ମେଡିକାଲ ବେଡରେ ପଡିଛି ବାପାର ଶବ : ପୁଅ କହୁଛି ସେ ମୋର କି’ ବାପ ? ମୁଁ ତାକୁ ଚିହ୍ନିନି…..

The Sakala Picture
Published On

ପଟ୍ଟାମୁଣ୍ଡାଇ : ସମ୍ପ୍ରତି ସାମାଜିକ ଅବକ୍ଷୟର ଧାରା ବ୍ୟାପକ ହେବାକୁ ବସିଲାଣି । ସ୍ଵାର୍ଥ ସର୍ବସ୍ଵ ଦୁନିଆର ମୋହରେ ପଡି ମଣିଷ ନିଜର କର୍ତାବ୍ୟ ଭୁଲି ଯାଉଛି । ଯାହାଫଳରେ ସମାଜରୁ ହଜିଗଲାଣି ମାନବିକତା ଓ ମରିଗଲାଣି ମଣିଷ ପଣିଆ । ଆଜି ଜନ୍ମକଲା ବାପମାଙ୍କୁ ଭୁଲି ଯାଉଛି ପୁଅ । ଏପରିକି ଜନ୍ମକଲା ବାପର ମଲା ଶବକୁ ଗ୍ରହଣ କରିବାକୁ ମନାକରୁଛି ପୁଅ । ଏପରି ଏକ ଅଭାବନୀୟ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଲିଛି ପଟ୍ଟାମୁଣ୍ଡାଇ […]

ପଟ୍ଟାମୁଣ୍ଡାଇ : ସମ୍ପ୍ରତି ସାମାଜିକ ଅବକ୍ଷୟର ଧାରା ବ୍ୟାପକ ହେବାକୁ ବସିଲାଣି । ସ୍ଵାର୍ଥ ସର୍ବସ୍ଵ ଦୁନିଆର ମୋହରେ ପଡି ମଣିଷ ନିଜର କର୍ତାବ୍ୟ ଭୁଲି ଯାଉଛି । ଯାହାଫଳରେ ସମାଜରୁ ହଜିଗଲାଣି ମାନବିକତା ଓ ମରିଗଲାଣି ମଣିଷ ପଣିଆ । ଆଜି ଜନ୍ମକଲା ବାପମାଙ୍କୁ ଭୁଲି ଯାଉଛି ପୁଅ । ଏପରିକି ଜନ୍ମକଲା ବାପର ମଲା ଶବକୁ ଗ୍ରହଣ କରିବାକୁ ମନାକରୁଛି ପୁଅ । ଏପରି ଏକ ଅଭାବନୀୟ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଲିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଖୋଦ ଜନ୍ମ କଲା ବାପା ଆଜି ପୁଅ ପାଇଁ ହୋଇଛି ଅଲୋଡ଼ା ଅଖୋଜା । ରାଜନଗରର ଅଂଚଳର ଭୀମ ସେନ ବାହାଦୂର ଚାକିରୀରୁ ଅବସର ନେବା ପରେ ପୁଅଝିଅଙ୍କର ଅବହେଳାର ଶିକାର ହୋଇଥିଲେ । ଯାହାଫଳରେ ଭୀମସେନ ଘରଛାଡି ନିଜ ସ୍ତ୍ରୀଙ୍କ ସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବକ୍ତାରପୁର ଗ୍ରାମରେ ରହୁଥିଲେ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଗତକାଲି ଭୀମସେନଙ୍କ ଦେହ ଖରାପ ହେବାରୁ ଚିକିସ୍ଥା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲ ଆସିଥିଲେ । ମାତ୍ର ଚିକିସ୍ଥାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ଭୋ ଭୋ ହୋଇ କାନ୍ଦୁଥିବା ପତ୍ନୀ ଭଗବତୀ ବହାଦୁର ନିଜ ଜନ୍ମାକଲା ବାପର ମୃତ୍ୟୁ ଖବର ପୁଅ, ଝିଅ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ । ମାତ୍ର ପୁଅ ଓ ଝିଅ ଜନ୍ମକଲା ବାପର ଶବ ନେବାକୁ ମନାକଲେ । ଫଳରେ ମୃତ ଭୀମସେନଙ୍କ ଶବ ମେଡିକାଲରେ ପଡିରହିଥିଲା । ପୁଅ କି ଝିଅ କାହାରି ଦେଖା ନାହିଁ । ପୁଅକୁ ଖବର ଦେବାରୁ ପୁଅ କହୁଛି ସେ ମୋର କି’ ବାପ ? ମୁଁ ତାକୁ ଚିହ୍ନିନି । ବାହାର ଲୋକ ମାନେ ଜଗି ରହିଥିଲେ ଅଲୋଡ଼ା ଶବକୁ । ନିଜ ପୁଅ ଝିଅ ପର କରିଦେଲେ ବାପାର ମୄତ ଦେହ। ସ୍ଵାମୀର ଶବ ପାଖରେ ଭୋ ଭୋ ହୋଇ କାନ୍ଦୁଛି ସ୍ତ୍ରୀ । ନିନ୍ଦୁଛି ନିଜର ଜନ୍ମ କଲା ମା କୋଳକୁ । ନିରାଶ୍ରୟ ହୋଇ ବିକଳରେ ଫୋନ କରୁଛି ସମ୍ପର୍କୀୟଙ୍କୁ । ଆସୁନାହାନ୍ତି ପରିବାର ଲୋକେ, ଦୁଇ ଝିଅ ଓ ପୁଅ ଥିବା ବେଳେ କେହି ବି ଆସୁନାହାନ୍ତି ଶବ ପାଖକୁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ତେବେ ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବା ପରେ ମଧ୍ୟ କାହାରି ଦେଖା ମିଳିନଥିଲା । ଏହି ଅଭାବନୀୟ ହୃଦୟବିଦାରକ ଘଟଣ। ବ୍ୟଥିତ କରିଛି ସ୍ଥାନୀୟ ଲୋକମାନଙ୍କୁ । ଖବର ପାଇ ନଗର ବିଜେଡ଼ି ସଭାପତି ବୁଢା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ଵାଳ, ଜିଲ୍ଲା ଯୁବବିଜେଡ଼ି ସାଧାରଣ ସଂପାଦକ ଅଶୋକ ଧଳ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦେବାଶିଷ ନାୟକ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତ ଭୀମସେନ ବାହାଦୁରଙ୍କ ପତ୍ନୀଙ୍କୁ ସମବେଦନା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ପୌରାଧକ୍ଷ ହେମନ୍ତ ସାହୁ ଏହି ଘଟଣ। ଜାଣିବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ପୌରଧକ୍ଷଙ୍କ ପରାମର୍ଶରେ ଯୁବସମାଜସେବୀ ବାବନ କୁମାର ସାହୁ, ନାରିନେତ୍ରୀ ସାବିତ୍ରୀ ସାହୁ, ପୂର୍ବତନ କାଉନସିଲର ଲୋକନାଥ ବେହେରା, ଡମ୍ବରୁଧର ରାଉତ ପ୍ରମୁଖ ବହୁ ସାମାଜସେବୀ ମୃତ ଭୀମସେନଙ୍କ ଶବକୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଆଣି ପୋଖରୀଅପଦାଶ୍ମସାନରେ ସଂସ୍କାର କରିଥିଲେ । ସମାଜସେବୀ ଡମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ । ଏହି ଅଭାବନୀୟ ହୃଦୟ ବିଦାରକ ଘଟଣ। ସମଗ୍ର କେନ୍ଦ୍ର।ପଡା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର