ଚିନ୍ତା ବଢ଼ାଇଲେଣି ନକଲି ଶିକ୍ଷକ

The Sakala Picture
Published On

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ନେଇ ଅଭିଯୋଗ ଓ ପ୍ରମାଣ ମିଳିବା ପରେ ଶିକ୍ଷା ବିଭାଗର ଚିନ୍ତା ବଢ଼ିଯାଇଛି। ନକଲି ଶିକ୍ଷକମାନଙ୍କୁ ମୂଳରୁ ଧରିବା ପାଇଁ ଯୋଗ୍ୟତା ପ୍ରମାଣପତ୍ର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ େଦଇଛି। ଏହା ସହିତ ଯେଉଁମାନେ ଚାକିରି କରିଥିବେ ସେମାନଙ୍କ ମଧ୍ୟରୁ ନକଲି ଶିକ୍ଷକମାନଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା […]

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ନେଇ ଅଭିଯୋଗ ଓ ପ୍ରମାଣ ମିଳିବା ପରେ ଶିକ୍ଷା ବିଭାଗର ଚିନ୍ତା ବଢ଼ିଯାଇଛି। ନକଲି ଶିକ୍ଷକମାନଙ୍କୁ ମୂଳରୁ ଧରିବା ପାଇଁ ଯୋଗ୍ୟତା ପ୍ରମାଣପତ୍ର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ େଦଇଛି। ଏହା ସହିତ ଯେଉଁମାନେ ଚାକିରି କରିଥିବେ ସେମାନଙ୍କ ମଧ୍ୟରୁ ନକଲି ଶିକ୍ଷକମାନଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନକଲି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି। ଆସନ୍ତା ୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

ଜିଲ୍ଲାସ୍ତରରେ ନକଲି ଶିକ୍ଷକଙ୍କୁ ଠାବ କରିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ରିପୋର୍ଟ ଦାଖଲ କରିବେ। ସେହିପରି ଶିକ୍ଷକମାନଙ୍କ ଅଧାରକାର୍ଡ଼ ମଧ୍ୟ ଯାଞ୍ଜ କରାଯିବା ସହିତ ପୋର୍ଟାଲରେ ସଂଯୋଗ କରାଯିବ। ଯାଞ୍ଚ ପ୍ରକ୍ରିୟାରେ ବିଗତ ବର୍ଷ ପ୍ରାୟ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍‍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଉ କିଛି ଶିକ୍ଷକଙ୍କ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ୩ କୋଟି ଟଙ୍କା ଆତ୍ମସାତ୍ ମାମଲା: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏଙ୍କ ୬ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

ସେହିପରି ଦଶରୁ ଅଧିକ ଶିକ୍ଷକଙ୍କୁ ବିଭାଗ ବିଦା କରିଦେଇଥିବା ବେେଳ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଅପରପକ୍ଷେ ନିଯୁକ୍ତି ପାଇଁ କିଛି ଶିକ୍ଷକ ‘ଓଟିଇଟି’ ଏବଂ ‘ଓଏସଟିଇଟି’ରେ ଉତ୍ତୀର୍ଣ୍ଣ ହୋଇଥିବାନେଇ ଜାଲ୍‍ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ପ୍ରାଥମିକ ସ୍କୁଲଗୁଡ଼ିକରେ ଅଧିକ ସଂଖ୍ୟକ ଜାଲ୍‍ ଶିକ୍ଷକ ନିଯୁକ୍ତ ହୋଇଥିବା ଅଭିଯୋଗ ହେଉଛି। ଚଳିତ ମାସ ଶେଷ ସୁଦ୍ଧା ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ସାରି ନିର୍ଦ୍ଦେଶାଳୟ ନିକଟରେ ତଥ୍ୟ ଦାଖଲ କରିବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଡିଇଓ ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ହୋଇଛି।

ଆହୁରି ପଢ଼ନ୍ତୁ: ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

ବିଶେଷତଃ ବାଲେଶ୍ୱର, ସୁନ୍ଦରଗଡ଼, ଗଞ୍ଜାମ, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ନବରଙ୍ଗପୁର, ମୟୁରଭଞ୍ଜ, ରାୟଗଡ଼ା, ପୁରୀ, ଗଜପତି ସମ୍ବଲପୁର ଆଦି୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତ୍ୱରିତ ଯାଞ୍ଚ ପ୍ରକ୍ରିୟା ସାରିବା ସହିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ଦାଖଲ ନ କଲେ ସମ୍ପୃକ୍ତ ଜିଲ୍ଲାର ଡିଇଓ, ପ୍ରକଳ୍ପ ସଂଯୋଜକ ଓ ବିଇଓଙ୍କ ଦରମା ବନ୍ଦ କରି ଦିଆଯିବ ବୋଲି ମଧ୍ୟ ନିର୍ଦ୍ଦେଶାଳୟ ଚେତାବନୀ ଦେଇଛି। ଏ ସମ୍ପର୍କରେ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି ଯେ, ଜିଲ୍ଲା ଓ ବ୍ଲକ ସ୍ତରରେ ଶିକ୍ଷକଙ୍କ ପ୍ରମାଣ ପତ୍ର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି।

01 Sep 2021 By The Sakala

ଚିନ୍ତା ବଢ଼ାଇଲେଣି ନକଲି ଶିକ୍ଷକ

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ନେଇ ଅଭିଯୋଗ ଓ ପ୍ରମାଣ ମିଳିବା ପରେ ଶିକ୍ଷା ବିଭାଗର ଚିନ୍ତା ବଢ଼ିଯାଇଛି। ନକଲି ଶିକ୍ଷକମାନଙ୍କୁ ମୂଳରୁ ଧରିବା ପାଇଁ ଯୋଗ୍ୟତା ପ୍ରମାଣପତ୍ର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ େଦଇଛି। ଏହା ସହିତ ଯେଉଁମାନେ ଚାକିରି କରିଥିବେ ସେମାନଙ୍କ ମଧ୍ୟରୁ ନକଲି ଶିକ୍ଷକମାନଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନକଲି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି। ଆସନ୍ତା ୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାସ୍ତରରେ ନକଲି ଶିକ୍ଷକଙ୍କୁ ଠାବ କରିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ରିପୋର୍ଟ ଦାଖଲ କରିବେ। ସେହିପରି ଶିକ୍ଷକମାନଙ୍କ ଅଧାରକାର୍ଡ଼ ମଧ୍ୟ ଯାଞ୍ଜ କରାଯିବା ସହିତ ପୋର୍ଟାଲରେ ସଂଯୋଗ କରାଯିବ। ଯାଞ୍ଚ ପ୍ରକ୍ରିୟାରେ ବିଗତ ବର୍ଷ ପ୍ରାୟ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍‍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଉ କିଛି ଶିକ୍ଷକଙ୍କ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ସେହିପରି ଦଶରୁ ଅଧିକ ଶିକ୍ଷକଙ୍କୁ ବିଭାଗ ବିଦା କରିଦେଇଥିବା ବେେଳ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଅପରପକ୍ଷେ ନିଯୁକ୍ତି ପାଇଁ କିଛି ଶିକ୍ଷକ ‘ଓଟିଇଟି’ ଏବଂ ‘ଓଏସଟିଇଟି’ରେ ଉତ୍ତୀର୍ଣ୍ଣ ହୋଇଥିବାନେଇ ଜାଲ୍‍ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ପ୍ରାଥମିକ ସ୍କୁଲଗୁଡ଼ିକରେ ଅଧିକ ସଂଖ୍ୟକ ଜାଲ୍‍ ଶିକ୍ଷକ ନିଯୁକ୍ତ ହୋଇଥିବା ଅଭିଯୋଗ ହେଉଛି। ଚଳିତ ମାସ ଶେଷ ସୁଦ୍ଧା ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ସାରି ନିର୍ଦ୍ଦେଶାଳୟ ନିକଟରେ ତଥ୍ୟ ଦାଖଲ କରିବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଡିଇଓ ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ହୋଇଛି।

ବିଶେଷତଃ ବାଲେଶ୍ୱର, ସୁନ୍ଦରଗଡ଼, ଗଞ୍ଜାମ, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ନବରଙ୍ଗପୁର, ମୟୁରଭଞ୍ଜ, ରାୟଗଡ଼ା, ପୁରୀ, ଗଜପତି ସମ୍ବଲପୁର ଆଦି୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତ୍ୱରିତ ଯାଞ୍ଚ ପ୍ରକ୍ରିୟା ସାରିବା ସହିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ଦାଖଲ ନ କଲେ ସମ୍ପୃକ୍ତ ଜିଲ୍ଲାର ଡିଇଓ, ପ୍ରକଳ୍ପ ସଂଯୋଜକ ଓ ବିଇଓଙ୍କ ଦରମା ବନ୍ଦ କରି ଦିଆଯିବ ବୋଲି ମଧ୍ୟ ନିର୍ଦ୍ଦେଶାଳୟ ଚେତାବନୀ ଦେଇଛି। ଏ ସମ୍ପର୍କରେ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି ଯେ, ଜିଲ୍ଲା ଓ ବ୍ଲକ ସ୍ତରରେ ଶିକ୍ଷକଙ୍କ ପ୍ରମାଣ ପତ୍ର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର