ଆଦିବାସୀ ବହୁଳ ଅଞ୍ଚଳରେ ହେଉଥିବା ବାହାଘରର ସ୍ୱତନ୍ତ୍ର ପରମ୍ପରା ‘ଦୁଲା ନଚା’

The Sakala Picture
Published On

(ବିରେନ ନାଗ): ଶୁଭ ବିବାହ, ଏହା ଏକ କାର୍ଯ୍ୟକ୍ରମ ନୁହେଁ। ଅଚିହ୍ନା, ଅଜଣା ଦୁଇଟି ମନ ମିଶି ନୂଆ ସଂସାର ଗଢିବାର ଲୋକ ପରମ୍ପରା। ବଂଶରକ୍ଷା ପାଇଁ ବଂଶାନୁକ୍ରମିକ ଭାବରେ ପାଳନ କରାଯାଉଥିବା ପବିତ୍ର ବିଧି, ପଦ୍ଧତି ହେଉଛି ବାହାଘର। ଧର୍ମ, ଜାତି, ସମାଜ ଅନୁସାରେ ଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ରହିଛି। ବେଦ୍ୟାରମ୍ଭ, ଦେଗଣସନ, ବରାନୁଗମନ, ବିବାହ ପାଣିଗ୍ରହଣ, ସାମୂହିକ ଭୋଜନ ଏମିତି ଅନେକ କିଛି। ଇତିମଧ୍ୟରେ ଏମିତି ପରମ୍ପରା ରହିଛି ଯେଉଁଥିରେ ଆମ ଅଞ୍ଚଳର […]

(ବିରେନ ନାଗ): ଶୁଭ ବିବାହ, ଏହା ଏକ କାର୍ଯ୍ୟକ୍ରମ ନୁହେଁ। ଅଚିହ୍ନା, ଅଜଣା ଦୁଇଟି ମନ ମିଶି ନୂଆ ସଂସାର ଗଢିବାର ଲୋକ ପରମ୍ପରା। ବଂଶରକ୍ଷା ପାଇଁ ବଂଶାନୁକ୍ରମିକ ଭାବରେ ପାଳନ କରାଯାଉଥିବା ପବିତ୍ର ବିଧି, ପଦ୍ଧତି ହେଉଛି ବାହାଘର। ଧର୍ମ, ଜାତି, ସମାଜ ଅନୁସାରେ ଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ରହିଛି। ବେଦ୍ୟାରମ୍ଭ, ଦେଗଣସନ, ବରାନୁଗମନ, ବିବାହ ପାଣିଗ୍ରହଣ, ସାମୂହିକ ଭୋଜନ ଏମିତି ଅନେକ କିଛି। ଇତିମଧ୍ୟରେ ଏମିତି ପରମ୍ପରା ରହିଛି ଯେଉଁଥିରେ ଆମ ଅଞ୍ଚଳର ଲୋକ ସଂସ୍କୃତି, ଲୋକକଳା, ସାହିତ୍ୟ ଉଜ୍ଜିବୀତ ହୁଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ ବାହାଘରେ କରାଯାଉଥିବା ଏଭଳି ଏକ ସ୍ୱତନ୍ତ୍ର ପରମ୍ପରା ହେଉଛି ‘ଦୁଲା ନଚା’।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା। ଏଠାକାର ଆଦିବାସୀ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦିଅନ୍ତି। ଏହି ଅଞ୍ଚଳରେ ବାହାଘର ସମୟରେ କରାଯାଉଥିବା ସ୍ୱତନ୍ତ୍ର ପରମ୍ପରା ହେଉଛି ଦୁଲା ନଚା। କେତେକ ସ୍ଥାନରେ ଏହାକୁ ଦୁଲା ନଚା ବୋଲି କୁହାଯାଉଥିବାବେଳେ ଆଉ କିଛି ସ୍ଥାନରେ ଦୁରଲା ନଚା ବୋଲି ମଧ୍ୟ କୁହାଯାଏ। ବରଯାତ୍ରୀ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଏହି ବିଧି କରାଯାଇଥାଏ। ବାହାଘର ସମୟରେ ମିଳିତ ହୋଇଥିବା ବନ୍ଧୁବାନ୍ଧବ, ପରିଜନ, ବରପିଲା କିମ୍ବା ବରକନ୍ୟାକୁ ସାଙ୍ଗରେ ଧରି ଲୋକବାଦ୍ୟ (ଗଣାବଜା) ର ତାଳେତାଳେ ନାଚଗୀତ କରନ୍ତି। ଏହାର ନାନା ବିଧି ରହିଛି। କେତେକ ଅଞ୍ଚଳରେ ସମାଜ ଲୋକେ ବରପିଲାକୁ ନେଇ ତାର ସର୍ମ୍ପକୀୟଙ୍କ ଘରେ ହଳଦୀ ଲଗାନ୍ତି। କେତେକ ସ୍ଥାନରେ ବରପିଲା କିମ୍ବା ବରକନ୍ୟାକୁ ତା’ର ଭାଉଜମାନେ ବାଁଉଶ ନିର୍ମିତ ପର୍ଲାରେ ବସାଇ ବାହାବେଦୀରେ ସାତଥର ବୁଲିବୁଲି ନାଚନ୍ତି। ଆଉ କିଛି ଅଞ୍ଚଳରେ ସେମାନଙ୍କୁ କାଖେଇ କିମ୍ବା ପିଠିରେ ବସାଇ ନାଚୁଥିବାର ଦେଖିବାକୁ ମିଳେ। ଏ ସମୟରେ ବିଭିନ୍ନ ଲୋକଗୀତ ଆବୃତ୍ତି କରାଯାଏ। ତନ୍ମଧ୍ୟରୁ କିଛି ପଦ ପାଠକଙ୍କ ପାଇଁ ଦିଆଗଲା।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ବଜନିଆର୍‌‌ ବଜା ସୁନି ଲହରମନି, ବଜନିଆର୍‌‌ ବଜା ସୁନି
ଧାଇଁ ଆସିଛେ ଇ ନାଚିନୀ ନନୀ କାଏଁ ନାଚିନୀ ନନୀ, ନାଚିନୀ ନନୀ
ଭୁଞ୍ଜା ହାତେ ରାମକାଠି ଗିନି, ଟେରେଁ…ଟେଁଟେଁ ବାଜେ ମୁହୁରୀ
ନନୀ ନାଇଁପାରେ ଦମ୍‌‌ ଧରି, ସାଙ୍ଗେ ଝୁମୁରା ନେଉଛେ ମାରି
ଟେରେଁ…ଟେଁଟେଁ ବାଜେ ମୁହୁରୀ

ନୂୂଆଁ ବନ୍ଧେ ଫୁଟେ କଇଁ, ତୋର୍‌‌ ପରି ନନୀକେ ସତେରେ ବିଶାସ ନାଇଁ
ଦେସ ଗୁରସ୍‌‌ ବଲି କୁହା ମହୀ ହୋ ପାଚିଲା କେନ୍ଦୁ
ତୁୁମେ ଗଛ୍‌‌ କେ ଚଢେଇ କାଟସ ବୁନ୍ଧୁ ଗା ସୁଆଁଲି ପିଠା
ତୁମର୍‌‌ ଆମର୍‌‌ ଆରୁ ନେଇଁନ ମିଠାରେ ଫଲସା ଫୁଲ
ବିନା ଦୁଷେ ଭାଙ୍ଗି ଦେଲ ଗେଲ ମୋର୍‌‌ ଫଲସା ଫୁଲ…..

ଲୋକ ସଂସ୍କୃତି ଗବେଷକଙ୍କ କହିବା ଅନୁସାରେ ଏହା ହେଉଛି ପଶ୍ଚିମାଞ୍ଚଳର ପ୍ରକୃତ ଲୋକଗୀତ। କେବଳ ଏତିକି ନୁହେଁ। ଡାଲଖାଇ, ରସରକେଲି, ମାଏଲାଜଡ, ବଜନିଆ, ନଚନିଆ, ସଜନୀ, ଦୁଲାର, ହଲଦୀ ଏଭଳି ଅନେକ ଲୋକଗୀତ ଓ ବାଦ୍ୟ ଦୁଲାନଚା ସମୟରେ ଦେଖିବାକୁ ଶୁଣିବାକୁ ମିଳେ। ସେହିଭଳି ଥଟ୍ଟା ମଜା ହେଉଥିବା ସର୍ମ୍ପକୀୟ ଯଥା ଶାଳୀ ଭିଣୋଇ, ଦିଅର ଭାଉଜ ସେମାନଙ୍କ ସାଙ୍ଗିଆ ଧରି ବ୍ୟାଙ୍ଗାତ୍ମକ ଢଙ୍ଗରେ ଗୀତ ବୋଲୁଥିବାର ଶୁଣିବାକୁ ମିଳେ। ଆଜିର କମର୍ସିଆଲ ଯୁଗରେ ଏସବୁ ଗୀତ ବାଦ୍ୟ ହଜିବାକୁ ବସିଛି ସତ। ହେଲେ କେଉଁଠି ନାଁ କେଉଁଠି ଏବେବି ଚାଲୁଛି ଦୁଲାନଚା। ଏହାର ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ସହଯୋଗ ନିତାନ୍ତ ଆବଶ୍ୟକ।

24 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର