କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ
ଭୁବନେଶ୍ୱର: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି । ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ବ୍ୟାଙ୍କ ଲକର ଏବଂ ଘରୁ ସମୁଦାୟ ୧.୨୫୫ କିଲୋଗ୍ରାମ ସୁନା ଜବତ କରାଯାଇଛି । ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି, ଯାହାର ମୋଟ ବିଲ୍ଟ-ଅପ୍ ଏରିଆ ୨୦,୦୦୦ ବର୍ଗଫୁଟରୁ ଅଧିକ ହେବ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି । ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି।