ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଢୁଛି ଚାଷ ବୋଝ; ଚାପରେ ଚାଷୀ

The Sakala Picture
Published On

ଭୁବନେଶ୍ୱର : କୁହାଯାଏ ଚାଷ ଅଛି ଯାହାର କେଡ଼େ ସୁଖ ତାହାର। କିନ୍ତୁ ଆଜି ସମୟ ବଦଳି ଯାଇଛି। ଫସଲ ଉପୁଜାଇବା ଖର୍ଚ୍ଚ ବୃଦ୍ଧି ଓ ଏହାର ଉପଯୁକ୍ତ ସହାୟକ ମୂଲ୍ୟ ନ ମିଳିବା ଯୋଗୁଁ ଚାଷୀ ଚାଷରୁ ମୁହଁ ଫେରାଇ ନେବାକୁ ବସିଲାଣି। ଏହା ସାଙ୍ଗକୁ ଆବଶ୍ୟକ ସମୟରେ ସାର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ଆଦି ରାଜ୍ୟର ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳୁଥିବା ଆର୍ଥିକ […]

ଭୁବନେଶ୍ୱର : କୁହାଯାଏ ଚାଷ ଅଛି ଯାହାର କେଡ଼େ ସୁଖ ତାହାର। କିନ୍ତୁ ଆଜି ସମୟ ବଦଳି ଯାଇଛି। ଫସଲ ଉପୁଜାଇବା ଖର୍ଚ୍ଚ ବୃଦ୍ଧି ଓ ଏହାର ଉପଯୁକ୍ତ ସହାୟକ ମୂଲ୍ୟ ନ ମିଳିବା ଯୋଗୁଁ ଚାଷୀ ଚାଷରୁ ମୁହଁ ଫେରାଇ ନେବାକୁ ବସିଲାଣି। ଏହା ସାଙ୍ଗକୁ ଆବଶ୍ୟକ ସମୟରେ ସାର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ଆଦି ରାଜ୍ୟର ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ରାଶି ବନ୍ଦ କରି ଦିଆଯିବା ଦ୍ୱାରା ଚାଷୀ କ୍ରମାଗତ କ୍ଷତି ସହିବାକୁ ବାଧ୍ୟ ହେଉଛି। ସ୍ୱାମୀନାଥନ୍‍ କମିଶନ ସୁପାରିସ ଅନୁସାରେ ଧାନର ସହାୟକ ମୂଲ୍ୟ ଉତ୍ପାଦନ ବ୍ୟୟର ଅନ୍ୟୂନ ଦେଢ଼ଗୁଣ କରାଯିବା କଥା। ମାତ୍ର ବାସ୍ତବରେ ତାହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି। ରାଜ୍ୟରେ ଏକ କ୍ୱିଣ୍ଟାଲ ଧାନର ଉତ୍ପାଦନ ବ୍ୟୟ ୨୪୦୩ ଟଙ୍କା ଆକଳନ ହୋଇଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଏହାମଧ୍ୟରେ ବିହନ, ସାର, କୀଟନାଶକ, ଶ୍ରମମୂଲ୍ୟ, ଜମିର ଲିଜ୍‍ ଦେୟ, ପୁଞ୍ଜିର ସୁଧ, ପାରିବାରିକ ଶ୍ରମ ଆଦି ଅନ୍ତର୍ଭୁକ୍ତ। ମାତ୍ର କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଫଳରେ ପ୍ରତି କ୍ୱିଣ୍ଟାଲରେ ଚାଷୀ ପ୍ରାୟ ୪୦୦ ଟଙ୍କା କ୍ଷତି ସହୁଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯିବା ନିମନ୍ତେ ରାଜ୍ୟ ସରକାର ପାଞ୍ଚ ବର୍ଷ ହେଲା କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି। ବିଜେଡି ସାଂସଦମାନେ ଏ ସଂକ୍ରାନ୍ତରେ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି; ମାତ୍ର କେନ୍ଦ୍ର ସରକାର ଏହାପ୍ରତି କର୍ଣ୍ଣପାତ କରୁନାହାନ୍ତି। କିଛି ବର୍ଷ ହେଲା ରାଜ୍ୟରେ କୃଷି କ୍ଷେତ୍ରରେ ଯାନ୍ତ୍ରୀକ ଉପକରଣର ଉପଯୋଗ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ଏହା ଉତ୍ପାଦନ ଖର୍ଚ୍ଚକୁ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ସହାୟକ ହେଉଥିଲା; କିନ୍ତୁ ଏବେ ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ମୂଲ୍ୟ। କିଛି ବର୍ଷ ପୂର୍ବରୁ ତେଲ ଲିଟର୍‍ ପିଛା ୭୦ ଟଙ୍କା ଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଇନ୍ଧନ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଟ୍ରାକ୍ଟର, ପାୱାର ଟିଲର୍‍, ହାର୍ଭେଷ୍ଟର, ଟ୍ରାନ୍ସପ୍ଲାଣ୍ଟର ଭଳି ଯାନ୍ତ୍ରୀକ ଉପକରଣ ଖର୍ଚ୍ଚ ବହନ କରିବା ଚାଷୀଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ। ଅପରପକ୍ଷେ ସାର, କୀଟନାଶକ ମୂଲ୍ୟ ବୃଦ୍ଧି ପାଇଛି। ୟୁରିଆ ସାର ସବ୍‍ସିଡି ମୂଲ୍ୟରେ ମିଳୁଥିବା ବେଳେ ମୂଲ୍ୟ ବୃଦ୍ଧି ବାଧୁଛି। ସେହିପରି କମ୍ପେ୍ଲକ୍ସ ସାର, ପଟାସ ଆଦିର ମୂଲ୍ୟ ପ୍ରାୟ ୫୦%ରୁ ଅଧିକ ବଢ଼ିଯାଇଛି। ଚାଷ ପାଇଁ ଉପଯୋଗୀ କୁହାଯାଉଥିବା ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଉତ୍ପାଦର ମୂଲ୍ୟ ମଧ୍ୟ ବଢ଼ିଛି।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

କେନ୍ଦ୍ର ସରକାର ଠିକଣା ସମୟରେ ରାଜ୍ୟକୁ ସାର ଯୋଗାଇବାରେ ବିଫଳ ହେଉଛନ୍ତି। ଅତ୍ୟଧିକ ଆବଶ୍ୟକ ସମୟରେ ଗୋଦାମରେ ସାର ନାହିଁ। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରିବା ପରେ ଯାଇ କିଛି କିଛି ଭରଣା କରାଯାଉଛି। ମୂଲ୍ୟ ବୃଦ୍ଧି ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ପାଇଁ କାଳ ହୋଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ସମଗ୍ର ଦେଶରେ ଫସଲ ଉତ୍ପାଦନ ପ୍ରାୟ ୨୦% ହ୍ରାସ ପାଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଚାଷୀମାନଙ୍କ ଦୁର୍ଦ୍ଦଶା କିଛି କମ୍‍ ନାହିଁ। ବର୍ଷକୁ ଓଡ଼ିଶା ୧୨/୧୪ଟି ଲଘୁଚାପ ଜନିତ ବର୍ଷା ଏବଂ ୨/୩ଟି ବାତ୍ୟା ସମେତ କାଳବୈଶାଖୀର ସମ୍ମୁଖୀନ ହେଉଛି। ଚାଷ କାର୍ଯ୍ୟକୁ ଏହା ଗୁରୁତର ପ୍ରଭାବିତ କରୁଛି। ଏପରି ଅବସ୍ଥାରେ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି।

ବ୍ରିଙ୍ଗିଙ୍ଗ୍‍ ଗ୍ରୀନ୍‍ ରିଭୋଲ୍ୟୁସନ୍‍ ଇନ୍‍ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଆଇ)ରେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ରହିଥିଲା। ଏଥିରେ କୃଷି ବିକାଶ ସହିତ ବିହନ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ମିଳୁଥିଲା। ବିହନ ଉତ୍ପାଦନ, ଇନପୁଟ ସବ୍‍ସିଡି, ବିହନ ସଂରକ୍ଷଣ, ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ, ବିତରଣ ପାଇଁ ପ୍ରୋତ୍ସାହନ ମିଳୁଥିଲା। ହେଲେ ଏହାକୁ ବନ୍ଦ କରିଦେବା ଦ୍ୱାରା ଚାଷ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଅପରପକ୍ଷେ ଚାଷୀ ଚାହୁଁଥିବା ଭଲ କିସମର ବିହନ ଯୋଗାଣ ସମ୍ଭବ ହେଉ ନାହିଁ। କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ୧୦ ବର୍ଷରୁ ପୁରୁଣା ବିହନ ଯୋଗାଣ ପାଇଁ ଆଉ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ସଫା ସଫା ମନା କରି ଦିଆଯାଇଛି। ପରିଣାମ ସ୍ୱରୂପ ପୂର୍ବାପେକ୍ଷା ବିହନ ବିକ୍ରି ପ୍ରାୟ ୫୦% ହ୍ରାସ ପାଇଛି।

କେନ୍ଦ୍ର ସରକାରଙ୍କ ଧାନ ଗବେଷଣା ଅନୁଷ୍ଠାନ ଯେଉଁ କିସମର ବିହନ ଯୋଗାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ତାହା ଚାଷୀମାନଙ୍କ ଦ୍ୱରା ଗ୍ରହଣୀୟ ହୋଇପାରୁ ନାହିଁ; ବରଂ ଅଧିକ ଅମଳକ୍ଷମ, ସୁସ୍ୱାଦୁ ଆଉ ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ପାରୁଥିବା ପୁରୁଣା ବିହନକୁ ଚାଷୀ ପସନ୍ଦ କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଏଥିରେ ଅନ୍ତରାୟ ସୃଷ୍ଟି କରୁଛି। ଅପରପକ୍ଷେ ବିହନ ସବ୍‍ସିଡି ପ୍ରଦାନ ପାଇଁ ଡିବିଟି ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ଓଟିପି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ଥିବାରୁ ଚାଷୀମାନେ ସମସ୍ୟା ଭୋଗୁଛନ୍ତି। ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‍ ନଥିବା ବେଳେ ବୈଷୟିକ ଜ୍ଞାନର ଅଭାବ ଯୋଗୁଁ ଚାଷୀମାନେ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

29 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର