ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ମୃତ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଟ୍ରକ ମଧ୍ୟରେ ମୁହାଁମୁହି ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି । ସୂଚନା ମୁତାବକ ତାପସ ଏକ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଟ୍ରକ ମଧ୍ୟରେ ମୁହାଁମୁହି ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସୂଚନା ମୁତାବକ ତାପସ ଏକ ବାଇକରେ ଆଠଗଡ଼ରୁ ତାଳଚେର ଅଭିମୁଖେ ଯାଉଥିବାବେଳେ, ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ । ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ । ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

10 Feb 2023 By The Sakala

ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଟ୍ରକ ମଧ୍ୟରେ ମୁହାଁମୁହି ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି ।

ସୂଚନା ମୁତାବକ ତାପସ ଏକ ବାଇକରେ ଆଠଗଡ଼ରୁ ତାଳଚେର ଅଭିମୁଖେ ଯାଉଥିବାବେଳେ, ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ । ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ । ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର