ବ୍ରାଣ୍ଡେଡ୍‌‌ କମ୍ପାନୀ ନାମରେ ମିଳୁଛି ନକଲି ପାଣି, ବିନା ଫିଲ୍‌‌ଟରିଂରେ ବୋତଲରେ ପୂରାଇ ବିକ୍ରି ହେଉଛି

The Sakala Picture
Published On

ଭୁବନେଶ୍ୱର : ଏବେ ରାଜଧାନୀରେ ସବୁ କିଛି ନକଲି କରାଯାଇ ବଜାରକୁ ଛଡ଼ାଯାଉଛି। ଘିଅଠାରୁ ଆରମ୍ଭ କରି ଧୂପକାଠି ପର୍ଯ୍ୟନ୍ତ। ଟିକିଏ ସତର୍କ ନ ହେଲେ ଜୀବନ ଯିବାଟା ଏକ ପ୍ରକାର ଥୟ। ଏବେ ବଜାରରେ ନକଲି ପ୍ଲାଷ୍ଟିକ୍‌‌ ପାଣି ବୋତଲ ବିକ୍ରି ହେଉଛି। ଖରା ହେଉ ଅବା ବର୍ଷା, ସବୁ ଋତୁରେ ଲୋକଙ୍କ ପାଇଁ ପାଣି ଆବଶ୍ୟକ। କିନ୍ତୁ ଏବେ ବଜାରରେ ପାଣି ନାଁରେ କିଛି ମାଫିଆ ବିଷ ବିକ୍ରି କରୁଛନ୍ତି। ଯାହାକୁ ପିଇବା ଦ୍ୱାରା […]

ଭୁବନେଶ୍ୱର : ଏବେ ରାଜଧାନୀରେ ସବୁ କିଛି ନକଲି କରାଯାଇ ବଜାରକୁ ଛଡ଼ାଯାଉଛି। ଘିଅଠାରୁ ଆରମ୍ଭ କରି ଧୂପକାଠି ପର୍ଯ୍ୟନ୍ତ। ଟିକିଏ ସତର୍କ ନ ହେଲେ ଜୀବନ ଯିବାଟା ଏକ ପ୍ରକାର ଥୟ। ଏବେ ବଜାରରେ ନକଲି ପ୍ଲାଷ୍ଟିକ୍‌‌ ପାଣି ବୋତଲ ବିକ୍ରି ହେଉଛି। ଖରା ହେଉ ଅବା ବର୍ଷା, ସବୁ ଋତୁରେ ଲୋକଙ୍କ ପାଇଁ ପାଣି ଆବଶ୍ୟକ। କିନ୍ତୁ ଏବେ ବଜାରରେ ପାଣି ନାଁରେ କିଛି ମାଫିଆ ବିଷ ବିକ୍ରି କରୁଛନ୍ତି। ଯାହାକୁ ପିଇବା ଦ୍ୱାରା ସ୍ଲୋ ପଏଜନ୍‌‌ ଭଳି କାମ କରୁଛି। ଲିଭର୍‌‌ ଖରାପ ହେବା ସହ ଚର୍ମରୋଗ, ଡାଇରିଆ ଆଦି ବିଭିନ୍ନ ରୋଗରେ ପଡୁଛନ୍ତି। କାରଣ ନା ଏହି ପାଣିକୁ ଫିଲ୍‌‌ଟରିଂ କରାଯାଉଛି ନା ଏଥିରେ ମିନେରାଲ ରହିଛି। କେବଳ ଦୂଷିତ ପାଣି ଭର୍ତ୍ତି କରାଯାଇ ବିକ୍ରି କରାଯାଉଛି। ଏବେ ରାଜଧାନୀ ସମେତ ବିଭିନ୍ନ ରାଜ୍ୟର ୪ଟି ବ୍ରାଣ୍ଡର ପାଣି ବୋତଲ ମିଳୁଛି। ଏହି ବଡ଼ ବ୍ରାଣ୍ଡ ନାମରେ ନକଲି କରାଯାଉଛି। ମାଫିଆମାନେ କମ୍ପାନୀ ବ୍ରାଣ୍ଡର ପ୍ରଥମ ନାମ ଅନୁସାରେ ଏକାଭଳି ଶୁଣାଯାଉଥିବା ନାମ ବ୍ୟବହାର କରୁଛନ୍ତି। ଯାହାଫଳରେ ସାଧାରଣ ଲୋକେ ତାହା ଅସଲି ବୋଲି ଭାବି ନେଇ ପିଇ ଦେଉଛନ୍ତି। ଏଭଳି ସାଂଘାତିକ ଖେଳ ରାଜଧାନୀରେ ଚାଲୁଛି। ଯେଉଁଠି ଏହାର ମାଷ୍ଟରମାଇଣ୍ଡ ସହ ଦୋକାନୀମାନେ ଲକ୍ଷାଧିକ ଟଙ୍କାର ଲାଭ ପାଉଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା

ମଞ୍ଚେଶ୍ୱରରେ ନକଲି ପାଣି ବୋତଲର ଗନ୍ତାଘର

ଆହୁରି ପଢ଼ନ୍ତୁ: ଅନଲାଇନରେ ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ: କେନିଆ ନାଗରିକ ଗିରଫ

ରାଜଧାନୀରେ ଯେତିକି ନକଲି ପ୍ଲାଷ୍ଟିକ୍‌‌ ପାଣି ବୋତଲ ଛଡ଼ାଯାଉଛି, ତାହା ୬୦ ପ୍ରତିଶତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ କରାଯାଉଛି। ନଦୀ ଏବଂ ଟ୍ୟାପ୍‌‌ ପାଣି ଅଣାଯାଉଛି। ଏହାକୁ ବିନା ଫିଲ୍‌‌ଟରିଂରେ ପ୍ଲାଷ୍ଟିକ୍‌‌ ବୋତଲରେ ଭର୍ତ୍ତିର୍ କରାଯାଉଛି। ପରେ ସିଲ୍‌‌ ମେସିନ୍‌‌ ଦ୍ୱାରା ସିଲ୍‌‌ କରାଯାଇ ବଜାରକୁ ଛଡ଼ାଯାଉଛି। ମଞ୍ଚେଶ୍ୱର, ନଖରା, ପଟିଆ, ନୂଆପଲ୍ଲୀ, ସହିଦନଗର, ଲକ୍ଷ୍ମୀସାଗର ଆଦି ସ୍ଥାନରେ ଏହି ନକଲି ପାଣି ବୋତଲ ପ୍ରସ୍ତୁତ କରାଯାଉଛି। ପରେ ବିଭିନ୍ନ ଚେନ୍‌‌ ମାଧ୍ୟମରେ ବଜାରକୁ ଛଡ଼ାଯାଉଛି। ବ୍ରାଣ୍ଡ୍‌‌ ପାଣି କମ୍ପାନୀ ଗୋଟିଏ ବୋତଲକୁ ୧୬ ଟଙ୍କାରେ ଦୋକାନୀକୁ ଦେଉଥିବାବେଳେ ଏହି ନକଲି ପାଣି ବୋତଲକୁ ସେମାନେ ୭ଟଙ୍କାରେ ଦେଉଛନ୍ତି। ଦୋକାନୀ ଶସ୍ତାରେ ପାଇ ଏହି ପାଣି ବୋତଲ ରଖୁଛନ୍ତି। ସେ ଏହି ନକଲି ପାଣି ବୋତଲକୁ ୭ଟଙ୍କାରେ କିଣି ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଯାହାଫଳରେ ଦୋକାନୀ ପକେଟକୁ ୧୩ ଟଙ୍କା ଗଲା। ତେଣୁ ସେ ବ୍ରାଣ୍ଡ୍‌‌ ପାଣି ବୋତଲ ବିକ୍ରି କରିବା ଅପେକ୍ଷା ନକଲି ପାଣି ବୋତଲକୁ ବିକ୍ରି କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ବୁଧବାରର ପଡିଛି ଛାଡ଼ଖାଇ: ମଟନ୍ ଓ ଚିକେନ୍ ପାଇଁ ଗ୍ରାହକଙ୍କ ଭିଡ଼, ଚଳଚଞ୍ଚଳ ଆମିଷ ବଜାର

ବସ୍ତି ପିଲାଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ସଂଗ୍ରହ

ନକଲି ପାଣି ବୋତଲ ସଂଗ୍ରହ ପାଇଁ ମାଫିଆମାନେ ବସ୍ତି ପିଲାଙ୍କ ସହଯୋଗ ନେଇଥା’ନ୍ତି। ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ପାଣି ବୋତଲ ସଂଗ୍ରହ କରାଯାଇଥାଏ। ରେଲ୍‌‌ୱେ ଷ୍ଟେସନ, ମାର୍କେଟ୍‌‌, ବସ୍‌‌ଷ୍ଟାଣ୍ଡ ଏବଂ ମଦୁଆଙ୍କ ଖଟିରୁ ପାଣି ବୋତଲ ସଂଗ୍ରହ କରାଯାଇଥାଏ। ପରେ ଏହି ବୋତଲକୁ ସଫା କରାଯାଇ ପାଣି ଭର୍ତ୍ତି କରାଯାଇଥାଏ। ପରେ ସିଲ୍‌‌ ମେସିନ୍‌‌ ଦ୍ୱାରା ବୋତଲକୁ ସିଲ୍‌‌ କରି ନକଲି ଷ୍ଟିକର ମାରି ବଜାରକୁ ଛାଡ଼ିଥା’ନ୍ତି। ଏହି ନକଲି ପ୍ଲାଷ୍ଟିକ୍‌‌ ପାଣି ବୋତଲରେ ୩ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ ୨୦ ଟଙ୍କାରେ ବିକ୍ରି କରିଥା’ନ୍ତି ଦଲାଲ୍‌‌ମାନେ।

ଏକ୍ସପାଏରୀ ତାରିଖ ନ ଥିବାରୁ କ୍ୟାନ୍‌‌ସର ହେବା ସମ୍ଭାବନା

ଅସଲି ପାଣି ବୋତଲରେ ପ୍ରସ୍ତୁତ ହୋଇଥିବା ତାରିଖ ଏବଂ ଏକ୍ସପାଏରୀ ତାରିଖ ଲେଖାଯାଇଥାଏ। ଗୋଟିଏ ପାଣି ବୋତଲ ୬ମାସ ପର୍ଯ୍ୟନ୍ତ ରହିପାରିବ। ୬ମାସ ପରେ ଏହି ପାଣିକୁ ବ୍ୟବହାର କଲେ କ୍ୟାନ୍‌‌ସର ଭଳି ରୋଗ ହୋଇଥାଏ। କାରଣ ବୋତଲ ଭିତରେ ଥିବା ପାଣି ୬ ମାସରେ ନଷ୍ଟ ହୋଇନଥାଏ, ବରଂ ପ୍ଲାଷ୍ଟିକ୍‌‌ ବୋତଲ ୬ମାସ ପରେ ବିଭିନ୍ନ କାରଣରୁ କେମିକାଲ ରିଆକ୍ସନ୍‌‌ ହୋଇଥାଏ। ତେଣୁ ଏହି ବୋତଲରୁ ପାଣି ପିଇଲେ କ୍ୟାନ୍‌‌ସର ରୋଗ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅସଲି ପାଣି ବୋତଲ କିଭଳି ଜାଣିବ

ଦୋକାନରୁ ପାଣି ଆଣିବା ସମୟରେ ଗ୍ରାହକ ଅଧିକ ସତର୍କ ହେବା ଆବଶ୍ୟକ। ଅସଲି ପାଣି ବୋତଲ ଆଣିବା ସମୟରେ ତାହାକୁ ହାଲୁକା ଭାବେ ଚିପି ଦେଖିବାକୁ ପଡୁଛି। ଅସଲି ପାଣି ବୋତଲ ହୋଇଥିଲେ ତାହା ଟାଇଟ୍‌‌ ଲାଗିବ। ନକଲି ପାଣି ବୋତଲ୍‌‌ ନରମ ହୋଇ ସହଜରେ ଚାପି ହୋଇଯିବ। ନକଲି ବୋତଲ ଦେଖିବା ପରେ ଛୋଟ ଛୋଟ ସ୍କ୍ରାଚ୍‌‌ ହୋଇଥିବ। ପାଣି ବୋତଲ କିଣିବା ପରେ ବ୍ରାଣ୍ଡେଡ୍‌‌ କମ୍ପାନୀର ନାମ(ସ୍ପେଲିଙ୍ଗ୍‌‌)କୁ ଦେଖିକି ଆଣିବାକୁ ହେବ। ଆହୁରି ମଧ୍ୟ ଏକ୍ସପାଏରୀ ଡେଟ୍‌‌ ଦେଖିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର