ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ : ପୁଲିସ, ଖଣି ବିଭାଗ ଓ GST ଅଧିକାରୀଙ୍କ ତଦନ୍ତ ଆରମ୍ଭ
ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ […]
ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି।
ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି। ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ବିସ୍ଫୋରକ କେଉଁଠିକୁ ଯାଉଥିଲା ସେନେଇ ଛାନବିନ ଚାଲିଛି। ଆଜିର ୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ରଘୁନାଥାପାଲ୍ଲି ଥାନାରେ ପହଞ୍ଚି ପଚରାଉଚୁରା କରୁଛନ୍ତି। ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ପଚରାଉଚରା ଚାଲିଛି।
ସେପଟେ ବିସ୍ପୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରେ ତଦନ୍ତକାରୀ ଟିମ ପହଞ୍ଚିଛି। ପୁଲିସ SIT ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।





