ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

The Sakala Picture
Published On

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ରକ୍ତରଂଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ପ୍ରତିବର୍ଷ ଏହି ପରମ୍ପରାକୁ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ସୂର୍ଯ୍ୟ ଦର୍ଶନ ଥିବାରୁ ଆଜି ଦ୍ବିତୀୟ ମଙ୍ଗଳବାର ପାଳନ କରାଯାଉଛି । ଆଦିବାସୀଙ୍କ ସୁଲିଆ […]

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ରକ୍ତରଂଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ପ୍ରତିବର୍ଷ ଏହି ପରମ୍ପରାକୁ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ସୂର୍ଯ୍ୟ ଦର୍ଶନ ଥିବାରୁ ଆଜି ଦ୍ବିତୀୟ ମଙ୍ଗଳବାର ପାଳନ କରାଯାଉଛି । ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଛି । ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

କୋଭିଡ କଟକଣାରେ ଯାତ୍ରା ପାଳନ କରିବା ପାଇଁ ଭକ୍ତ ଓ ମାନସିକଧାରୀଙ୍କୁ ଅପିଲ କରିଛି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି । ଦେବ ନିମନ୍ତ୍ରଣ ପରେ ଆଜି ଭୋରରୁ ନିଶି ପୂଜା ସରିଛି । ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ପରେ ବଳି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

11 Jan 2022 By The Sakala

ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ରକ୍ତରଂଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ପ୍ରତିବର୍ଷ ଏହି ପରମ୍ପରାକୁ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ସୂର୍ଯ୍ୟ ଦର୍ଶନ ଥିବାରୁ ଆଜି ଦ୍ବିତୀୟ ମଙ୍ଗଳବାର ପାଳନ କରାଯାଉଛି । ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଛି । ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି।

କୋଭିଡ କଟକଣାରେ ଯାତ୍ରା ପାଳନ କରିବା ପାଇଁ ଭକ୍ତ ଓ ମାନସିକଧାରୀଙ୍କୁ ଅପିଲ କରିଛି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି । ଦେବ ନିମନ୍ତ୍ରଣ ପରେ ଆଜି ଭୋରରୁ ନିଶି ପୂଜା ସରିଛି । ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ପରେ ବଳି ଦିଆଯାଇଛି ।

କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର