ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ପଥରରେ ଛେଚି ହତ୍ୟା କଲା ବୋହୂ !

Madhusudan Das Picture
Published On

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଶାଶୁକୁ ହତ୍ୟା କଲା ବୋହୂ ।  ଶାଶୁକୁ ପଥରରେ ଛେଚି ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ କୁନି ନାୟକ ବୋଲି ଜଣାପଡିଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୁଲିସ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମା' କୁନି ନାୟକଙ୍କୁ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ । ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

18 Dec 2025 By Madhusudan Das

ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ପଥରରେ ଛେଚି ହତ୍ୟା କଲା ବୋହୂ !

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଶାଶୁକୁ ହତ୍ୟା କଲା ବୋହୂ ।  ଶାଶୁକୁ ପଥରରେ ଛେଚି ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ କୁନି ନାୟକ ବୋଲି ଜଣାପଡିଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୁଲିସ ।

କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମା' କୁନି ନାୟକଙ୍କୁ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ । ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର