ଅଦିନିଆ ବର୍ଷା ଯୋଗୁଁ କ୍ଷେତରେ ଭିଜିଲା ପାଚିଲା ଧାନ, ଚିନ୍ତାରେ ଚାଷୀ

The Sakala Picture
Published On

ପୁରୀ: ଚାଷୀଙ୍କ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା । ବର୍ଷା ଯୋଗୁଁ କ୍ଷେତରେ ଭିଜିଲା ପାଚିଲା ଧାନ । କଟା ଧାନ ଖଳାକୁ ନେଇ ପାରିଲେନି ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଲାଗି ରହିଛି ଝିପ୍‌ଝିପ୍‌ ବର୍ଷା। ଶୀତ ଅପେକ୍ଷା ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ମହରଗ ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ କିପରି ଖଳାକୁ ଆସିବ, […]

ପୁରୀ: ଚାଷୀଙ୍କ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା । ବର୍ଷା ଯୋଗୁଁ କ୍ଷେତରେ ଭିଜିଲା ପାଚିଲା ଧାନ । କଟା ଧାନ ଖଳାକୁ ନେଇ ପାରିଲେନି ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଲାଗି ରହିଛି ଝିପ୍‌ଝିପ୍‌ ବର୍ଷା। ଶୀତ ଅପେକ୍ଷା ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ମହରଗ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ କିପରି ଖଳାକୁ ଆସିବ, ସେନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବର୍ତ୍ତମାନ ଧାନକଟା ସମୟ। ଧାନ ପାଚି ଯାଇଥିବାରୁ ଚାଷୀମାନେ ଅମଳ ପାଇଁ ତରତର ହେଉଥିବା ବେଳେ ହଠାତ୍‌‌ ବର୍ଷା ଏଥିରେ ବାଧକ ସାଜିଛି। ଶୁକ୍ରବାର ଏବଂ ଶନିବାର ଉପକୂଳବର୍ତ୍ତୀ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀ ମନରେ ଛନକା ପଶିଥିଲା। ବିଲରେ ପାଚିଲା ଧାନ ଥିବା ବେଳେ ଘରେ ଶାନ୍ତିରେ ଶୋଇ ପାରି ନଥିଲେ ଚାଷୀ। କେମିତି ଧାନ କଟା ହୋଇ ଖଳାକୁ ଆସିବ, ସେହି ଚିନ୍ତାରେ ଥିବା ବେଳେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଆହୁରି ଡରାଇ ଦେଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଯଦିଓ ବର୍ଷା ଅଧିକ ପରିମାଣରେ ହେଉନାହିଁ, କିନ୍ତୁ ପାଚିଲା ଧାନ କିଆରିରେ ପାଣି ଜମିଗଲାଣି। କିଛି ଜମି ପୂର୍ବରୁ ଓଦାଳିଆ ରହିଥିବା ବେଳେ ଏବେର ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ସାଧାରଣତଃ ବିଲ ଶୁଖିଲା ଥିଲେ ଧାନ କାଟିବା ପାଇଁ ସୁବିଧା ହୋଇଥାଏ। ହେଲେ ଏହି ବର୍ଷା ଯୋଗୁଁ ଯେଉଁ ଅଳ୍ପ ପରିମାଣର ପାଣି ବିଲରେ ଜମିଲା, ସେଥିପାଇଁ ଧାନ ଅମଳ କିଛିଦିନ ବିଳମ୍ବ ହେବ। ଏମିତି ବି ଅନେକ ଧାନ ନଷ୍ଟ ହୋଇଯିବ ବୋଲି କହିଛନ୍ତି ନିମାପଡ଼ା ତୁଳସୀପୁରର ବିଶ୍ୱନାଥ ତ୍ରିପାଠୀ। ସେ କହିଛନ୍ତି, ବର୍ଷା ଯୋଗୁଁ ପଡ଼ିଯାଇଥିବା ଧାନ ଗଜା ହେବାର ବହୁ ସମ୍ଭାବନା ରହିଛି। ଯଦି ଶନିବାର ଏହିପରି ଝିପି ଝିପି ବର୍ଷା ଲାଗି ରୁହେ ତେବେ ୫୦ ଭାଗ ଧାନ ଫସଲ ବିଲରେ ନଷ୍ଟ ହୋଇଯିବ। ଏହି ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ସେହିପରି ନିମାପଡ଼ା ଚାରିଛକର ଚାଷୀ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି, ଚାଷୀମାନେ ବହୁ ପଇସା ଖର୍ଚ୍ଚ କରି ଧାନ ଚାଷ କରିଛନ୍ତି। ଏହି ଅଦିନିଆ ବର୍ଷା ଯୋଗୁଁ ଜମିରୁ ପାଚିଲା ଧାନ କାଟିବା ସମ୍ଭବ ହେବ ନାହିଁ। ବିଶେଷକରି ଜମିରେ ପଡ଼ିଥିବା କଟାଧାନ ସବୁ ବର୍ଷା ପାଣିରେ ଓଦା ହୋଇ ଝଡ଼ି ନଷ୍ଟ ହେବ। ଧାନ ଅମଳ ସମୟରେ ଏଭଳି ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପୁରୀ ସଦର ଅଞ୍ଚଳର ଚାଷୀ ମଧୁସୂଦନ ସାହୁ କହିଛନ୍ତି, ମୁଁ ୩ ଏକର ଧାନ ଚାଷ କରିଛି। ପ୍ରାୟ ୧ ଏକର ଧାନ କାଟି ଖଳାକୁ ନେଇସାରିଲିଣି। ଏବେ ୨ ଏକର ଧାନ ଜମିରେ ରହିଛି। ପ୍ରାୟ ସବୁ ଧାନ ପାଚିଯାଇଛି। ଯଦି ବର୍ଷା ଅଧିକ ହୁଏ ତେବେ ଜମିରେ ପାଚିଲା ଧାନ ନଷ୍ଟ ହେବ। ଭଗବାନଙ୍କ ଇଚ୍ଛା ଯାହା ଥିବ ତାହା ହିଁ ହେବ ବୋଲି ମନଦୁଃଖରେ କହିଥିଲେ ମଧୁସୂଦନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର