ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି, ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ

Madhusudan Das Picture
Published On

ବଲାଙ୍ଗୀର: ବାହାଘର ଶୋଭାଯାତ୍ରା ବେଳେ ବଡ ଅଘଟଣ । ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ । ବଲାଙ୍ଗିର ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଘଟିଛି ଏପରି ଅଘଟଣ । ବର ବେଶରେ ପୁଅ ବସିଥିବା କାର୍ ମାଡ଼ିଯିବାରୁ ବାପାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ନବବଧୂର ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଲୋଇସିଂହା ଥାନା ଆମପାଲି ଗାଁରୁ ବେଲପଡା ଥାନା ମଣ୍ଡଳ ଗାଁକୁ ବରଯାତ୍ରୀ ଯାଇଥିଲା  । ବରଯାତ୍ରୀ ପ୍ରୋସେସନ ଚାଲିଥିଲା ବେଳେ ରାତି ପ୍ରାୟ ୧୧ଟା ସମୟରେ ବରଯାତ୍ରୀ ଗାଡି ଡ୍ରାଇଭର ଅଘଟଣ ଘଟାଇଥିଲେ  । ବର ବସିଥିବା ଗାଡି ଧକ୍କାରେ ଟଳିପଡିଲେ ବରପିତା  । ଘଟଣା ସ୍ଥଳରେ ବରପିତା ଚୈତନ୍ୟ ବାଗଙ୍କ ମୃତ୍ୟୁ ଘଟିଥିଲା  । ଦୁର୍ଘଟଣାରେ କନ୍ୟାର ଭାଇ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି  । ଘଟଣାସ୍ଥଳରେ ବେଲପଡା ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି  । ଦୁର୍ଘଟଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  । ବର ଓ କନ୍ୟା ପକ୍ଷ ଲୋକଙ୍କ ଆଲୋଚନା ପରେ ବିଳମ୍ବରେ ବାହାଘର ସମ୍ପନ୍ନ ହୋଇଥିଲା  । ବର କାନ୍ଦିକାନ୍ଦି ବାହା ହୋଇ ଘରକୁ ଫେରିଛି  ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

26 Nov 2025 By Madhusudan Das

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି, ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ

ବଲାଙ୍ଗୀର: ବାହାଘର ଶୋଭାଯାତ୍ରା ବେଳେ ବଡ ଅଘଟଣ । ପୁଅ ବାହା ପାଇଁ ଆସି ଶବ ହୋଇଗଲେ ବାପା । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ । ବଲାଙ୍ଗିର ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଘଟିଛି ଏପରି ଅଘଟଣ । ବର ବେଶରେ ପୁଅ ବସିଥିବା କାର୍ ମାଡ଼ିଯିବାରୁ ବାପାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ନବବଧୂର ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଲୋଇସିଂହା ଥାନା ଆମପାଲି ଗାଁରୁ ବେଲପଡା ଥାନା ମଣ୍ଡଳ ଗାଁକୁ ବରଯାତ୍ରୀ ଯାଇଥିଲା  । ବରଯାତ୍ରୀ ପ୍ରୋସେସନ ଚାଲିଥିଲା ବେଳେ ରାତି ପ୍ରାୟ ୧୧ଟା ସମୟରେ ବରଯାତ୍ରୀ ଗାଡି ଡ୍ରାଇଭର ଅଘଟଣ ଘଟାଇଥିଲେ  । ବର ବସିଥିବା ଗାଡି ଧକ୍କାରେ ଟଳିପଡିଲେ ବରପିତା  । ଘଟଣା ସ୍ଥଳରେ ବରପିତା ଚୈତନ୍ୟ ବାଗଙ୍କ ମୃତ୍ୟୁ ଘଟିଥିଲା  । ଦୁର୍ଘଟଣାରେ କନ୍ୟାର ଭାଇ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି  । ଘଟଣାସ୍ଥଳରେ ବେଲପଡା ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି  । ଦୁର୍ଘଟଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  । ବର ଓ କନ୍ୟା ପକ୍ଷ ଲୋକଙ୍କ ଆଲୋଚନା ପରେ ବିଳମ୍ବରେ ବାହାଘର ସମ୍ପନ୍ନ ହୋଇଥିଲା  । ବର କାନ୍ଦିକାନ୍ଦି ବାହା ହୋଇ ଘରକୁ ଫେରିଛି  ।

https://www.thesakala.in/latest-odisha-news/father-dies-after-car-hits-son-in-wedding-attire-in-baraat/article-43293
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର