ଜମିଜମାକୁ କେନ୍ଦ୍ର କରି ଯୁବକଙ୍କ ବେକରେ ରଶି ଲଗାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ...

Deviprasad Mohanty Picture
Published On

ବାଲେଶ୍ବର: ମରିଗଲା ମାନବିକତା। ହିଂସା ପରାୟଣରେ କ'ଣ କରେ ମନୁଷ୍ୟ। ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା, ମାଡ ମଧ୍ୟ ମାରିବାକୁ ପଛଘୁଞ୍ଚା ଦେଉ ନ ଥିଲେ। ପରେ ଉକ୍ତ ଯୁବକ ଜଣକ ଅଚେତ ହୋଇ ପଡ଼ିଥିଲେ। ଅଚେତ ପରେ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲେ ଅସାମାଜିକ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ଯୁବକ ଜଣଙ୍କ। ଗୁରୁତର ଯୁବକ ହେଲେ ଦେବାଶିଷ ହାତୀ। ତେବେ ସର୍ବସମ୍ମୁଖରେ ଏଭଳି କାଣ୍ଡ ଭିଆଇଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୁଲିସ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁସାରେ, ଜମିଜମା ସଂକ୍ରାନ୍ତୀୟ ବ୍ୟାପାରକୁ ନେଇ ମାଡ଼ ମରାଯାଇଥିବାବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଗତ ୩ ତାରିଖରେ ଦିନ ୩ଟା ୩୦ ମିନିଟ ସମୟରେ ବେଳର ଘଟଣା। ବର୍ତମାନ ଏହି ଘଟଣାଟି ସାମ୍ନାକୁ ଆସିଛି। ଜମିକୁ କମ୍ ଦାମରେ କିଣିବା ପାଇଁ ଗାଁର କିଛି ଲୋକେ ଦେବାଶିଷକୁ ବାଧ୍ୟ କରୁଥିଲେ। ନ ରାଜି ହେବାରୁ ଜମିକୁ ନଷ୍ଟ କରିଥିଲେ। ପରେ ଯୁବକଙ୍କୁ ଅମାନୁଷିକ ଆକ୍ରମଣ କରିଥିଲେ ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି। ଯାହା ସାଧାରଣ ସଭ୍ୟ ସମାଜରେ ଗ୍ରହଣୀୟ ନୁହଁ। ଗତକାଲି ଗୁରୁତରଙ୍କ ସ୍ତ୍ରୀ ପରିକ୍ଷୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର