ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

Madhusudan Das Picture
Published On

ଢେଙ୍କାନାଳ: ମଣିଷର ହଜିଗଲା ମାନବିକତା । ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ନୋହୋରା ସାହିରେ । ନାବାଳିକା ଜଣଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି

ସୂଚନା ଅନୁସାରେ, ନୋହୋରା ସାହିର ଖୀରିଧର ବେହେରାଙ୍କ ୭ ବର୍ଷ ସାନ ଝିଅ ନିଜ ପଡ଼ୋଶୀଙ୍କୁ କିଛି ଖାଇବାକୁ ମାଗିଥିଲେ । ଏହି କଥାରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ପାଖରେ ଥିବା ୯ ବର୍ଷର ବଡ଼ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲା ମହିଳା । ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଝିଅଙ୍କ ମା' ଅନେକ ଦିନରୁ ଘର ଛାଡ଼ି ପଳାଇଥିବାବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ସେ ଘରେ ନଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ପୋଲିସକୁ ନାହିଁ ଟିକେ ବି ଭୟ, ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼

22 May 2026 By Madhusudan Das

ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

ଢେଙ୍କାନାଳ: ମଣିଷର ହଜିଗଲା ମାନବିକତା । ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ନୋହୋରା ସାହିରେ । ନାବାଳିକା ଜଣଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁସାରେ, ନୋହୋରା ସାହିର ଖୀରିଧର ବେହେରାଙ୍କ ୭ ବର୍ଷ ସାନ ଝିଅ ନିଜ ପଡ଼ୋଶୀଙ୍କୁ କିଛି ଖାଇବାକୁ ମାଗିଥିଲେ । ଏହି କଥାରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ପାଖରେ ଥିବା ୯ ବର୍ଷର ବଡ଼ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲା ମହିଳା । ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଝିଅଙ୍କ ମା' ଅନେକ ଦିନରୁ ଘର ଛାଡ଼ି ପଳାଇଥିବାବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ସେ ଘରେ ନଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର