କେଳୁଣୀ ମୁହାଣରେ ମାଛ ଧରିବାକୁ ଯାଇ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

The Sakala Picture
Published On

ଅସ୍ତରଙ୍ଗ : ମାଛ ଧରିବାକୁ ଯାଇ ଭାସିଗଲେ ଜଣେ ବ୍ୟକ୍ତି। ମୃତ ଅବସ୍ଥାରେ ଉଦ୍ଧାର କଲା ଓଡ୍ରାଫ୍ ଟିମ। କୋରଣା ପଞ୍ଚାୟତର ପବିତ୍ର ବିଶ୍ଵାଳ(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ କେଳୁଣୀ ମୁହାଣ ସଲଗ୍ନ ନଈକୁ ମାଛ ଧରିବାକୁ ଯାଇ ପାଣିରେ ଭାସିଯିବା ପରେ ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତକାଲି ରାତିରୁ ସେ ନିଖୋଜ ଥିଲାବେଳେ ଆଜି ସକାଳୁ ଅଗ୍ନିଶମ ବିଭାଗର ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଠାବ […]

ଅସ୍ତରଙ୍ଗ : ମାଛ ଧରିବାକୁ ଯାଇ ଭାସିଗଲେ ଜଣେ ବ୍ୟକ୍ତି। ମୃତ ଅବସ୍ଥାରେ ଉଦ୍ଧାର କଲା ଓଡ୍ରାଫ୍ ଟିମ। କୋରଣା ପଞ୍ଚାୟତର ପବିତ୍ର ବିଶ୍ଵାଳ(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ କେଳୁଣୀ ମୁହାଣ ସଲଗ୍ନ ନଈକୁ ମାଛ ଧରିବାକୁ ଯାଇ ପାଣିରେ ଭାସିଯିବା ପରେ ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତକାଲି ରାତିରୁ ସେ ନିଖୋଜ ଥିଲାବେଳେ ଆଜି ସକାଳୁ ଅଗ୍ନିଶମ ବିଭାଗର ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଠାବ କରିଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ସୂଚନା ମୁତାବକ ପବିତ୍ର ଅନ୍ୟ ଦୁଇଜଣଙ୍କ ସହ ଗତକାଲି ରାତିରେ କାଡୁଆ-ପ୍ରାଚୀ ନଦୀ ସଂଲଗ୍ନ କେଳୁଣୀ ମୁହାଣ ନିକଟକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଗୋଟିଏ ପଟେ ଯାଉଥିବା ବେଳେ ଜୁଆର ଯୋଗୁ ନଈରେ ହଠାତ୍ ଅଧିକ ପାଣି ଆସିଯିବାରୁ ସେହିବାଟ ଦେଇ ଯିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ । ଅନ୍ୟ ୨ ଜଣ ଗୋଟିଏ ବାଟରେ ଯିବା ସହ ପବିତ୍ର କିନ୍ତୁ ତାଙ୍କ ସହ ନଯାଇ ପୂର୍ବ ବାଟରେ ଯିବାକୁ ପସନ୍ଦ କରିଥିଲେ। ଦୁର୍ଭାଗ୍ୟ ଏମିତି ଯେ ସବୁଦିନିଆ ନଈରେ ସତେ ଯେପରି ଜମ ଜଗି ବସିଥିଲା। ପବିତ୍ର ପାଣି ସୁଅରେ ପଡିଯିବା ପରେ ହାତରେ ଧରିଥିବା ଜାଲ ସହ ବୁଡିଯାଇଥିଲେ।

ଆହୁରି ପଢ଼ନ୍ତୁ: ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ମୂଳଦୂଆ ପକାଇଲେ ମହମ୍ମଦ ମୋକିମ

ଅନ୍ୟ ୨ ଜଣ ମୁହାଣ ନିକଟରେ ପହଞ୍ଚି ମାଛ ଧରିଥିବା ବେଳେ ତାଙ୍କ ନିକଟରେ ପବିତ୍ର ନପହଞ୍ଚିବାରୁ ସେମାନଙ୍କ ସନ୍ଦେହ ବଢିଥିଲା। ରାତି ସାରା ଖୋଜାଖୋଜି କରିଥିଲେ ବି ସେମାନେ ପବିତ୍ରକୁ ପାଇନଥିଲେ। ଆଜି ସକାଳେ ଅଗ୍ନିଶମର ଓଡ୍ରାଫ୍ ଟିମ୍ ପହଞ୍ଚି ଚାରିଆଡେ ବହୁ ଖୋଜିବା ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ପବିତ୍ର ପାଣିରେ ଭାସିଯିବା ଓ ଜାଲରେ ଛନ୍ଦି ହୋଇ ବୁଡିଯିବା ପରେ ମୃତ୍ୟୁବରଣ କରିଥିବା କୁହାଯାଇଛି। ‌ତେବେ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ କାର୍ୟ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

19 Oct 2022 By The Sakala

କେଳୁଣୀ ମୁହାଣରେ ମାଛ ଧରିବାକୁ ଯାଇ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଅସ୍ତରଙ୍ଗ : ମାଛ ଧରିବାକୁ ଯାଇ ଭାସିଗଲେ ଜଣେ ବ୍ୟକ୍ତି। ମୃତ ଅବସ୍ଥାରେ ଉଦ୍ଧାର କଲା ଓଡ୍ରାଫ୍ ଟିମ। କୋରଣା ପଞ୍ଚାୟତର ପବିତ୍ର ବିଶ୍ଵାଳ(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ କେଳୁଣୀ ମୁହାଣ ସଲଗ୍ନ ନଈକୁ ମାଛ ଧରିବାକୁ ଯାଇ ପାଣିରେ ଭାସିଯିବା ପରେ ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତକାଲି ରାତିରୁ ସେ ନିଖୋଜ ଥିଲାବେଳେ ଆଜି ସକାଳୁ ଅଗ୍ନିଶମ ବିଭାଗର ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଠାବ କରିଥିଲା।

ସୂଚନା ମୁତାବକ ପବିତ୍ର ଅନ୍ୟ ଦୁଇଜଣଙ୍କ ସହ ଗତକାଲି ରାତିରେ କାଡୁଆ-ପ୍ରାଚୀ ନଦୀ ସଂଲଗ୍ନ କେଳୁଣୀ ମୁହାଣ ନିକଟକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଗୋଟିଏ ପଟେ ଯାଉଥିବା ବେଳେ ଜୁଆର ଯୋଗୁ ନଈରେ ହଠାତ୍ ଅଧିକ ପାଣି ଆସିଯିବାରୁ ସେହିବାଟ ଦେଇ ଯିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ । ଅନ୍ୟ ୨ ଜଣ ଗୋଟିଏ ବାଟରେ ଯିବା ସହ ପବିତ୍ର କିନ୍ତୁ ତାଙ୍କ ସହ ନଯାଇ ପୂର୍ବ ବାଟରେ ଯିବାକୁ ପସନ୍ଦ କରିଥିଲେ। ଦୁର୍ଭାଗ୍ୟ ଏମିତି ଯେ ସବୁଦିନିଆ ନଈରେ ସତେ ଯେପରି ଜମ ଜଗି ବସିଥିଲା। ପବିତ୍ର ପାଣି ସୁଅରେ ପଡିଯିବା ପରେ ହାତରେ ଧରିଥିବା ଜାଲ ସହ ବୁଡିଯାଇଥିଲେ।

ଅନ୍ୟ ୨ ଜଣ ମୁହାଣ ନିକଟରେ ପହଞ୍ଚି ମାଛ ଧରିଥିବା ବେଳେ ତାଙ୍କ ନିକଟରେ ପବିତ୍ର ନପହଞ୍ଚିବାରୁ ସେମାନଙ୍କ ସନ୍ଦେହ ବଢିଥିଲା। ରାତି ସାରା ଖୋଜାଖୋଜି କରିଥିଲେ ବି ସେମାନେ ପବିତ୍ରକୁ ପାଇନଥିଲେ। ଆଜି ସକାଳେ ଅଗ୍ନିଶମର ଓଡ୍ରାଫ୍ ଟିମ୍ ପହଞ୍ଚି ଚାରିଆଡେ ବହୁ ଖୋଜିବା ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ପବିତ୍ର ପାଣିରେ ଭାସିଯିବା ଓ ଜାଲରେ ଛନ୍ଦି ହୋଇ ବୁଡିଯିବା ପରେ ମୃତ୍ୟୁବରଣ କରିଥିବା କୁହାଯାଇଛି। ‌ତେବେ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ କାର୍ୟ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର