ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

Madhusudan Das Picture
Published On

ବାରିପଦା: ଆସନ୍ତା ୧୯ ଓ ୨୦ତାରିଖରେ ରାଷ୍ଟ୍ରପତି ଏବଂ  ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କ୍ସନ୍ ସାଇଟ୍‌କୁ ନୋ ଡ୍ରୋନ୍ ଜୋନ୍ / ନୋ ଫ୍ଲାଇଙ୍ଗ୍ ଜୋନ୍' ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲାଦଣ୍ଡାଧୀଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବ। ଏହି ସମୟରେ କୌଣସି ମିଡ଼ିଆ କର୍ମୀ, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଡ୍ରୋନ୍ କ୍ୟାମେରା ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ରହିବ। ମୁଖ୍ୟ ନିର୍ଦ୍ଦେଶନାମା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଉପଯୁକ୍ତ ଡିସପ୍ଲେ ଓ ସାଇନବୋର୍ଡ ଲଗାଇ ସ୍ପଷ୍ଟ ଭାବେ ନୋ ଡ୍ରୋନ୍ ଜୋନ୍ ଜଣାଇ ଦିଆଯିବ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ ଏହି ସୂଚନା ସମସ୍ତ ଇଲେକ୍ଟ୍ରୋନିକ୍ ମିଡ଼ିଆ କର୍ମୀଙ୍କ ମଧ୍ୟରେ ପ୍ରଚାର କରାଯିବାକୁ କୁହାଯାଇଛି। ଏହାକୁ ଭିଭିଆଇପି ଅର୍ଜେଣ୍ଟ' ବୋଲି ବିବେଚନା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସମେତ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ବିଭାଗ ଉଚ୍ଚ ସତର୍କତା ଅବଲମ୍ବନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର