୬ ସପ୍ତାହ ପରେ ବି ମିଳୁନି ‘ଆୟୁଷ୍ମାନ’ କାର୍ଡ, ସେବା ପାଇପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ

The Sakala Picture
Published On

ଭୁବନେଶ୍ୱର: ଗତ ଏପ୍ରିଲ୍‌ ମାସରୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେଲାଣି। ହେଲେ ଏପର୍ଯ୍ୟନ୍ତ ଅଧାରୁ ଅଧିକ ହିତାଧିକାରୀଙ୍କୁ କାର୍ଡ ମିଳିନାହିଁ। ଏମିତିକି ଅଧିକାଂଶ ହିତାଧିକାରୀଙ୍କୁ କାର୍ଡ ମିଳିଥିଲେ ହେଁ ପରିବାର ସଦସ୍ୟଙ୍କ ନାଁ ନାହିଁ। ସେହିପରି ରାଜ୍ୟ ବାହାରେ ରହୁଥିବା ଲୋକଙ୍କୁ ବି ଏହି କାର୍ଡରେ ଚିକିତ୍ସା ମିଳିବ ବୋଲି କୁହାଯାଇଥିଲେ ହେଁ ବାସ୍ତବରେ ଏହା ମଧ୍ୟ କାର୍ଯ୍ୟାନ୍ୱୟନ ହୋଇପାରି ନାହିଁ। ସରକାରଙ୍କ ଘୋଷଣା ପରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ପରିବାର […]

ଭୁବନେଶ୍ୱର: ଗତ ଏପ୍ରିଲ୍‌ ମାସରୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେଲାଣି। ହେଲେ ଏପର୍ଯ୍ୟନ୍ତ ଅଧାରୁ ଅଧିକ ହିତାଧିକାରୀଙ୍କୁ କାର୍ଡ ମିଳିନାହିଁ। ଏମିତିକି ଅଧିକାଂଶ ହିତାଧିକାରୀଙ୍କୁ କାର୍ଡ ମିଳିଥିଲେ ହେଁ ପରିବାର ସଦସ୍ୟଙ୍କ ନାଁ ନାହିଁ। ସେହିପରି ରାଜ୍ୟ ବାହାରେ ରହୁଥିବା ଲୋକଙ୍କୁ ବି ଏହି କାର୍ଡରେ ଚିକିତ୍ସା ମିଳିବ ବୋଲି କୁହାଯାଇଥିଲେ ହେଁ ବାସ୍ତବରେ ଏହା ମଧ୍ୟ କାର୍ଯ୍ୟାନ୍ୱୟନ ହୋଇପାରି ନାହିଁ। ସରକାରଙ୍କ ଘୋଷଣା ପରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ପରିବାର ସହ ରହୁଥିବା ଲୋକମାନେ ଏହାକୁ ନେଇ ଆଶ୍ୱସ୍ତ ହୋଇଥିଲେ। ମାତ୍ର ସେମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କୁ ଏପର୍ଯ୍ୟନ୍ତ କାର୍ଡ ମିଳିନାହିଁ, ତେଣୁ ସ୍ୱାଭାବିକ ଭାବରେ ସେମାନେ ଚିକିତ୍ସା ସେବା ପାଇପାରୁନାହାନ୍ତି। ଏହି ଯୋଜନା ଲାଗୁ ହେବା ପରେ ମାଳମାଳ ସମସ୍ୟା ଉପୁଜୁଥିଲେ ହେଁ ସରକାର ଏହାକୁ ସମାଧାନ କରୁନଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେଲେ ରାଜ୍ୟରେ ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ସରକାର କହିଲେ। ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଏହି ଯୋଜନାରେ ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଜୋରଦାର ପ୍ରଚାର କଲେ। ମାତ୍ର ତୃଣମୂଳସ୍ତରରେ ଉପୁଜୁଥିବା ସମସ୍ୟାର ସମାଧାନ ଏଯାଏ ହୋଇ ପାରିଲାନାହିଁ। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ଏହାକୁ ଯେତିକି ଗୁରୁତ୍ୱ ଦେବା କଥା, ସେତିକି ଦେଉନାହାନ୍ତି। ଫଳରେ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରୁନି ବୋଲି ଖୋଦ୍‌ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ରାଜ୍ୟରେ ବିଜେଡି ସରକାର ‘ବିଜୁ ସ୍ୱାସ୍ଥ୍ୟ କାର୍ଡ’ ଯୋଜନା ପ୍ରଣୟନ କରିଥିଲେ। ସେଥିରେ ରାଜ୍ୟ ଭିତରେ ୯ଶହ ହସ୍ପିଟାଲ୍‌ରେ ଦେୟମୁକ୍ତ ଚିକିତ୍ସା ସେବା ମିଳୁଥିଲା। ଯେ କୌଣସି ସମସ୍ୟା ଉପୁଜୁଥିଲା, ମାତ୍ର ୨୪ ଘଣ୍ଟା ଭିତରେ ସମାଧାନ ହୋଇଯାଉଥିଲା। ମାତ୍ର ଆୟୁଷ୍ମାନ ଭାରତରେ ସେଭଳି ହେଉନାହିଁ ବୋଲି ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ପୁରୀର ବାବା ବାଲିକପିଳେଶ୍ୱର ମନ୍ଦିରରୁ ଲୁଟ୍, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି

ବ୍ଲକ୍‌ ଗୁଡ଼ିକରେ ଯେତିକି ସଂଖ୍ୟକ ହିତାଧିକାରୀ ଅଛନ୍ତି, ସେମାନଙ୍କୁ ଦୁଇଟି ପର୍ଯ୍ୟାୟରେ କାର୍ଡ ଦିଆଯାଇଥିଲେ ହେଁ ସଂପୂର୍ଣ୍ଣ କାର୍ଡ ପହଞ୍ଚି ପାରିନାହିଁ। ତେଣୁ ଲୋକମାନେ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଶା ଓ ଅଙ୍ଗନବାଡି ୱାର୍କର କାର୍ଡ ବଣ୍ଟନ ଦାୟିତ୍ୱରେ ଅଛନ୍ତି। ଏଥିସହ ହିତାଧିକାରୀ ନିଜେ ମଧ୍ୟ ଚାହିଁଲେ ଅନ୍‌ଲାଇନ୍‌ରୁ ନିଜର କାର୍ଡ ଡାଉନ୍‌ଲୋଡ୍‌ କରିପାରିବ। ହେଲେ ଯେଉଁମାନେ କାର୍ଡ ପାଇନାହାନ୍ତି, ସେମାନେ ଚେଷ୍ଟା କରି ମଧ୍ୟ ଅନ୍‌ଲାଇନ୍‌ରୁ କାର୍ଡ ଡାଉନ୍‌ଲୋଡ୍‌ କରିପାରୁନାହାନ୍ତି। ଏଥିସହ କିଛି ଲୋକଙ୍କର କାର୍ଡରେ ଅନ୍ୟ ଲୋକମାନେ ଯୋଡ଼ି ହୋଇଛନ୍ତି। ତାକୁ ନେଇ ମଧ୍ୟ ବିରାଟ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ସମସ୍ୟା ଥିବା ରୋଗୀମାନଙ୍କୁ ଓଡ଼ିଶାରେ ଯଦିଓ ସେବା ମିଳୁଛି, କିନ୍ତୁ ଓଡ଼ିଶା ବାହାରେ ଚିକିତ୍ସା ସେବା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବିଦେଶ ଗସ୍ତକୁ ନେଇ ନବୀନଙ୍କ ଜବାବ: 'ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି'

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଏସ୍‌କେୱାଇ ଯୋଜନାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରୁଥିଲେ। ତେଣୁ ଯାହା ସମସ୍ୟା ଉପୁଜୁଥିଲା, ତା’ର ତୁରନ୍ତ ସମାଧାନ କରାଯାଇ ପାରୁଥିଲା। ମାତ୍ର ଆୟୁଷ୍ମାନ କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ସମସ୍ୟା ସମାଧାନ କରିବାରେ ବିଳମ୍ବ ହେଉଛି। ବାହାର ରାଜ୍ୟରେ ରହୁଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ତାଙ୍କୁ ଆମେ ଅଗ୍ରାଧିକାର ଭିତ୍ତିରେ ଦେବାକୁ ଚେଷ୍ଟା କରିବୁ । ପ୍ରାଥମିକ ପର୍ଯ୍ୟାୟରେ କିଛି ସମସ୍ୟା ଉପୁଜୁଥିଲା, ଏବେ ତା’ର ସମାଧାନ କରାଯାଉଛି। ଖୁବ୍‌ଶୀଘ୍ର ଏହା ବ୍ୟବସ୍ଥିତ ହୋଇଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର