ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେଲା ପୀଠ, ପଡିଲା ବଳି

Madhusudan Das Picture
Published On

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତ ରଂଜିତ ହେଲା ଶୁଲିଆ ପୀଠ । ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପିରିକି ବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ଶୁଲିଆ ପୀଠକୁ ଆସିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଭୋରରୁ ମୁଖ୍ୟ ପୂଜକ ଓ ଦେହୁରି ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁରୁ ଏକ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା, ଛେଳି, ମେଣ୍ଢା, ମଇଁଷିକୁ ବଳି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବଲାଙ୍ଗିର ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜଙ୍ଗଲ, ପାହାଡ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କନ୍ଧମାନଙ୍କ ଚାଲିଚଲଣି, ପରମ୍ପରା ଭିନ୍ନ ରହିଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଖଇରଗୁଡାରେ ରହୁଥିବା କନ୍ଧ ସଂପ୍ରଦାୟର ଇଷ୍ଟ ଦେବତା ଶୁଲିଆଙ୍କ ଯାତ୍ରା ପ୍ରତି ବର୍ଷ ପୌଷ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାରରେ ହୋଇଥାଏ । ଖଇରଗୁଡାର ବଡଖଳା, ସାନଖଲା ଓ କୁମରିଆର ନୂଆଖଳାରେ ଏହା ପାଳନ କରାଯାଏ।  ବିଶେଷ କରି ବଲାଙ୍ଗିର, ବରଗଡ, କଲାହାଣ୍ଡି, କନ୍ଧମାଳ, ନୂଆପଡା, ସୋନପୁର ଭଳି ଜିଲ୍ଲାରୁ ଆସି ଏହି ପୀଠରେ ମାନସିକଧାରୀମାନେ ଛେଲି, କୁକୁଡା, ମଇଁଷି ବଳି ଦେଇ ପୂଜା କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

23 Dec 2025 By Madhusudan Das

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେଲା ପୀଠ, ପଡିଲା ବଳି

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତ ରଂଜିତ ହେଲା ଶୁଲିଆ ପୀଠ । ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପିରିକି ବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ଶୁଲିଆ ପୀଠକୁ ଆସିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ଭୋରରୁ ମୁଖ୍ୟ ପୂଜକ ଓ ଦେହୁରି ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁରୁ ଏକ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା, ଛେଳି, ମେଣ୍ଢା, ମଇଁଷିକୁ ବଳି ଦିଆଯାଇଥିଲା।

ବଲାଙ୍ଗିର ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜଙ୍ଗଲ, ପାହାଡ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କନ୍ଧମାନଙ୍କ ଚାଲିଚଲଣି, ପରମ୍ପରା ଭିନ୍ନ ରହିଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଖଇରଗୁଡାରେ ରହୁଥିବା କନ୍ଧ ସଂପ୍ରଦାୟର ଇଷ୍ଟ ଦେବତା ଶୁଲିଆଙ୍କ ଯାତ୍ରା ପ୍ରତି ବର୍ଷ ପୌଷ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାରରେ ହୋଇଥାଏ । ଖଇରଗୁଡାର ବଡଖଳା, ସାନଖଲା ଓ କୁମରିଆର ନୂଆଖଳାରେ ଏହା ପାଳନ କରାଯାଏ।  ବିଶେଷ କରି ବଲାଙ୍ଗିର, ବରଗଡ, କଲାହାଣ୍ଡି, କନ୍ଧମାଳ, ନୂଆପଡା, ସୋନପୁର ଭଳି ଜିଲ୍ଲାରୁ ଆସି ଏହି ପୀଠରେ ମାନସିକଧାରୀମାନେ ଛେଲି, କୁକୁଡା, ମଇଁଷି ବଳି ଦେଇ ପୂଜା କରିଥାନ୍ତି।

https://www.thesakala.in/latest-odisha-news/famous-sulia-jatra-in-balangir/article-43734
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର