ରୋଷେଇ କରୁଥିବାବେଳେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ କଲେଜ ଛାତ୍ରୀ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗାଁରେ ଅଘଟଣ । କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ କଲେଜ ଛାତ୍ରୀ ଜଣଙ୍କ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଘରେ ରୋଷେଇ କରୁଥିବା ବେଳେ କାଠ ଚୁଲାରୁ ନିଆଁ ଡ୍ରେସରେ ଲାଗି ଯାଇଥିଲା […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗାଁରେ ଅଘଟଣ । କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ କଲେଜ ଛାତ୍ରୀ ଜଣଙ୍କ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଘରେ ରୋଷେଇ କରୁଥିବା ବେଳେ କାଠ ଚୁଲାରୁ ନିଆଁ ଡ୍ରେସରେ ଲାଗି ଯାଇଥିଲା । କ୍ଷଣକରେ ନିଆଁ ସମ୍ପୂର୍ଣ୍ଣ ଶରୀରକୁ ପୋଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ ପହଞ୍ଚି କିଛି ଆର୍ଥିକ ସହଯୋଗ କରିଥିଲେ । ଏଥିସହ ସମ୍ପୃକ୍ତ ପରିବାରକୁ କିପରି ସରକାରଙ୍କ ରେଡ଼କ୍ରସ ସଂସ୍ଥାରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ସେଥିପାଇଁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଦୃଷ୍ଟି ଗୋଚର କରିଥିଲେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

10 Jun 2022 By The Sakala

ରୋଷେଇ କରୁଥିବାବେଳେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ କଲେଜ ଛାତ୍ରୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗାଁରେ ଅଘଟଣ । କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ କଲେଜ ଛାତ୍ରୀ ଜଣଙ୍କ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଘରେ ରୋଷେଇ କରୁଥିବା ବେଳେ କାଠ ଚୁଲାରୁ ନିଆଁ ଡ୍ରେସରେ ଲାଗି ଯାଇଥିଲା । କ୍ଷଣକରେ ନିଆଁ ସମ୍ପୂର୍ଣ୍ଣ ଶରୀରକୁ ପୋଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ ପହଞ୍ଚି କିଛି ଆର୍ଥିକ ସହଯୋଗ କରିଥିଲେ । ଏଥିସହ ସମ୍ପୃକ୍ତ ପରିବାରକୁ କିପରି ସରକାରଙ୍କ ରେଡ଼କ୍ରସ ସଂସ୍ଥାରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ସେଥିପାଇଁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଦୃଷ୍ଟି ଗୋଚର କରିଥିଲେ ।

https://www.thesakala.in/latest-odisha-news/dhenkanal/a-girl-burned-while-cooking-in-dhenkanal/article-12328
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର