କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ, ପ୍ରମାଣ କରି ଦେଖାଇଲେ ଡାକ୍ତର ଜଗଦୀଶ

The Sakala Picture
Published On

ବୌଦ୍ଧ: ଆଗରୁ ହସ୍ପିଟାଲର ଚାରିକାନ୍ଥ ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଜଙ୍ଗଲ ଭିତରେ, ମାଓ ଉପଦୃତ ଅଞ୍ଚଳରେ କେବେ ଚିକିତ୍ସା ଯୋଗାଇବାକୁ ପଡିବ ବୋଲି ଭାବି ନଥିଲେ। କିନ୍ତୁ ହଠାତ ଡାକରା ଆସିଲା ଡାକ୍ତରଙ୍କୁ । ଜଙ୍ଗଲ ଭିତରକୁ ଚିକିତ୍ସା ପାଇଁ ଯିବାକୁ ହେବ। ଦୁଇଜଣ ଯବାନ ମାଓବାଦୀ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଆବଶ୍ୟକ। ଭୟ ଥିଲେ ବି କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ପଲଟିଯାଇଥିଲା। କର୍ତ୍ତବ୍ୟ ପାଳନ ପାଇଁ ଡାକ୍ତର […]

ବୌଦ୍ଧ: ଆଗରୁ ହସ୍ପିଟାଲର ଚାରିକାନ୍ଥ ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଜଙ୍ଗଲ ଭିତରେ, ମାଓ ଉପଦୃତ ଅଞ୍ଚଳରେ କେବେ ଚିକିତ୍ସା ଯୋଗାଇବାକୁ ପଡିବ ବୋଲି ଭାବି ନଥିଲେ। କିନ୍ତୁ ହଠାତ ଡାକରା ଆସିଲା ଡାକ୍ତରଙ୍କୁ । ଜଙ୍ଗଲ ଭିତରକୁ ଚିକିତ୍ସା ପାଇଁ ଯିବାକୁ ହେବ। ଦୁଇଜଣ ଯବାନ ମାଓବାଦୀ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଆବଶ୍ୟକ। ଭୟ ଥିଲେ ବି କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ପଲଟିଯାଇଥିଲା। କର୍ତ୍ତବ୍ୟ ପାଳନ ପାଇଁ ଡାକ୍ତର ମାଓବାଦୀ ଘେରି ରହିଥିବା ଜଙ୍ଗଲକୁ ବାହାରି ପଡ଼ିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶନିବାର ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ଓ ରାଜ୍ୟ ପୁଲିସ ମୁଖିଆଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଣ୍ଟାମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଗଦୀଶ ସେଠୀ। ଶନିବାର ଘଟଣା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ଘଟଣାକ୍ରମ କିପରି ଥିଲା ସେ ବିଷୟରେ ଡାକ୍ତର ସେଠୀଙ୍କ ପ୍ରତିକ୍ରିୟା ଜାଣିବା…

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଶନିବାର ସକାଳ ୮ ଟା। କଣ୍ଟାମାଲ ଥାନରୁ ଖବର ଆସିଲା ଶୁକ୍ରବାର ରାତିରେ ବୌଦ୍ଧ ଜିଲ୍ଲା ଉମା ପଞ୍ଚାୟତ ସମାଡାଙ୍ଗୀ ଓ ନାଦେନ ଜଙ୍ଗଲରେ ମାଓ ଗତିବିଧି ଖବର ପାଇ ଏସଓଜି ଯବାନମାନେ କମ୍ବିଂ କରୁଥିଲେ। କମ୍ବିଂ ବେଳେ ଏସଓଜି ଯବାନ ଓ କେକେବିଏନ ଡିଭିଜନର ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ସଂଘର୍ଷରେ ଏସଓଜି(ସ୍ଵତନ୍ତ୍ର ଅପରେସନ ଗ୍ରୁପ)ର ୨ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଆବଶ୍ୟକ ଥିବା ଥାନା ଅଧିକାରୀ ମୋତେ କହିଥିଲେ ବୋଲି ଡାକ୍ତର ସେଠୀ କହିଛନ୍ତି। ଥାନରୁ ଖବର ପାଇ ଡାକ୍ତର ସେଠୀ ତାଙ୍କ ମେଡିକାଲ ଟିମକୁ ନେଇ ଘଣ୍ଟାପଡା ଅଭିମୁଖେ ବାହାରିଥିଲେ। ଘଣ୍ଟାପଡା ପହଁଚିବା ପରେ ସେଠାରେ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ଡାକ୍ତର ଓ ତାଙ୍କ ଟିମ ସହ ସୁରକ୍ଷାକର୍ମୀ ଉମା ଜଙ୍ଗଲ ଆଡକୁ ଯାଇଥିଲେ। କିଛି ରାସ୍ତା ଯିବା ପରେ ଆଗକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା। ସେଠାରେ ଆମ୍ବୁଲାନ୍ସ ରଖି ସୁରକ୍ଷାକର୍ମୀଙ୍କ ସହ ଚାଲି ଚାଲି ଜଙ୍ଗଲ ଭିତରକୁ ଚାଲିଲେ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ରାସ୍ତାରେ ଖବର ମିଳିଲା କେନ୍ଦ୍ରୀୟ ରିଜର୍ଭ ଫୋର୍ସର ସୁରକ୍ଷାକର୍ମୀ ଆହତ ଯବାନଙ୍କୁ ବାଇକ ଓ ଷ୍ଟ୍ରେଚରରେ ଆଣୁଛନ୍ତି। ରାସ୍ତାରେ ଅପେକ୍ଷା କରିବା ସହ ଆହତ ଯବାନ ପହଁଚିବା ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ଆଣିଥିଲେ। ଜଣେ ଯବାନଙ୍କ ଛାତି ଓ ଅନ୍ୟ ଜଣେ ଯବାନଙ୍କ ଆଖି ପାଖରେ ଗୁଳି ବାଜିଛି। ରକ୍ତସ୍ରାବ ଯୋଗୁ ସେମାନେ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା ଓ ଦୁର୍ବଳ ଅନୁଭବ କରୁଥିଲେ। ଆମ୍ବୁଲାନ୍ସ ଭିତରେ ପ୍ରାଥମିକ ଚିକିତ୍ସା ଦେଇ ଘଣ୍ଟାପଡା ଅଭିମୁଖେ ଆଣିଥିଲେ ବୋଲି ଡାକ୍ତର କହିଛନ୍ତି। ଆମ୍ବୁଲାନ୍ସ ପହଁଚିବା ବେଳକୁ ଘଣ୍ଟାପଡା ହାଇସ୍କୁଲ ପଡ଼ିଆରେ ଡିଜି ଅଭୟ ଓ ଆଇଜି(ଅପରେସନ) ଅମିତାଭ ଠାକୁର ହେଲିକପ୍ଟର ସହ ଅପେକ୍ଷା କରିଥିଲେ। ବୌଦ୍ଧରେ ଦୁଇ ଯବାନ ଆହତ ଖବର ପାଇ ସେମାନେ ନିଜ କୋରାପୁଟ ଗସ୍ତ ବାତିଲ କରି ଘଣ୍ଟାପଡା ପହଞ୍ଚିଥିଲେ। ଘଟଣାର ଅନୁଧ୍ୟାନ କରିବା ସହିତ ସେଠାରେ ଗୁରୁତର ଦୁଇ ଯବାନଙ୍କୁ ହେଲିକେପ୍ଟରରେ ଧରି ଡିଜିପି ଅଭୟ ଓ ସେ ମଧ୍ୟ ଭୂବନେଶ୍ୱର ଏମ୍ସକୁ ଯାଇଥିଲେ ବୋଲି ଡାକ୍ତର ସେଠୀ କହିଛନ୍ତି। ଆଜି ଉଭୟ ଯବାନଙ୍କ ଖବର ନେଇଥିଲେ, ଉଭୟଙ୍କ ସ୍ଵସ୍ଥବସ୍ଥାରେ ଉନ୍ନତି ହେଉଥିବା ସେ କହିଛନ୍ତି। ଡାକ୍ତରଙ୍କ ଏହି ଉଦ୍ୟମ ଓ ତ୍ୱରିତ ପଦକ୍ଷେପ ପାଇଁ ରାଜ୍ୟ ପୁଲିସ ମୁଖିଆ ବହୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

11 Jul 2021 By The Sakala

କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ, ପ୍ରମାଣ କରି ଦେଖାଇଲେ ଡାକ୍ତର ଜଗଦୀଶ

ବୌଦ୍ଧ: ଆଗରୁ ହସ୍ପିଟାଲର ଚାରିକାନ୍ଥ ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଜଙ୍ଗଲ ଭିତରେ, ମାଓ ଉପଦୃତ ଅଞ୍ଚଳରେ କେବେ ଚିକିତ୍ସା ଯୋଗାଇବାକୁ ପଡିବ ବୋଲି ଭାବି ନଥିଲେ। କିନ୍ତୁ ହଠାତ ଡାକରା ଆସିଲା ଡାକ୍ତରଙ୍କୁ । ଜଙ୍ଗଲ ଭିତରକୁ ଚିକିତ୍ସା ପାଇଁ ଯିବାକୁ ହେବ। ଦୁଇଜଣ ଯବାନ ମାଓବାଦୀ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଆବଶ୍ୟକ। ଭୟ ଥିଲେ ବି କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ପଲଟିଯାଇଥିଲା। କର୍ତ୍ତବ୍ୟ ପାଳନ ପାଇଁ ଡାକ୍ତର ମାଓବାଦୀ ଘେରି ରହିଥିବା ଜଙ୍ଗଲକୁ ବାହାରି ପଡ଼ିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶନିବାର ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ଓ ରାଜ୍ୟ ପୁଲିସ ମୁଖିଆଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଣ୍ଟାମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଗଦୀଶ ସେଠୀ। ଶନିବାର ଘଟଣା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ଘଟଣାକ୍ରମ କିପରି ଥିଲା ସେ ବିଷୟରେ ଡାକ୍ତର ସେଠୀଙ୍କ ପ୍ରତିକ୍ରିୟା ଜାଣିବା…

ଶନିବାର ସକାଳ ୮ ଟା। କଣ୍ଟାମାଲ ଥାନରୁ ଖବର ଆସିଲା ଶୁକ୍ରବାର ରାତିରେ ବୌଦ୍ଧ ଜିଲ୍ଲା ଉମା ପଞ୍ଚାୟତ ସମାଡାଙ୍ଗୀ ଓ ନାଦେନ ଜଙ୍ଗଲରେ ମାଓ ଗତିବିଧି ଖବର ପାଇ ଏସଓଜି ଯବାନମାନେ କମ୍ବିଂ କରୁଥିଲେ। କମ୍ବିଂ ବେଳେ ଏସଓଜି ଯବାନ ଓ କେକେବିଏନ ଡିଭିଜନର ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ସଂଘର୍ଷରେ ଏସଓଜି(ସ୍ଵତନ୍ତ୍ର ଅପରେସନ ଗ୍ରୁପ)ର ୨ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଆବଶ୍ୟକ ଥିବା ଥାନା ଅଧିକାରୀ ମୋତେ କହିଥିଲେ ବୋଲି ଡାକ୍ତର ସେଠୀ କହିଛନ୍ତି। ଥାନରୁ ଖବର ପାଇ ଡାକ୍ତର ସେଠୀ ତାଙ୍କ ମେଡିକାଲ ଟିମକୁ ନେଇ ଘଣ୍ଟାପଡା ଅଭିମୁଖେ ବାହାରିଥିଲେ। ଘଣ୍ଟାପଡା ପହଁଚିବା ପରେ ସେଠାରେ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ଡାକ୍ତର ଓ ତାଙ୍କ ଟିମ ସହ ସୁରକ୍ଷାକର୍ମୀ ଉମା ଜଙ୍ଗଲ ଆଡକୁ ଯାଇଥିଲେ। କିଛି ରାସ୍ତା ଯିବା ପରେ ଆଗକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା। ସେଠାରେ ଆମ୍ବୁଲାନ୍ସ ରଖି ସୁରକ୍ଷାକର୍ମୀଙ୍କ ସହ ଚାଲି ଚାଲି ଜଙ୍ଗଲ ଭିତରକୁ ଚାଲିଲେ।

ରାସ୍ତାରେ ଖବର ମିଳିଲା କେନ୍ଦ୍ରୀୟ ରିଜର୍ଭ ଫୋର୍ସର ସୁରକ୍ଷାକର୍ମୀ ଆହତ ଯବାନଙ୍କୁ ବାଇକ ଓ ଷ୍ଟ୍ରେଚରରେ ଆଣୁଛନ୍ତି। ରାସ୍ତାରେ ଅପେକ୍ଷା କରିବା ସହ ଆହତ ଯବାନ ପହଁଚିବା ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ଆଣିଥିଲେ। ଜଣେ ଯବାନଙ୍କ ଛାତି ଓ ଅନ୍ୟ ଜଣେ ଯବାନଙ୍କ ଆଖି ପାଖରେ ଗୁଳି ବାଜିଛି। ରକ୍ତସ୍ରାବ ଯୋଗୁ ସେମାନେ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା ଓ ଦୁର୍ବଳ ଅନୁଭବ କରୁଥିଲେ। ଆମ୍ବୁଲାନ୍ସ ଭିତରେ ପ୍ରାଥମିକ ଚିକିତ୍ସା ଦେଇ ଘଣ୍ଟାପଡା ଅଭିମୁଖେ ଆଣିଥିଲେ ବୋଲି ଡାକ୍ତର କହିଛନ୍ତି। ଆମ୍ବୁଲାନ୍ସ ପହଁଚିବା ବେଳକୁ ଘଣ୍ଟାପଡା ହାଇସ୍କୁଲ ପଡ଼ିଆରେ ଡିଜି ଅଭୟ ଓ ଆଇଜି(ଅପରେସନ) ଅମିତାଭ ଠାକୁର ହେଲିକପ୍ଟର ସହ ଅପେକ୍ଷା କରିଥିଲେ। ବୌଦ୍ଧରେ ଦୁଇ ଯବାନ ଆହତ ଖବର ପାଇ ସେମାନେ ନିଜ କୋରାପୁଟ ଗସ୍ତ ବାତିଲ କରି ଘଣ୍ଟାପଡା ପହଞ୍ଚିଥିଲେ। ଘଟଣାର ଅନୁଧ୍ୟାନ କରିବା ସହିତ ସେଠାରେ ଗୁରୁତର ଦୁଇ ଯବାନଙ୍କୁ ହେଲିକେପ୍ଟରରେ ଧରି ଡିଜିପି ଅଭୟ ଓ ସେ ମଧ୍ୟ ଭୂବନେଶ୍ୱର ଏମ୍ସକୁ ଯାଇଥିଲେ ବୋଲି ଡାକ୍ତର ସେଠୀ କହିଛନ୍ତି। ଆଜି ଉଭୟ ଯବାନଙ୍କ ଖବର ନେଇଥିଲେ, ଉଭୟଙ୍କ ସ୍ଵସ୍ଥବସ୍ଥାରେ ଉନ୍ନତି ହେଉଥିବା ସେ କହିଛନ୍ତି। ଡାକ୍ତରଙ୍କ ଏହି ଉଦ୍ୟମ ଓ ତ୍ୱରିତ ପଦକ୍ଷେପ ପାଇଁ ରାଜ୍ୟ ପୁଲିସ ମୁଖିଆ ବହୁ ପ୍ରଶଂସା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର