ପାଖରେ ବସି ଆଶୁ ଆରୋଗ୍ୟ କାମନା କରି ମୁଣ୍ଡକୁ ଆଉଁସି ଦେଉଛନ୍ତି। ବର୍ତ୍ତମାନ ସମାଜରେ ସ୍ୱାମୀ ସ୍ତ୍ରୀଙ୍କ କଳହ ଦାଣ୍ଡରେ ପଡ଼ି ହାଟରେ ଗଡ଼଼ୁଥିବା ବେଳେ ଏହି ବୃଦ୍ଧ ଦମ୍ପତି କେବଳ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିନାହାନ୍ତି ବରଂ ସମ୍ପର୍କର ପ୍ରକୃତ ଅର୍ଥକୁ ପ୍ରତିପାଦିତ କରିଛନ୍ତି। ଯାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ଜରାଶ୍ରମର ମାଲିକ ରମାନାଥ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର